-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
27-Feb-2021
ଖଲ୍ଲିକୋଟ(ପ୍ରେରଣା ଖବର):ଗଞ୍ଜାମ ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରପ୍ରଦେଶକୁ ବାଲି ଚାଲାଣ ଖବର ପ୍ରସାରଣ ପରେ ଚେତିଲା ଛତ୍ରପୁର ପୋଲିସ । ଚଢାଉ କରି ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ । ମାଧପୁରଠାରୁ ଆନ୍ଧ୍ରକୁ ବାଲି ଚାଲାଣ ହେଉଥିବା ବେଳେ ପୋଲିସ ଜବତ କରିଛି । ସେଥିମଧ୍ୟରୁ ୪ଟି ଆନ୍ଧ୍ରପ୍ରଦେଶର ହୋଇଥିବା ବେଳେ ଗୋଟିଏ ଛତିଶଗଡ ଓ ୨ଟି ଓଡିଶାର ଟ୍ରକ୍ ରହିଛି ।
ଶୁକ୍ରବାର ବାଲି ଚୋରା ଚାଲାଣ ନେଇ ଖବର ପ୍ରସାରଣ କରିଥିଲା ନ୍ୟୁଜ୍ ସେଭେନ୍ । ବିଧାନସଭାରେ ମଧ୍ୟ ବାଲି ଚାଲାଣ ନେଇ ଉଦବେଗ ପ୍ରକାଶ କରିଥିଲେ ବିରୋଧୀ । ରାଜ୍ୟରେ ବାଲି ନୀତି କରିବାକୁ ଦାବି କରିଥିଲେ ।