-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
08-Mar-2021
ପାରାଦୀପ(ପ୍ରେରଣା ଖବର) : ପାରାଦୀପ ଅଠରବାଙ୍କୀ ରେଲବାଇ କଲୋନୀ ପଛପଟ ଟ୍ରେନ୍ ଲାଇନ୍ ରୁ ମୄତଦେହ ଉଦ୍ଧାର କରାଯାଇଛି । ମୄତକର ପରିଚୟ ପ୍ରିୟରଞ୍ଜନ ମାହାଳ । ତାଙ୍କ ଘର ଯାଜପୁର ଜିଲ୍ଲାର ନୂଆ ସୁନଗୁଡା ଅଞ୍ଚଳରେ ବୋଲି ଜଣାପଡିଛି ।
ପ୍ରିୟରଞ୍ଜନ ଅଠରବାଙ୍କୀ ସ୍ଥିତ ଫାଣ୍ଡି କଲୋନୀରେ ଦୀର୍ଘଦିନ ହେବ ରହି ଆସୁଥିବା ବେଳେ ଡ୍ରାଇଭର ଭାବେ କାମ କରୁଥିଲେ । ତେବେ ଏଭଳି ଅବସ୍ଥାରେ ତାଙ୍କର ମୄତଦେହ ମିଳିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ ସେ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ କେହି ହତ୍ୟା କରିଛି ସେ ନେଇ କିଛି ସ୍ପଷ୍ଟ ଜଣାପଡିନଥିବା ବେଳେ ଘଟଣାସ୍ଥଳରେ ପାରାଦୀପ ଆଦର୍ଶ ଥାନା ପହଞ୍ଚି ତଦନ୍ତ ଆରମ୍ଭ କରିଛି ।