-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
26-Feb-2021
ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର): ଏନ୍ଏସ୍ୟୁଆଇର ସଭାପତି ନିରଜ କୁନ୍ଦନଙ୍କ ଅନୁମୋଦନ କ୍ରମେ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସର ସୋସିଆଲ ମିଡିଆ କର୍ମକର୍ତ୍ତା ମନୋନିତ ହୋଇଯାଇଛି । ଏହି କ୍ରମରେ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସର ରୋଶନ ମିଶ୍ର ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସର ସୋସିଆଲ ମିଡିଆ କୋଡିନେଟର ଭାବେ ମନୋନିତ ହୋଇଛନ୍ତି । ପ୍ରଦେଶ ଛାତ୍ର କଂଗ୍ରେସ ସୋସିଆଲ ମିଡିଆର ଅଧ୍ୟକ୍ଷ ଭାବେ ହର ପ୍ରସାଦ ବେହେରା, ଉପାଧ୍ୟକ୍ଷ ଭାବେ କୁମାର ଅଭିଷେକ ନାଏକ ଓ ସୌରଭ ପଟ୍ଟନାୟକଙ୍କୁ ମନୋନିତ କରାଯାଇଥିବା ବେଳେ ରୋଶନଙ୍କ ସହିତ ସୌମ୍ୟ ରଂଜନ ମିଶ୍ର, ସାହାବାଜ ଖାନ, ଆନନ୍ଦ କାଣ୍ଡ, ରିଷବ ଶତପଥୀ, ନାଜିଆ ପରବିନ, ଅଫ୍ରୋଜ ଆଲମ, କାଜଲ ବାରିକ ଓ ଜିତେନ୍ଦ୍ର କୁମାର ବଳ ରାଜ୍ୟ କୋଡିନେଟର ଭାବେ ମନୋନିତ ହୋଇଛନ୍ତି । ନବ ମନୋନିତ କୋଡିନେଟର ରୋଶନ ମିଶ୍ର ଏହି ଅବସରରେ କଂଗ୍ରେସ ଦଳ ନେତା ରାହୁଲ ଗାନ୍ଧୀ, ଓଡିଶା ବିଧାନସଭା କଂଗ୍ରେସ ବିଧାୟକ ଦଳ ନେତା ତଥା ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଏଆଇସିସି ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ମୁଖପାତ୍ର ସମରେନ୍ଦ୍ର ମିଶ୍ର, ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ପ୍ରଭାରି ରୋଶନ ଲାଲ ବିଟ୍ଟୁ, ଓ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।