-+91-9937148622 |
prerana_bgr@rediffmail.com |
Friday 31st July 2026 |
R.N.I. Regd No. ODIODI/2010/46693
Breaking News
31-Jul-2026
ନବରଙ୍ଗପୁର(:ପ୍ରିୟଦର୍ଶିନୀ ପାତ୍ର)
ଡାବୁଗାଁ ରାଜ୍ୟ ରାଜପଥ--୩୯ ପାର୍ଶ୍ଵରେ ଗଢି ଉଠିଥିବା ସତସଙ୍ଗ ବିହାରରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଲୀଳା ସଙ୍ଗିନୀ ଶ୍ରୀ ଶ୍ରୀ ଲକ୍ଷ୍ମୀମାଙ୍କ ୧୩୩ ତମ ଜନ୍ମ ଲଗ୍ନ ଘୋଷଣା ମହାସମାରୋହରେ ପାଳିତ ହୋଇଯାଇଛି l ଡାବୁଗାଁ ସହରର ବହୁ ଶ୍ରଦ୍ଧାଳୁ ଭକ୍ତ ଓ ଭକ୍ତି ମତି ମାତୃ ମଣ୍ଡଳୀ ଉପସ୍ଥିତ ରହି ଜନ୍ମ ଲଗ୍ନ ଘୋଷଣାରେ ଅଂଶ ଗ୍ରହଣ କରି ନିଜକୁ କୃତାର୍ଥ କରିଥିଲେ l ଜନ୍ମ ଲଗ୍ନ ଘୋଷଣାର ସମୟ ୮ ଘଣ୍ଟା ୫୦ ମିନିଟ୍ ହୋଇଥିବା ବେଳେ ଠିକ୍ ସମୟରେ ସତସଙ୍ଗ ବିହାର ସମସ୍ତ ଭକ୍ତବୃନ୍ଦ ଠିଆ ହୋଇ ୧୩୩ ଟି ଫୁଲ ମା ଙ୍କ ଶ୍ରୀ ପାଦ ପଦ୍ମରେ ନିବେଦନ କରିବା ସହ ୧୩୩ ଥର ବନ୍ଦେ ପୁରୁଷୋତ୍ତମ ଧନୀ, ୧୩୩ ଥର ଶଙ୍ଖ ଧ୍ୱନି ଓ ହୁଳହୁଳି ଶବ୍ଦ ଦେବା ପରେ ପ୍ରାତଃ ପ୍ରାର୍ଥନା, ପ୍ରାତଃ ଓ ସନ୍ଧ୍ଯା କାଳୀନ ବିନତି, ସଦଗୁରୁ ବନ୍ଦନା, ଧ୍ୟାନ, ସତ୍ୟାନୁସରଣ ପାଠ, ନାରୀର ନୀତି ପାଠ, ଭଜନ କୀର୍ତ୍ତନ, ଯାଜନରେ ପ୍ରକମ୍ପିତ ହୋଇ ଉଠିଥିଲା ସତସଙ୍ଗ ବିହାର।