-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
13-Feb-2021
ପୁରୀ,(ପ୍ରେରଣା ଖବର ବ୍ୟୁରୋ): ପୁଣିଥରେ ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ । ସୋସିଆଲ୍ ମିଡିଆରେ ମନ୍ଦିରର ଘଟୋ ଛଡ଼ା ଯିବାକୁ ନେଇ ପୁଣି ବିବାଦ ଆରମ୍ଭ ହୋଇଯାଇଛି। ଇନ୍ଷ୍ଟାଗ୍ରାମ୍ରେ ଇଣ୍ଡିଆନ୍ ଟେମ୍ପୁଲସ ନାମକ ଏକ ଆଇଡ଼ିରେ ଶ୍ରୀମନ୍ଦିର ଭିତର ଫଟୋ ଅପଲୋଡ୍ ହୋଇଛି।
ଦକ୍ଷିଣ ଦ୍ୱାର ଗୁମୁଟ ନିକଟ ସମ୍ପାତ୍ତି ମନ୍ଦିର ସମ୍ମୁଖରୁ ଏହି ଫଟୋ ନିଆଯାଇଛି । ଫଟୋଟି ଉକ୍ତ ଆଇଡିରେ ଚଳିତ ମାସ ଦୁଇ ତାରିଖରେ ପୋଷ୍ଟ ହୋଇଛି। ତେବେ କିଭଳି ପରିସ୍ଥିତିରେ ଏହି ଫଟୋ ଉଠାଗଲା ଏବଂ ଏହାକୁ କେଉଁ ବ୍ୟକ୍ତି ଉଠାଇଛନ୍ତି ସେ ନେଇ ସବିଶେଷ ତଥ୍ୟ ମିଳି ପାରିନାହିଁ ।
ସୂଚନା ଥାଉ କି ଅତୀତରେ ଶ୍ରୀମନ୍ଦିର ଭିତର ଅନେକ ଫଟୋ ସୋସିଆଲ ମେଡ଼ିଆରେ ପ୍ରକାଶ ପରେ ବିବାଦ ସାମ୍ନାକୁ ଆସିଥିଲା । ଏବେବି ଶ୍ରୀମନ୍ଦିର ଉପରୁ ଡ଼୍ରୋନ୍ ଯୋଗେ ନିଆଯାଇଥିବା ଭିଡ଼ିଓ ସୋସିଆଲ୍ ମେଡ଼ିଆରେ ଦେଖିବାକୁ ମିଳେ।