-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
27-Feb-2021
ତୁରେକେଲା(ପ୍ରେରଣା ଖବର): ତୁରେକେଲା ବ୍ଳକ ଅନ୍ତର୍ଗତ ମହୁଲବାହାଲି ରୋଡ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଏକ ଦିବସୀୟ ବିଜ୍ଞାନ ମେଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଝରଣୀ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଶୋଭାବନ ନାୟକ, ଆଞ୍ଚଳିକ ସାଧନ କର୍ମୀଙ୍କ ତତ୍ତ୍ୱାବଧାନରେ କେନ୍ଦ୍ର ଅଧିନରେଥିବା ୧୩ଗୋଟି ବିଦ୍ୟାଳୟର ୨୭ଗୋଟି ବିଜ୍ଞାନ ପ୍ରକଳ୍ପକୁ ଛୋଟ ଛୋଟ ବୈଜ୍ଞାନିକ ମାନେ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ। ପ୍ରକଳ୍ପ ଗୁଡିକ ସଫ୍ଟଓୟାର, ଐତିହାସିକ ବିକାଶ, ଗଣିତ ନମୁନା, ଇକୋ ଫ୍ରେଣ୍ଡଲି ଓ ସ୍ୱାସ୍ଥ୍ୟ ପରିଛନ୍ନତା ଉପରେ ଆଧାରିତ ଥିଲା। ବିଚାରପତି ଭାବରେ ବିଜ୍ଞାନ ଶିକ୍ଷକ ରାଜେଶ କୁମାର ସିଂଦେଓ,ଶରତ କୁମାର ମେହେର ଓ ରବୀନ୍ଦ୍ର କୁମାର ରଥ ପାଞ୍ଚ ଗୋଟି ପ୍ରକଳ୍ପ କୁ ମୂଲ୍ୟାୟନ କରି ବ୍ଳକ ସ୍ତରରେ ଭାଗ ନେବାକୁ ବାଛି ଥିଲେ।ଅତିଥି ଭାବରେ ରଘୁନାଥ ମହରା,ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗ ଦେଇ କୃତୀ ବୈଜ୍ଞାନିକ ମାନଙ୍କୁ ପ୍ରମାଣ ପତ୍ର, ଟ୍ରଫି ଓ ସମସ୍ତଙ୍କୁ ସହଭାଗିତା ପ୍ରମାଣ ପତ୍ର ଦେଇଥିଲେ।ଏହି ମେଳାରେ ଶିକ୍ଷକ ମାୟାଧର ସଗ୍ରିଆ,
ସଂଜୟ ବେହେରା, ଆଶିଷ କୁମାର ମିଶ୍ର, ଗୁରୁ ପ୍ରସାଦ ଛତ୍ରିଆ, ଭୀମସେନ ପଣ୍ଡା, ନୀଳମଣି ମେହେର, ହେମନ୍ତ ମେହେର, ବିଜୟା ପାଢୀ, ସନ୍ଧ୍ୟା ପ୍ରଧାନ,ଦେବ ନାରାୟଣ ଦାଶ,ରାମଚନ୍ଦ୍ର ଗୁଇନ ଆଦି ସହଯୋଗ କରି ସଫଳ କରିଥିଲେ।