-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
11-Oct-2026
ବରଗଡ଼(ତୁଳସୀ ଚରଣ ଦାଶ): ଆଜି ସକାଳେ ବରଗଡ଼ର ଜଣାଶୁଣା ବ୍ୟକ୍ତି, ଜର୍ଜ ହାଇସ୍କୁଲ ୧୯୭୫ ମେଟ୍ରିକ ବ୍ୟାଚ ତଥା ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଆଜୀବନ ସଦସ୍ୟ ଶ୍ରୀ ବିନୋଦ କୁମାର ଅଗ୍ରୱାଲଙ୍କ ସରସ୍ଵତୀ ଏନକ୍ଲେଭ ନିକଟସ୍ଥ ନିଜ ବାସଭବନରେ ୬୮ବର୍ଷ ବୟସରେ ପରଲୋକ ଘଟିଛି। ସେ ଜଣେ ସରଳ, ଅମାୟିକ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ। ମୃତ୍ୟୁଶଯ୍ୟା ନିକଟରେ ଏକମାତ୍ର ଝିଅ ନୂପୁର ତଥା ନାତିନାତୁଣୀ ଏବଂ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ। ମୃତ୍ୟୁ ଖବର ପାଇ ସହରର ବହୁତ ମାନ୍ୟଗଣ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଜିରାନଦୀ କୂଳ ସ୍ବର୍ଗଦ୍ବାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ନାତି ଶ୍ରେଷ୍ଠ ଜିନ୍ଦଲ ଓ ଅର୍ସ ଜିନ୍ଦଲ ମୁଖାଗ୍ନି ଦେଇଥିଲେ ।
----------×××----------