-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
08-Mar-2021
ଖପ୍ରାଖୋଲ (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଳକ ମାଟିଆଭଟା ପଞ୍ଚାୟତ ମାଟିଆଭଟା ଗ୍ରାମ ରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ଲାକାର୍ଡ ଧରି - ମହିଳା ଦିବସ ପାଳନ କର ,ଆସ ଆମେ ଶପଥ ନେବା - କନ୍ୟା ସୁରକ୍ଷା ଆମେ କରିବା -ଆଦି ବିଭିନ୍ନ ସ୍ଲୋଗାନମାନ ଦେବା ସହ ରଘୁପତି ରାଘବ ରାଜା ରାମ ସଵ୍କୋ ସନମତି ଦେ ଭଗବାନ ସମୁହ ଗାଇ ଗାଇ ଗାଁ ପରିକ୍ରମା କରାଯାଇଥିଲା । ଆଜି ଆନ୍ତର୍ଜାତୀୟ ମହିଳା ଦିବସ ର ତାପର୍ଯ୍ୟ ,ଲକ୍ଷ , ଉଦେଶ୍ୟ ଓ ନାରୀସଶକ୍ତି କରଣ , ଶିକ୍ଷା ,କନ୍ୟା ସୁରକ୍ଷା ଆଦି ବିଷୟରେ ସଚେତନ କରାଯାଇଥିଲା । ମହିଳା ଜାଗୃତି ସଂଘ ର ସଦସ୍ୟା , ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ୟା , ଅଙ୍ଗନୱାଡ଼ି କର୍ମୀ ଜୟଶ୍ରୀ ବରିହା ,ଲିଲି ,ଆଶା ମାଁ , ପ୍ରମୁଖ ସାମିଲ ଥିଲେ ।