-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
10-Oct-2026
ବଲାଙ୍ଗୀର, (ପ୍ରେରଣା ଖବର) ବହୁଜନ ସମାଜ ପାର୍ଟି, ବଲାଙ୍ଗୀର ଜିଲ୍ଲା କମିଟି ଆନୁକୂଲ୍ୟରେ ମାନ୍ୟବର ଶ୍ରୀ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ଅବସରରେ ଜୋନ୍ ସ୍ତରୀୟ ସଭା ସ୍ଥାନୀୟ କୋଶଲ କଳାମଣ୍ଡଳ ପଡ଼ିଆଠାରେ ଅକ୍ଟୋବର ୯ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବହୁଜନ ସମାଜ ପାର୍ଟିର ବଲାଙ୍ଗୀର ଜିଲ୍ଲା ସଭାପତି ଶ୍ରୀ ସୁଧାଂଶୁ ଶେଖର ହରପାଳ ସଭାପତିତ୍ୱ କରିଥିଲେ l ଏହି କାର୍ଯ୍ୟକ୍ରମରେ ବହୁଜନ ସମାଜ ପାର୍ଟି, ଓଡ଼ିଶାର ରାଜ୍ୟ ସଭାପତି ଶ୍ରୀ ସରୋଜ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଜୋନ୍ ପ୍ରଭାରୀ ଶ୍ରୀ ନାରାୟଣ ଭେସ୍ରା ଉପସ୍ଥିତ ଥିବାବେଳେ ବକ୍ତା ଭାବେ ରାଜ୍ୟ ସମ୍ପାଦକ ଆଡଭୋକେଟ୍ ଶ୍ରୀ ବିଭୂତିଭୂଷଣ କୁମ୍ଭାର ଯୋଗ ଦେଇଥିଲେ l ସେହିପରି ବଲାଙ୍ଗୀର ଲୋକସଭା ପ୍ରଭାରୀ ଶ୍ରୀ ମହେନ୍ଦ୍ର ସୁନା ବରଣ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ମାନ୍ୟବର କାଂସିରାମ ଜୀ ବହୁଜନ ସମାଜର ରାଜନୈତିକ ଚେତନା, ସାମାଜିକ ନ୍ୟାୟ ଓ ସମାନତାର ଲଢ଼େଇକୁ ସଂଗଠିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ l ତାଙ୍କର ସ୍ମୃତିଚାରଣ ସହିତ ବହୁଜନ ସମାଜର ସ୍ୱାଭିମାନ, ସାମାଜିକ ପରିବର୍ତ୍ତନ ଓ ଆର୍ଥିକ ମୁକ୍ତିର ଲକ୍ଷ୍ୟକୁ ଆଗକୁ ନେବା ପାଇଁ ଏହି ଦିବସ ପାଳନ କରାଯାଇଥିଲା l