-+91-9937148622 |
prerana_bgr@rediffmail.com |
Sunday 26th July 2026 |
R.N.I. Regd No. ODIODI/2010/46693
Breaking News
26-Jul-2026
ସାମ୍ପ୍ରତିକ ସମାଜ ରେ ଘଟୁଥିବା ବିଭିନ୍ନ ଘଟଣା, ଯାହା ସମ୍ବେଦନଶୀଳ ମଣିଷ କୁ ଆହୁରି ସମ୍ବେଦନଶୀଳ କରେ, ସେପରି ଗଳ୍ପ ପାଠକକୁ ବେଶୀ ଆକୃଷ୍ଟ କରେ। ମନୋଜ ପୂଜାରୀଙ୍କ ଗଳ୍ପ ସେପରି ସମ୍ବେଦନଶୀଳ ଭାବର ଉପସ୍ଥାପନା
ବୋଲି କହିଛନ୍ତି କଥାଶିଳ୍ପୀ ଡାକ୍ତର ମଞ୍ଜୁବାଳା ପଣ୍ଡା।ରାଜୀବ ଲୋଚନ ଆଚାର୍ଯ୍ୟ ଙ୍କ ସଂଯୋଜନାରେ ସଂସ୍କୃତି ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ କଥାଶିଳ୍ପୀ ଡାକ୍ତର ମଞ୍ଜୁବାଳା ପଣ୍ଡା, ସେଞ୍ଚୁ ରିଆନ ର ଅଧ୍ୟାପିକା ନମିତା ସ୍ମୃତି ମିଶ୍ର, କୁନି ଝିଅ ଗୁଞ୍ଜନ ମଂଚାସୀନ ଥିଲେ।ଗାଳ୍ପିକ ସ୍ବର୍ଗତ ମନୋଜ କୁମାର ପଣ୍ଡା, ସଦାନନ୍ଦ
ତ୍ରିପାଠୀ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସଭା ଆରମ୍ଭ କରାଯାଇଥିଲା। ପ୍ରକୃତି ଓ ପରିବେଶ ପାଇଁ କଦଳୀ ପତ୍ରରେ ବନ୍ଧା ହୋଇଥିବା ଗଳ୍ପ ସଂକଳନ ବାଘ ଭୟ କୁ ଲୋକାର୍ପଣ କରିଥିଲେ ଅତିଥିମାନେ। ଲୋକାର୍ପିତ ଗଳ୍ପ ସଂକଳନ ରୁ ଗଳ୍ପ ପଢିଥିଲେ ଭାରତୀ ବାଗ ଓ ରାଜୀବ ଲୋଚନ ଆଚାର୍ଯ୍ୟ।ଗାଳ୍ପିକ ମନୋଜ କୁମାର ପୂଜାରୀ ନିଜ ଗଳ୍ପର ବିଭିନ୍ନଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ସସ୍ମିତାନେପାକ ଧନ୍ୟବାଦ ଅର୍ପଣ କରିଥିଲେ।