-+91-9937148622 |
prerana_bgr@rediffmail.com |
Friday 17th April 2026 |
R.N.I. Regd No. ODIODI/2010/46693
Breaking News
17-Apr-2026
କଟକ : ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ୪୨ ମୌଜା ପକ୍ଷରୁ ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡିଆ ନବବର୍ଷ ପାଳନ ଅବସରରେ ଆଲୋଚନା ଚକ୍ର,ସମ୍ବର୍ଦ୍ଧନାର ସଭା ଏଵଂ ବେଲପଣା ବ୍ୟବସ୍ଥା କରାଯାଇଥିଲା । ପ୍ରତିଷ୍ଠାନର ସଭାପତି ସରୋଜ ନଳିନୀ ପରିଜାଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ କାର୍ଯ୍ଯକାରୀ ସଭାପତି ଶିକ୍ଷକ ରତ୍ନ ଅଭୟ ଦାସ,ମହାସଚିବ ରୁଦ୍ର ନାରାୟଣ ଦାସ,ବରିଷ୍ଠ ଆଜୀବନ ସଭ୍ୟ ସର୍ଦ୍ଦାର ଉପେନ୍ଦ୍ର ବାରିକ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ୪୨ ମୌଜାର କର୍ମରତ ସାମ୍ବାଦିକ ବର୍ଗ ଦୀପକ ଆଚାର୍ଯ୍ୟ,ନିରଂଜନ ଆଚାର୍ଯ୍ୟ,ସୁକାନ୍ତ ବେହେରା,ଅଶୋକ ପତି,ଦୀପ୍ତି ରଞ୍ଜନ ଶତପଥୀ,ଶିବାନୀ ମୁଦୁଲି,ସୁଧୀର ଶତପଥୀ,ଚନ୍ଦନ ମହାନ୍ତି,ବିଶ୍ୱ ରଂଜନ ଦାସ ପ୍ରମୁଖଙ୍କୁ ମର୍ଯ୍ୟାଦା ଜନକ ଦୟାନିଧି ସାମ୍ବାଦିକ ରତ୍ନ ସମ୍ମାନ - ୨୦୨୬ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସାଧାରଣ ସଂପାଦକ ବରିଷ୍ଠ ସମାଜସେବୀ ନାରାୟଣ ଚଂଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।