-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
27-Feb-2021
କୁଚିଣ୍ଡା (ପ୍ରେରଣା ଖବର ବ୍ୟୁରୋ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଜ୍ୟୋତିପଡାଠାରେ ଏକ ଭଡାଘରେ ସେକ୍ସ ରାକେଟ୍ ଠାବ ହୋଇଛି । ଏହି ଘରେ ଜଣେ ମହିଳା ସେକ୍ସ ରାକେଟ୍ ଚଳାଇବା ସହ ଅନୈତିକ କାର୍ଯ୍ୟରେ ଯୁବତୀମାନଙ୍କୁ ନିୟୋଜନ କରୁଥିବା ନେଇ ଅଭିଯୋଗ ହୋଇଥିଲା । ପରେ ପୋଲିସ ଚଢ଼ାଉ କରି ସଂପୃକ୍ତ ମହିଳା ଏବଂ ୨ ଜଣ ଯୁବକଙ୍କୁ ଗିରଫ କରିଛି । ସମସ୍ତଙ୍କର ଡାକ୍ତରୀ ମାଇନା କରାଯାଇଛି ।
ଗିରଫ ମହିଳା ଜଣଙ୍କ ହେଲେ ସୁଜାତା ସିଂ । ତାଙ୍କ ସହ ସମ୍ବଲପୁର ଅଇଁଠାପାଲିର ବିଜୟ ପ୍ରଧାନ ଏବଂ କୁଚିଣ୍ଡାର ରାଜେନ୍ଦ୍ର ପ୍ରଧାନଙ୍କୁ ଡାକ୍ତରୀମାଇନା ପରେ କୁଚିଣ୍ଡା ପୋଲିସ ଗିରଫ କରିଛି । ନାବାଳିକାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପୋଲିସ ଅଧିକ ତଦନ୍ତ କରୁଛି ।