-+91-9937148622 |
prerana_bgr@rediffmail.com |
Sunday 6th September 2026 |
R.N.I. Regd No. ODIODI/2010/46693
Breaking News
09-Jul-2026
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ବେଥାନୀ କନଭେଣ୍ଟ ସ୍କୁଲ ରେ ବନ ମହୋତ୍ସବ ସପ୍ତାହ ପାଳନ ହୋଇଛି। ଏହି ଅବସରରେ ଆୟୋଜିତ ସଚେତନତା ସଭାରେ ସ୍କୁଲ ପ୍ରିନସିପାଲ ସିଷ୍ଟର ବୀନା ଜନ ଛାତ୍ର ଛାତ୍ରୀ ଙ୍କ ଉଦ୍ଦେଶ୍ୟରେ ବୃକ୍ଷ ରୋପଣ ଉପରେ ବକ୍ତବ୍ୟ ରଖିଥିଲେ। ସ୍କୁଲ ପରିସର ରେ ସମସ୍ତ ଛାତ୍ର ଛାତ୍ରୀ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିବା ସହିତ ନିଜ ନିଜ ଘର ରେ ମଧ୍ୟ ଗଛ ଲଗାଇ ବାକୁ ଅନୁରୋଧ କରିଥିଲେ। ଏହି ଅବସରରେ ସ୍କୁଲ ପରିସର ଓ ସ୍କୁଲ ବାହାରେ ବିଭିନ୍ନ ଛାଇ ପ୍ରଦାନ କରୁଥିବା ଗଛ ସହିତ ଫଳ ଗଛ ଲଗାଯାଇ ଥିଲା ।ଏହାସହ ଗଛ ଲଗାଇ ତାର ଆବଶ୍ୟକ ଯତ୍ନ ନେବାକୁ ମଧ୍ୟ ସିଷ୍ଟର ଵୀନା କହିଥିଲେ । ଏହି କାର୍ଯ୍ୟକ୍ରମ କୁ ସିଷ୍ଟର ନବୀନ, ସିଷ୍ଟର ସୁରେଖା, ଶିକ୍ଷକ ଦିବ୍ୟ ରଞ୍ଜନ ନାଗ, ପ୍ରଶାନ୍ତ କହ୍ନେର ଶିକ୍ଷୟତ୍ରୀ ସୁମନ ବାଗ ସମେତ ସମସ୍ତ ଶିକ୍ଷକ/ ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ l