-+91-9937148622 |

prerana_bgr@rediffmail.com |

  Sunday 6th September 2026 |

| | | |

R.N.I. Regd No. ODIODI/2010/46693

Breaking News

ମାଁ ଚରଦେଇ ଓ ବାବା କପିଳେଶ୍ଵର ପୀଠରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ   (06-Sep-2026)       ||      ଅମୃତ୍ କୁଟୁମ୍ ଭେଡେନ୍ ର ୬ଷ୍ଠ ବାର୍ଷିକୋତ୍ସବ ଅମୃତ୍ ଉଚ୍ଛବ୍ - ୨୦୨୬   (06-Sep-2026)       ||      ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ବରପାଲିରେ ଗଙ୍ଗାଧର ମେହେର ସ୍ମୃତିପୀଠ ଓ ଅସୁରଗଡ଼ ପରିଦର୍ଶନ   (06-Sep-2026)       ||      ଗୁରୁ ଦିବସରେ ଗୁରୁ କଳାବ୍ୟାଚ ପିନ୍ଧି ପ୍ରତିବାଦ କଲେ   (06-Sep-2026)       ||      ତୋଷାଳୀ ବିଦ୍ୟାମନ୍ଦିରରେ ଗଙ୍ଗାଧର ଜୟନ୍ତୀ ପାଳିତ   (06-Sep-2026)       ||      ବେକରେ ଓଢଣୀ ଦେଇ ନବମ ଶ୍ରେଣୀ ଛାତ୍ରୀର ଆତ୍ମହତ୍ୟା   (06-Sep-2026)       ||      ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପ୍ରତିନିଧି ଦଳ ନର୍ଲା ବ୍ଲକ ବେହେରା ପାଟିରେ   (06-Sep-2026)       ||      ବେହେରା ପାଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଗୁରୁ ଦିବସ ପାଳିତ   (06-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ    (05-Sep-2026)       ||      ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   (05-Sep-2026)       ||      ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   (05-Sep-2026)       ||      ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   (05-Sep-2026)       ||      ଗୁରୁଦିବସ ପାଳିତ   (05-Sep-2026)       ||      ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   (05-Sep-2026)       ||      *ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   (05-Sep-2026)       ||      ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   (05-Sep-2026)       ||      ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   (05-Sep-2026)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   (05-Sep-2026)       ||      ପୁଣି ସେହି ଏଫସିଆଇ ଛକ, ମହିଳାଙ୍କଠାରୁ ସୁନା ଚେନ ଲୁଟର ଲାଇଭ ଫଟେଜରେ କଏଦ   (05-Sep-2026)       ||      ପ୍ରତିଭା କୁ ସମ୍ମାନ ଦେଲେ ସୂ -ସାହିତ୍ୟିକ ଡ଼. ନୃପ ରାଜ ସାହୁ   (05-Sep-2026)       ||     

HOME   ଜିଲ୍ଲା

ଚୁଡାପାଲି ଠାରେ ବିଭିନ୍ନ ପଞ୍ଚାୟତର ସମସ୍ୟା ଶୁଣିଲେ ନରସିଂହ♦️ ଜିରାଟମାଲ ପିଇବାପାଣି ପ୍ରକଳ୍ପ ଉଦ୍‌ଘାଟନ ସତ୍ୱେ ପାଣି ପାଇ ନାହାନ୍ତି ଗାଁ ଲୋକେ

09-Jul-2026



ବଲାଙ୍ଗିର(ପ୍ରେରଣା ଖବର) ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଚୁଡାପାଲି ଠାରେ ତୁଷୁରାବାହାଲ, କଙ୍କରା, ମାୟାବର୍ହା, ଭୁଣ୍ଡିମୁହାଣ ଓ ଡଙ୍ଗାଘାଟ ଇତ୍ୟାଦି ଗାଁର ଲୋକଙ୍କୁ ଭେଟି ଗାଁ ର ସମସ୍ୟା ସମ୍ପର୍କରେ ଅଭିଯୋଗ ଶୁଣିଛନ୍ତି । ବିଶେଷ କରି ତୁଷୁରାବାହାଲ ପଂଚାୟତର ଜିରାଟମାଲ ଠାରେ ଅନେକ ମାସ ହେବ ଏକ ପିଇବା ପାଣି ପ୍ରକଳ୍ପକୁ ବର୍ତ୍ତମାନର ବିଧାୟକ ଉଦ୍‌ଘାଟନ କରିଦେଇଥିଲେ ହେଁ ଆଜି ପର୍ଯ୍ୟନ୍ତ ସେଠାକାର ଲୋକଙ୍କୁ ପିଇବା ପାଣି ଯୋଗାଣ ହୋଇ ନ ପାରି ନ ଥିବାରୁ ଲୋକେ ଘୋର ଅସନ୍ତୋଷର ସହ ଅଭିଯୋଗ କରିଥିଲେ । ଠିକ୍ ସେହିପରି ଡଙ୍ଗାଘାଟ ଠାରେ ବିଜୁଳି ସମସ୍ୟା ଯୋଗୁଁ ଉଠା ଜଳସେଚନ ସମ୍ଭବ ହୋଇପାରୁନାହିଁ । ଗ୍ରାମସଭାରେ ଲୋକେ ବାରମ୍ବାର ଅଭିଯୋଗ କରିଥିଲେ ହେଁ ବିଭାଗ ସେ ସବୁକୁ ଶୁଣୁନଥିବାର ଲୋକେ ଅଭିଯୋଗ କରିଥିଲେ । ବିଜୁଳି ର ଲୋ ଭୋଲଟେଜ ସମସ୍ୟା ଏ ସମସ୍ତ ପଂଚାୟତରେ ଅତି ଉତ୍କଟ

ରୂପ ନେଉଛି ତେଣୁ ଲୋକଙ୍କ ଦାବି ମୁତାବକ ଶ୍ରୀ ମିଶ୍ର ଏଠାକାର ବିଜୁଳି ତାର ଗୁଡିକୁ କେବୁଲରେ ପରିବର୍ତ୍ତନ କରିବା ସହ ଟ୍ରାନ୍ସଫରମର ର କ୍ଷମତାକୁ ବଢାଇବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ କହିଥିଲେ । ବୁଡି ଅଂଚଳର ଅନେକ ଭୂମିହୀନ ଆଜି ପର୍ଯ୍ୟନ୍ତ ଜମି କିମ୍ବା ଟଙ୍କା କ୍ଷତିପୁରଣ ଆକାରରେ ପାଇନାହାନ୍ତି କିନ୍ତୁ ପ୍ରଶାସନ ସେମାନଙ୍କୁ ଜବରଦସ୍ତି ଉଚ୍ଛେଦ କରିବାରେ ଲାଗିଛି । ତେଣୁ ଏହି ଭୂମିହୀନମାନଙ୍କୁ ତାଙ୍କ କ୍ଷତିପୂରଣ ପ୍ରଦାନ ସହ ବିସ୍ଥାପିତ କରିବା ପାଇଁ ଶ୍ରୀ ମିଶ୍ର ବିଭାଗକୁ ଚିଠି ଲେଖିବେ ବୋଲି କହିଥିଲେ । ତୁଷୁରାବାହାଲ ଠାରେ ଏକ ଚେକଡ୍ୟାମ ନିର୍ମାଣ, ମାୟାବର୍ହା ପଂଚାୟତର ରାସ୍ତା ନିର୍ମାଣକୁ ନେଇ ଶ୍ରୀ ମିଶ୍ରଙ୍କୁ ଲୋକେ ଅନୁରୋଧ କରିଥିଲେ । ଭୁଣ୍ଡିମୁହାଣ ଠାରେ ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ରମାନଙ୍କ ପାଠ ପଢିବା ପାଇଁ କୌଣସି ସୁବିଧା ନ ଥିବା ଆଲୋଚନା ହୋଇଥିଲା । ଭୁଣ୍ଡିମୁହାଣ କଖାଲ ରାସ୍ତାରେ ଏକ ବ୍ରିଜ ଭାଙ୍ଗିଯାଇଥିବାରୁ ଲୋକେ ନିଜ ଚାଷ ଜମିକୁ ଚାଷ ପାଇ ଯାଇପାରୁନଥିବାର ଅଭିଯୋଗ କରିଥିଲେ । ଏ ସବୁ ଶୁଣିବା ପରେ ଶ୍ରୀ ମିଶ୍ର ବିଜୁଳି ସମସ୍ୟାକୁ ନେଇ ବିଜୁଳି, ପାଣି, ବିଭିନ୍ନ ଯୋଜନାରେ ଭତ୍ତା ଓ ରାସ୍ତା ତଥା ସ୍କୁଲ ଗୃହ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ଏବଂ ଏ ସମସ୍ତ ଅସୁବିଧା ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ଉପସ୍ଥିତ ଲୋକଙ୍କୁ ପ୍ରତିଶୃତି ଦେଇ ଥିଲେ । ଆଜିର ଏହି ଆଲୋଚନା ସମୟରେ ଶ୍ରୀ ମିଶ୍ରଙ୍କ ସହ ଲୋକନାଥ କୁମୁରା, ଗୋବିନ୍ଦ ପଟେଲ, ଦୁଲଭ ପାଣ୍ଡେ, ପଙ୍କଜ ମଲ, ନିଳମଣି ଦଣ୍ଡସେନା, ଶୁଶିଲ ବେହେରା, ସରପଂଚ ଦନାରଦନ ମହାପାତ୍ର, ଧନେଶ୍ୱର ଦୀପ, ଘନ ବାରିକ, ଗିରିଧାରି ପୁଟା, ପଂଚାନନ ଘିବେଲା, ଉପେନ୍ଦ୍ର ବରିହା, ଭଗବାନ ମିର୍ଦ୍ଧା, ହେମସାଗର ପଟେଲ, ଶିଶିର ବାଗ, ରାଧେଶ୍ୟାମ ପୁଟେଲ, ସରପଂଚ ଭରତ ଛତ୍ରିଆ ଏବଂ କଂଗ୍ରେସ ନେତା ରାମପ୍ରସାଦ ମିଶ୍ର ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମାଁ ଚରଦେଇ ଓ ବାବା କପିଳେଶ୍ଵର ପୀଠରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ   06-Sep-2026
  ଜିଲ୍ଲା  
ଅମୃତ୍ କୁଟୁମ୍ ଭେଡେନ୍ ର ୬ଷ୍ଠ ବାର୍ଷିକୋତ୍ସବ ଅମୃତ୍ ଉଚ୍ଛବ୍ - ୨୦୨୬   06-Sep-2026
  ଜିଲ୍ଲା  
ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ବରପାଲିରେ ଗଙ୍ଗାଧର ମେହେର ସ୍ମୃତିପୀଠ ଓ ଅସୁରଗଡ଼ ପରିଦର୍ଶନ   06-Sep-2026
  ଜିଲ୍ଲା  
ଗୁରୁ ଦିବସରେ ଗୁରୁ କଳାବ୍ୟାଚ ପିନ୍ଧି ପ୍ରତିବାଦ କଲେ   06-Sep-2026
  ଜିଲ୍ଲା  
ତୋଷାଳୀ ବିଦ୍ୟାମନ୍ଦିରରେ ଗଙ୍ଗାଧର ଜୟନ୍ତୀ ପାଳିତ   06-Sep-2026
  ଜିଲ୍ଲା  
ବେକରେ ଓଢଣୀ ଦେଇ ନବମ ଶ୍ରେଣୀ ଛାତ୍ରୀର ଆତ୍ମହତ୍ୟା   06-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପ୍ରତିନିଧି ଦଳ ନର୍ଲା ବ୍ଲକ ବେହେରା ପାଟିରେ   06-Sep-2026
  ଜିଲ୍ଲା  
ବେହେରା ପାଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଗୁରୁ ଦିବସ ପାଳିତ   06-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ   05-Sep-2026
  ଜିଲ୍ଲା  
ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   05-Sep-2026
  ଜିଲ୍ଲା  
ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   05-Sep-2026

You Might Also Like