-+91-9937148622 |

prerana_bgr@rediffmail.com |

  Sunday 11th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   (11-Oct-2026)       ||      ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   (11-Oct-2026)       ||      ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   (11-Oct-2026)       ||      ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   (10-Oct-2026)       ||      ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର    (10-Oct-2026)       ||      ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ    (10-Oct-2026)       ||      ମାଁ ମାଣିକେଶ୍ୱରି ଆଞ୍ଚଲିକ କୈବର୍ତ୍ତ ସମାଜ ର କମିଟି ଗଠନ   (10-Oct-2026)       ||      ପାଟଣେଶ୍ୱରୀ ଙ୍କ ନବରାତ୍ର ପୂଜା ଆରମ୍ଭ♦️ କଳସ ଶୋଭାଯାତ୍ରା ରେ ସାମିଲ ହେଲେ ଶ୍ରଦ୍ଧାଳୁ    (10-Oct-2026)       ||      ଜିଲ୍ଳା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ପ୍ରସ୍ତୁତି ସମ୍ବନ୍ଧୀୟ ଘରକୁ ଘର ସର୍ଭେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   (10-Oct-2026)       ||      ନାଟ୍ୟଶ୍ରୀ ଗଦାଧର ବାରିକ ପାଇବେ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ    (10-Oct-2026)       ||      ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ    (10-Oct-2026)       ||      ଇକୋ କ୍ଲବ୍ ପକ୍ଷରୁ ୭୨ ତମ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳିତ   (10-Oct-2026)       ||      ଟିଟଲାଗଡ ବ୍ଲକ ସିଲୁଆଁ ଗ୍ରାମ୍ ବାସିନ୍ଦା ତିନି ମାସ ହେଲାଣି ପାଇ ନାହାନ୍ତି ପିଇବା ପାଣି ? ଶେଷରେ ଗ୍ରାମବାସୀ ନିଜେ କରୁଛନ୍ତି ବ୍ୟବସ୍ଥା    (10-Oct-2026)       ||      ଟିଟଲାଗଡ ବ୍ଲକ ସିଲୁଆଁ ଗ୍ରାମ୍ ବାସିନ୍ଦା ତିନି ମାସ ହେଲାଣି ପାଇ ନାହାନ୍ତି ପିଇବା ପାଣି ? ଶେଷରେ ଗ୍ରାମବାସୀ ନିଜେ କରୁଛନ୍ତି ବ୍ୟବସ୍ଥା    (10-Oct-2026)       ||      ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   (10-Oct-2026)       ||      ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   (10-Oct-2026)       ||      ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକ ହତ୍ୟାକୁ ମାସେ ପୁରିଲା ପୁଲିସ ହାତ ଖାଲି    (10-Oct-2026)       ||      ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ରେ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Oct-2026)       ||      ଛାତ୍ର ସଂସଦ ନିର୍ବାଚନ: ସରିଲା ନାମାଙ୍କନ♦️ କଣ୍ଟାମାଳ କଲେଜ ରୁ ୧୮ଜଣ କଲେ ନାମାଙ୍କନ ୫ଜଣ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ, ଜଣଙ୍କ ପ୍ରାର୍ଥୀପତ୍ର ନାକଚ    (09-Oct-2026)       ||      ବାଦ୍ ପଡ଼ିଥିବା ଏବଂ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ   (09-Oct-2026)       ||     

HOME   ଜିଲ୍ଲା

ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ

11-Oct-2026



ବାଲିଗୁଡ଼ା(ସୁଶୀଳ କୁମାର ପାଣିଗ୍ରାହୀ):  ସରକାରୀ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ନିର୍ମାଣ କରି ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ବିଦ୍ୟୁତ୍‌ ନଥିବାରୁ ସେହି ସ୍ମାର୍ଟ କ୍ଲାସ୍‌ରୁମ୍‌ ଏବେ କେବଳ ନାମକୁ ରହିଯାଇଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ନୀଲିପଡ଼ା ସରକାରୀ ୟୁଜି ହାଇସ୍କୁଲ (ନୂଆ)ରେ ଦୀର୍ଘ ୨୫ ଦିନ ଧରି ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିବା ଅଭିଯୋଗ ହୋଇଛି। ଫଳରେ ସ୍ମାର୍ଟବୋର୍ଡ ଭିତ୍ତିକ ପାଠପଢ଼ା ବନ୍ଦ ହୋଇଯିବା ସହ ଖରା ଓ ଗରମରେ ଫ୍ୟାନ୍‌ ଚାଲୁନଥିବାରୁ ଛାତ୍ରଛାତ୍ରୀ ହନ୍ତସନ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ସମସ୍ୟାର ସମାଧାନ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଶିକ୍ଷା ବିଭାଗର ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି  ଅଭିଭାବକ ଓ ଗ୍ରାମବାସୀ। ଶେଷରେ ସେମାନେ ଏକଜୁଟ ହୋଇ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସମସ୍ୟାର ତୁରନ୍ତ ସମାଧାନ ଦାବି କରିଛନ୍ତି। ଗ୍ରାମବାସୀଙ୍କ କହିବାନୁସାରେ, ବିଦ୍ୟାଳୟରେ ଆଧୁନିକ ଶିକ୍ଷା ବ୍ୟବସ୍ଥା ପାଇଁ ସ୍ମାର୍ଟବୋର୍ଡ ସ୍ଥାପନ କରାଯାଇଛି। କିନ୍ତୁ ବିଦ୍ୟୁତ୍‌ ସଂଯୋଗ ନଥିବାରୁ ଏହାର କୌଣସି ବ୍ୟବହାର ହେଉନାହିଁ। ଏପରିକି ବିଦ୍ୟୁତ୍‌ ନଥିବାରୁ ଫ୍ୟାନ୍‌ ମଧ୍ୟ ଚାଲୁନଥିବାରୁ ଗରମ ପରିବେଶରେ ପିଲାମାନଙ୍କୁ ପାଠ ପଢ଼ିବାକୁ ପଡ଼ୁଛି। ଅନ୍ୟପକ୍ଷରେ ବିଦ୍ୟୁତ୍‌ ବିଲ୍‌ ବକେୟା ଥିବା ଏବଂ ଏଥିପାଇଁ ବିଭାଗ ପକ୍ଷରୁ ଆବଶ୍ୟକ ଅର୍ଥ ବରାଦ ହୋଇନଥିବାରୁ ବିଦ୍ୟାଳୟ ପକ୍ଷରୁ ବିଲ୍‌ ପୈଠ କରାଯାଇପାରୁନଥିବା ନେଇ ପ୍ରଧାନଶିକ୍ଷୟିତ୍ରୀଙ୍କ ପକ୍ଷରୁ କୁହାଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ବ୍ୟକ୍ତିଗତ ଅର୍ଥରୁ ବିଦ୍ୟୁତ୍‌ ବିଲ୍‌ ପୈଠ କରିବା ସମ୍ଭବ ନୁହେଁ ବୋଲି ସେ କହିଥିବା ମଧ୍ୟ ଅଭିଯୋଗ ହୋଇଛି। ସମସ୍ୟା ନେଇ ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀ ଓ ସେକ୍ସନ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସୁଫଳ ମିଳିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଘଟଣା ଉପଜିଲ୍ଲାପାଳ ପ୍ରଣୀତା ଦାସଙ୍କ ନଜରକୁ ଆସିବା ପରେ ସେ ଏହାକୁ ଗୁରୁତ୍ୱର ସହ ନେଇ ଶୀଘ୍ର ବିଦ୍ୟୁତ୍‌ ସଂଯୋଗ ପୁନର୍ବାହାଲ ସହ ଦାୟିତ୍ୱବହନ ଅଧିକାରୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ଆଶ୍ୱାସନ ଦେଇଥିବା ଜଣାପଡ଼ିଛି।
ସ୍ମାର୍ଟ କ୍ଲାସ୍‌ରୁମ୍‌ ପାଇଁ ଲକ୍ଷ ଲକ୍ଷ ଟଙ୍କାର ବ୍ୟବସ୍ଥା ହେଉଥିବା ବେଳେ ମାତ୍ର ବିଦ୍ୟୁତ୍‌ ଅଭାବରୁ ଏହା ଅଚଳ ହୋଇପଡ଼ିବା ଘଟଣା ଶିକ୍ଷା ବ୍ୟବସ୍ଥାର ଭିତ୍ତିଭୂମି ଓ ପରିଚାଳନା ମଧ୍ୟରେ ଥିବା ଫାଟକୁ ସାମ୍ନାକୁ ଆଣିଛି। ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ନ ଦିଆଗଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଅଭିଭାବକ ଓ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   11-Oct-2026
  ରାଜ୍ୟ  
ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   11-Oct-2026
  ଜିଲ୍ଲା  
ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   11-Oct-2026
  ଜିଲ୍ଲା  
ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   10-Oct-2026
  ଜିଲ୍ଲା  
ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର   10-Oct-2026
  ଜିଲ୍ଲା  
ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ   10-Oct-2026
  ଜିଲ୍ଲା  
ମାଁ ମାଣିକେଶ୍ୱରି ଆଞ୍ଚଲିକ କୈବର୍ତ୍ତ ସମାଜ ର କମିଟି ଗଠନ   10-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଙ୍କ ନବରାତ୍ର ପୂଜା ଆରମ୍ଭ♦️ କଳସ ଶୋଭାଯାତ୍ରା ରେ ସାମିଲ ହେଲେ ଶ୍ରଦ୍ଧାଳୁ   10-Oct-2026
  ଜିଲ୍ଲା  
ଜିଲ୍ଳା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ପ୍ରସ୍ତୁତି ସମ୍ବନ୍ଧୀୟ ଘରକୁ ଘର ସର୍ଭେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   10-Oct-2026
  ଜିଲ୍ଲା  
ନାଟ୍ୟଶ୍ରୀ ଗଦାଧର ବାରିକ ପାଇବେ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ   10-Oct-2026
  ଜିଲ୍ଲା  
ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ   10-Oct-2026
  ଜିଲ୍ଲା  
ଇକୋ କ୍ଲବ୍ ପକ୍ଷରୁ ୭୨ ତମ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳିତ   10-Oct-2026

You Might Also Like