-+91-9937148622 |
prerana_bgr@rediffmail.com |
Thursday 9th July 2026 |
R.N.I. Regd No. ODIODI/2010/46693
Breaking News
09-Jul-2026
ଜୁନାଗଡ଼, (ପ୍ରେରଣା ଖବର) ଜୁନାଗଡ଼ ସ୍ଥିତ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ସପ୍ତାହ ପାଳନ ର ସପ୍ତମ ଦିବସରେ ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହେମସାଗର ମହାନନ୍ଦ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଆଲୋକପାତ କରିଥିବା ବେଳେ ଡି ଏ ଭି ମହାବିଦ୍ୟାଳୟ ଟିଟିଲାଗଡ଼ର ଅବସରପ୍ରାପ୍ତ ଅଧ୍ୟକ୍ଷ, ବିଶିଷ୍ଟ ଶିକ୍ଷାବିତ ତଥା ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା କଟକର ପ୍ରମୁଖ ସଦସ୍ୟ ଡ଼ ଶିବପ୍ରସାଦ ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ବର୍ତ୍ତମାନ ପରିପ୍ରେକ୍ଷୀରେ ବୃକ୍ଷ ବିନା ଜୀବନ ଅସମ୍ଭବ ଓ ବୃକ୍ଷ ରୋପଣ ନିହାତି ଜରୁରୀ ବୋଲି ଉଦବୋଧନ ଦେଇଥିଲେ l ପରେ ବିଦ୍ୟାଳୟ ର ପରିବେଶ କ୍ଲବ ଦାୟିତ୍ୱ ରେ ଥିବା ଶିକ୍ଷକ ଯଶୋବନ୍ତ ମାଝି ଓ ସରିତା ମୁଣ୍ଡଙ୍କ ତତ୍ୱାବଧାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ସଭାକୁ ବରିଷ୍ଠ ଶିକ୍ଷକ ବିଭୁଭୂଷଣ ପଣ୍ଡା ସଂଯୋଜନା କରିଥିବା ବେଳେ ଶିକ୍ଷକ ସଂଜୀବ କୁମାର ପଣ୍ଡା ସ୍ୱାଗତ କରିଥିଲେ ଓ ଚୁମନ ଦାସ ନାଏକ ଧନ୍ୟବାଦ ଦେଇଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l