-+91-9937148622 |
prerana_bgr@rediffmail.com |
Wednesday 9th September 2026 |
R.N.I. Regd No. ODIODI/2010/46693
Breaking News
09-Sep-2026
ବଲାଙ୍ଗିର,୮/୯/୨୦୨୬-ସ୍ଥାନୀୟ ଲର୍କିପାଳି ସ୍ଥିତ ଆଇ ଟି ଆଇ ବଲାଙ୍ଗୀର ର ସଭା ଗୃହ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ,ସରକାରୀ ଆଇ ଟି ଆଇ,ଅରୁଣା ତରଫରୁ ଯଶୋଦା ଯୋଜନା ଉପରେ ଏକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯକ୍ରମରେ ଆଇ ଟି ଆଇ ର ଅଧ୍ୟକ୍ଷ
ସୁରେଶ କୁମାର ଦଳବେହେରା ଙ୍କ ଅଧ୍ଯକ୍ଷତାରେ ସଭା ଅନୁଷ୍ଟିତ ଅବସରରେ କହିଲେ ଆଇ ଟି ଆଇ ରେ ଦକ୍ଷତା ବୃଦ୍ଧି ହୋଇଥାଏ,ଏହା ଏକ ନିଯୁକ୍ତି ଭିତ୍ତିକ ଶିକ୍ଷା,ଏହି ପାଠ୍ୟକ୍ରମରେ ନିଜର କ୍ୟାରିଅର ସୃଷ୍ଟି କରି ନିଜେ ମଧ୍ୟ ଉଦ୍ୟୋଗୀ ହୋଇପାରିବେ ବୋଲି ମତାମତ ଦେଇଥିଲେ।ଏହି ଅବସରରେ ଅରୁଣା ର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତୀ ସମସ୍ତଙ୍କୁ ସ୍ୱାଗତ ଜଣାଇ ଯଶୋଦା ଯୋଜନା ଉପରେ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଜଣାଇଥିଲେ।କାର୍ଯକ୍ରମରେ ଆଇଟିଆଇ ର ସ୍ୱାଗତିକା ମହାପାତ୍ର,ସୁବାସିନୀ ସାହୁ,ଦୟାନିଧି ବାଗ ପ୍ରମୁଖ ଉପସ୍ଥିତ ହୋଇ ଏହି ଯୋଜନାର ଲାଭ ନେବା ପାଇଁ ବ୍ୟକ୍ତିଗତ ଭାବେ ଏହି ଯୋଜନା କୁ ସାଫଲ୍ୟ ମଣ୍ଡିତ କରି ନିଜେ ଏହାର ଲାଭ ନେବାକୁ ପରାମର୍ଶ ପ୍ରଦାନ କରିଥିଲେ।ଏହି ଶିବିର ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ଅରୁଣ ଖୁଆସ କିଶୋର ନ୍ୟାୟ ଆଇନ୍,ବାଲ୍ୟ ବିବାହ ଆଇନ,ପି ସି ପି ଏନ ଡି ଟି ଆଇନ୍ ଉପରେ ମତାମତ ଦେଇଥିଲେ।କାର୍ଯକ୍ରମରେ ଯଶୋଦା ଯୋଜନା ର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ନୋଡାଲ ଅଫିସର ତଥା ଅଣ ଆନୁଷ୍ଠାନିକ ଅଧିକାରୀ ସୁଧାଂଶୁ ଶେଖର କୁମ୍ଭାର ଉପସ୍ଥିତ ରହି ଯଶୋଦା ଯୋଜନା ର ଆବେଦନ ପ୍ରଣାଳୀ ଉପରେ ଜଣାଇଥିଲେ ଯଥା - ଦରଖାସ୍ତ,ବାର୍ଷିକ ଆୟ ପ୍ରମାଣ ପତ୍ର,ପିତା ମାତା ଙ୍କ ମୃତ୍ୟୁ ପ୍ରମାଣ ପତ୍ର, ହିତାଧିକାରୀ ଙ୍କ ଆଧାର କାର୍ଡ,ମେଟ୍ରିକ ପାସ୍ ଏବଂ ଅଇ ଟି ରେ ପାଠ ପଢୁଥିବା ପ୍ରମାଣ ପତ୍ର,ଫୋଟୋ,ଆଡ଼ମିଶନ ଓ ଅନ୍ୟାନ୍ୟ ଫିଜ ର
ଓରିଜିନାଲ ବିଲ ଲାଗିବ ବୋଲି ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଜଣାଇଥିଲେ। ଅନୁରୂପ ଭାବରେ ସରକାରୀ ପଲିଟେକନିକ୍ ବଲାଙ୍ଗୀର ରେ ସଚ୍ଚିଦାନନ୍ଦ ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଏକ ଯଶୋଦା ଯୋଜନା ଉପରେ ପରାମର୍ଶ ଶିବିର ଅନୁଷ୍ଟିତ ହୋଇଥିଲା।କାର୍ଯକ୍ରମରେ ସରକାରୀ ପଲିଟେକନିକ ର ସ୍ମୃତିଲେଖା ସେଠୀ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମଜିକ କର୍ମୀ ହରିବନ୍ଧୁ ରାଉତ୍,ଚାଇଲ୍ଡ ହେଲ୍ପ ଲାଇନ୍ ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁବୋଧ କୁମାର ପଧାନ,ଶୁଭମ୍ ଜେନା ପ୍ରମୁଖ ଉପସ୍ଥିତ ଥିଲେ।