-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
24-Feb-2021
କଟକ (ଦୀପକ କୁମାର ଷଡଙ୍ଗୀ): ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଜାମିନ୍ । ପ୍ରଦୀପଙ୍କ ଜାମିନ୍ ମଞ୍ଜୁର କଲେ ହାଇକୋର୍ଟ । କ୍ରାଇମବ୍ରାଞ୍ଚ ମାମଲାରେ ପ୍ରଦୀପଙ୍କୁ ଜାମିନ୍ ମିଳିଥିବା ଜଣାପଡିଛି । ୨୪ ଲକ୍ଷର କ୍ୟାସ୍ ସିୟୋରିଟି ସହ ୫ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ପ୍ରଦୀପଙ୍କୁ ଜାମିନ୍ ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ, ଆଇଏଫଏସ ଅଫିସର ଅଭୟ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କ ଲିଙ୍କରେ ଛନ୍ଦି ହୋଇ ଗିରଫ ହୋଇ ଗିରଫ ହୋଇଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଟାଟା କମ୍ପାନୀରେ ଚାକିରୀ କରାଇଦେବାକୁ କହି ଭାବି ଜ୍ବାଇଁ ଆକାଶ ପାଠକ କରିଥିବା ଠକେଇରେ ପ୍ରଦୀପଙ୍କ ସଂପୃକ୍ତି ରହିଛି କି ନାହିଁ ତାର ଛାନଭିନ୍ କରୁଛି କ୍ରାଇମବ୍ରାଞ୍ଚ୍ । ଏହି ଠକେଇ ମାମଲାରେ ପ୍ରଦୀପ ଓ ଆକାଶଙ୍କୁ ସାମ୍ନାସାମ୍ନି ଜେରା କରିଥିଲା କ୍ରାଇମବ୍ରାଞ୍ଚ ।
ଜନ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ଆଇଏଫଏସ ଅଭୟ ପାଠକ ଓ ଆକାଶ ପାଠକ ଲିଙ୍କ୍, ବେଆଇନ ଅର୍ଥ କାରବାର ଓ ଚାକିରୀ ଜାଲିଆତି ନେଇ ପ୍ରଦୀପଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆସିଥିବା ଦୁର୍ନୀତି ମାମଲାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଲୋକାୟୁକ୍ତ ନିକଟରେ ସୁପାରିଶ କରିଥିଲେ ।