-+91-9937148622 |

prerana_bgr@rediffmail.com |

  Monday 24th August 2026 |

| | | |

R.N.I. Regd No. ODIODI/2010/46693

Breaking News

କଲାହାଣ୍ଡି ଜିଲ୍ଲାରେ ପି, ଡି, ଏସ ଚାଉଳ ବଣ୍ଟନ ପ୍ରକ୍ରିୟା ବ୍ୟତିକ୍ରମ ଅଭିଯୋଗ ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟକଳାପ ଉପରେ ସାଧାରଣରେ ପ୍ରଶ୍ନ?   (24-Aug-2026)       ||      ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (24-Aug-2026)       ||      ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଚିନ୍ଦାଗୁଡ଼ା ଗ୍ରାମ ଠାରେ ଦାଦନ ଶ୍ରମିକ ମୁକ୍ତ ସଚେତନ ଶିବିର ଆୟୋଜିତ,   (24-Aug-2026)       ||      ଆକାଶ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଆନ୍ଥେ (ANTHE) ୨୦୨୬ ର ଭବ୍ୟ ଉନ୍ମୋଚନ   (24-Aug-2026)       ||      ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ - ରାମଧୂନ କ୍ଳବ୍ ଫାଇନାଲ କୁ ପ୍ରବେଶ   (24-Aug-2026)       ||      ରାଜ୍ୟ ସ୍ତରିୟ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଇଁ ଚିତ୍ରାଙ୍କନ ଓ ସଙ୍ଗୀତ ପ୍ରତିଯୋଗିତା   (24-Aug-2026)       ||      *ଶ୍ରାବଣ ଶେଷ ସୋମବାର ଅବସରରେ କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (24-Aug-2026)       ||      ସିଦ୍ଧାର୍ଥ ଡିଗ୍ରୀ କଲେଜରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ଉଦଯାପିତ   (24-Aug-2026)       ||      ବଲାଙ୍ଗିର ସ୍ୱାଭିମାନ ମଂଚ ଗଠନ♦️ ନରସିଂହଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ କଲେ ଆଲୋଚନା♦️ ତୃଣମୁଳ ସ୍ତରର ସମସ୍ୟା ଲୋକଲୋଚନକୁ ଅଣାଯିବ   (24-Aug-2026)       ||      ଅଧ୍ୟକ୍ଷାଙ୍କୁ ମିଳିଲା ନିମନ୍ତ୍ରଣ,ବଲାଙ୍ଗୀର ପୌର ପରିଷଦକୁ ୧ କୋଟି ଟଙ୍କା ପୁରସ୍କାର   (24-Aug-2026)       ||      ତୁରେକେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   (24-Aug-2026)       ||      ବିଭାଗ ଓ ସଂଭାଗ ଜ୍ଞାନ ବିଜ୍ଞାନ ମେଳାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ର ଅପୂର୍ବ ସଫଳତା   (24-Aug-2026)       ||      ଶିଶୁ-ବନ୍ଧୁ ପରିବେଶ ସୃଷ୍ଟି ନେଇ ଅଭିଭାବକ ଓ ଏସଏଚଜି ମହିଳାଙ୍କୁ ତାଲିମ   (24-Aug-2026)       ||      ମାଳଦାରେ ମାଗଣା ସ୍ୱାସ୍ଥ୍ୟ ଶିବିର   (24-Aug-2026)       ||      ଖବର ଆଜିର ତାରିଖ:୨୪/୦୮/୨୬, ସୋମବାର    (24-Aug-2026)       ||      ଏମଏମଡିଆର ବିଲ ଉପରେ ସରକାର ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ନ ଡାକିବାରୁ ତାଙ୍କ ମନୋଭାବ ସ୍ପଷ୍ଟ   (24-Aug-2026)       ||      କୁଦୋପାଲି ରଣଭୂମିରେ ବୀର ଛବିଳ ସାଏ ସ୍ମୃତି କମିଟିର ବୈଠକ   (23-Aug-2026)       ||      ଅସ୍ଥେୟ ଓ ଅପରିଗ୍ରହ ପରି ସଦଗୁଣ ମାନବକୁ ମହା ମାନବରେ ପରିବର୍ତ୍ତିତ କରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର    (23-Aug-2026)       ||      ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ।   (23-Aug-2026)       ||      ସେବା ଭାରତୀ, ଓଡ଼ିଶା ପଶ୍ଚିମ ଦ୍ଵାରା ସୁପୋଷଣ ଜାଗରଣ ଅଭିଯାନ   (23-Aug-2026)       ||     

HOME   ଜିଲ୍ଲା

ଇନ୍ଦ୍ରାଣୀ ବାନାର୍ଜୀ କବିଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ

13-Feb-2026



ଭଦ୍ରକ/ଭୁବନେଶ୍ବର(ପ୍ରେରଣା ଖବର): ସ୍ବର୍ଗତଃ ଇନ୍ଦ୍ରାଣୀ ବାନାର୍ଜୀ କବିଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କର ଅମ୍ଲାନ ସ୍ମୃତି  ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରା ଯାଇଛି।ଏହି ଉପଲକ୍ଷେ ଇନ୍ଦ୍ରାଣୀଙ୍କର ସ୍ୱାମୀ କାତାର ଓଡ଼ିଆ ସଂଘ 'ଉତ୍କଳିକା'ର ସଭାପତି ଡଃ. ବସନ୍ତ କୁମାର କବିଙ୍କର ଭଦ୍ରକ ଜିଲ୍ଲାସ୍ଥିତ ରାହାଞ୍ଜ ବାସଭବନ ଠାରେ ଆୟୋଜିତ ଏକ ସମାରୋହରେ ତାଙ୍କର ଶତାଧିକ ପରିବାର ବର୍ଗ, ବନ୍ଧୁବାନ୍ଧବ, ସମ୍ପର୍କୀୟ ଓ ଶୁଭେଚ୍ଛୁ  ମାନଙ୍କର ସମାଗମ ଘଟିଥିବା

ଦେଖିବାକୁ ମିଳିଥିଲା। ଏହି ପ୍ରାର୍ଥନା ସଭାରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତି ବିଶେଷ ସ୍ବର୍ଗତଃ କବିଙ୍କର ଆଦର୍ଶ ଜୀବନ ଓ ଉତ୍କର୍ଷ ଦର୍ଶନର ସ୍ମୃତି ଚାରଣ କରିବା ସହିତ ତାଙ୍କର ଅମର ଆତ୍ମାର ସଦ୍ଗତି ଏବଂ ଚିରଶାନ୍ତି କାମନା କରିଥିଲେ।

ସ୍ବର୍ଗତଃ ଇନ୍ଦ୍ରାଣୀ ଏକ ବହୁମୁଖୀ, ଉଚ୍ଚ ପଦାଧିକାରୀ ଓ ଉଜ୍ଜ୍ୱଳ ବ୍ୟକ୍ତିତ୍ୱର ଅଧୀକାରିଣୀ ଥିଲେ। ତାଙ୍କର ନିଷ୍ଠା, ସାଧନା,ସତ୍ୟ,ନ୍ୟାୟ ଓ ଧର୍ମପରାୟଣା ପରି ମାନବୀୟ ଗୁଣାବଳୀ  ଅନନ୍ୟ ଓ ଅତୁଳନୀୟ ଥିଲା। 

ସ୍ବର୍ଗତଃ ଇନ୍ଦ୍ରାଣୀଙ୍କର ଅସାଧାରଣ ପ୍ରତିଭା ଓ ଅସାମାନ୍ୟ ପାରଦର୍ଶିତାକୁ ଆଧାର କରି ତାଙ୍କର ସ୍ୱାମୀ ଡଃ. ବସନ୍ତ କୁମାର କବିଙ୍କ ଦ୍ୱାରା ଲିଖିତ ଇଂରାଜୀ  ଉପନ୍ୟାସ 'ରେଲ ଟୁ ରେମିନିସେନ୍ସ ଆନ ଏଟରନାଲ ଭଏଜ ଉଇଥ ଇନ୍ଦ୍ରାଣୀ', ନଣନ୍ଦ ସୁନାମଧନ୍ୟ କବୟତ୍ରୀ ସାବିତ୍ରୀ କବିଙ୍କ ରଚିତ ଓଡ଼ିଆ ପୁସ୍ତକ 'ଲୁହର ସମୁଦ୍ରରେ ଇନ୍ଦ୍ରାଣୀ ଓ ସ୍ମୃତି ସମ୍ବଳିତ ଇଂରାଜୀ  ସ୍ମରଣିକା “ଇନ୍ଦ୍ରାଣୀ: ଦ ରାଡିଆଣ୍ଟ ଷ୍ଟାର ଇନ୍ ଦ ସ୍କାଏ” ଆଦିକୁ ଆମନ୍ତ୍ରିତ ଅତିଥିମାନେ ଉନ୍ମୋଚନ କରିଥିଲେ।ବିଖ୍ୟାତ ସାରସ୍ୱତ ସାଧକ ପବିତ୍ର ପାଣିଗ୍ରାହୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ଉଦ୍ଘାଟକ ଭାବରେ ପ୍ରଖ୍ୟାତ ସାହିତ୍ୟିକ ଦାଶ ବେନହୁର,ସମ୍ମାନିତ ଅତିଥି ଭାବେ ଅନ୍ତର୍ଜାତୀୟ ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଡଃ. ଅରୁନ୍ଧତୀ ଦେବୀ, ଭଦ୍ରକ ପୌରପାଳିକାର ଅଧ୍ୟକ୍ଷା ଗୁଲୁମକୀ ଦଲାୱଜୀ ହବିବ, ପ୍ରସିଦ୍ଧ ପ୍ରବଚକ ସଂଗ୍ରାମ ଆଚାର୍ଯ୍ୟ, ପ୍ରତିଷ୍ଠିତ ସାହିତ୍ୟିକ ଅରୁଣୋଦୟ ଖିଲାର,ପ୍ରତିରକ୍ଷାବିତ କର୍ଣ୍ଣେଲ ଶେଖର ସ୍ୱାଇଁ ଏବଂ ସୁପ୍ରସିଦ୍ଧ ଗାଳ୍ପିକ ରଜନୀକାନ୍ତ

ମହାନ୍ତି ପ୍ରମୁଖ  ଯୋଗଦେଇ ସ୍ବର୍ଗତଃ କବିଙ୍କୁ ଭାବ ବିହ୍ଵଳ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଅଶୋକ କବି ସୁଚାରୁ ରୂପେ ସଂଯୋଜନା ଓ ସଂଚାଳନା କରିଥିଲେ।  

ସନ୍ଧ୍ୟାବେଳେ ଉଦୀୟମାନ ଭଜନ ଗାୟକ ଜଗବନ୍ଧୁ ମୁଦୁଲି ଓ ସାଥୀ ସୁମଧୁର ଭଜନମାନ ପରିବେଷଣ କରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ସ୍ବର୍ଗତଃ ଇନ୍ଦ୍ରାଣୀଙ୍କର ରୁଚିକୁ ଆଧାର କରି ବିଭିନ୍ନ କିସମର ସ୍ୱାଦିଷ୍ଟ ବ୍ୟଞ୍ଜନ ଉଭୟ ମଧ୍ୟାହ୍ନ ଓ ରାତ୍ର ଭୋଜନରେ ଅତିଥି ଅଭ୍ୟାଗତମାନଙ୍କୁ ପରଷା ଯାଇଥିଲା।

ଇନ୍ଦ୍ରାଣୀଙ୍କର ପିତା ଆଶୀଷତରୁ ବାନାର୍ଜୀ ଓ ମାତା ସୁମିତା ବାନାର୍ଜୀ  ତଥା ସମଗ୍ର କବି ପରିବାର ବର୍ଗ ଆୟୋଜନରେ ମୁଖ୍ୟ ଭୂମିକା   ନିର୍ବାହ କରିବା ସହିତ ଆଗନ୍ତୁକ ମାନଙ୍କ ନିକଟରେ ଉପସ୍ଥିତି ଓ ସମର୍ଥନ ପାଇଁ କୃତଜ୍ଞତା ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
କଲାହାଣ୍ଡି ଜିଲ୍ଲାରେ ପି, ଡି, ଏସ ଚାଉଳ ବଣ୍ଟନ ପ୍ରକ୍ରିୟା ବ୍ୟତିକ୍ରମ ଅଭିଯୋଗ ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟକଳାପ ଉପରେ ସାଧାରଣରେ ପ୍ରଶ୍ନ?   24-Aug-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   24-Aug-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଚିନ୍ଦାଗୁଡ଼ା ଗ୍ରାମ ଠାରେ ଦାଦନ ଶ୍ରମିକ ମୁକ୍ତ ସଚେତନ ଶିବିର ଆୟୋଜିତ,   24-Aug-2026
  ରାଜ୍ୟ  
ଆକାଶ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଆନ୍ଥେ (ANTHE) ୨୦୨୬ ର ଭବ୍ୟ ଉନ୍ମୋଚନ   24-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ - ରାମଧୂନ କ୍ଳବ୍ ଫାଇନାଲ କୁ ପ୍ରବେଶ   24-Aug-2026
  ଜିଲ୍ଲା  
ରାଜ୍ୟ ସ୍ତରିୟ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଇଁ ଚିତ୍ରାଙ୍କନ ଓ ସଙ୍ଗୀତ ପ୍ରତିଯୋଗିତା   24-Aug-2026
  ଜିଲ୍ଲା  
*ଶ୍ରାବଣ ଶେଷ ସୋମବାର ଅବସରରେ କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   24-Aug-2026
  ଜିଲ୍ଲା  
ସିଦ୍ଧାର୍ଥ ଡିଗ୍ରୀ କଲେଜରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ଉଦଯାପିତ   24-Aug-2026
  ଜିଲ୍ଲା  
ବଲାଙ୍ଗିର ସ୍ୱାଭିମାନ ମଂଚ ଗଠନ♦️ ନରସିଂହଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ କଲେ ଆଲୋଚନା♦️ ତୃଣମୁଳ ସ୍ତରର ସମସ୍ୟା ଲୋକଲୋଚନକୁ ଅଣାଯିବ   24-Aug-2026
  ଜିଲ୍ଲା  
ଅଧ୍ୟକ୍ଷାଙ୍କୁ ମିଳିଲା ନିମନ୍ତ୍ରଣ,ବଲାଙ୍ଗୀର ପୌର ପରିଷଦକୁ ୧ କୋଟି ଟଙ୍କା ପୁରସ୍କାର   24-Aug-2026
  ଜିଲ୍ଲା  
ତୁରେକେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   24-Aug-2026
  ଜିଲ୍ଲା  
ବିଭାଗ ଓ ସଂଭାଗ ଜ୍ଞାନ ବିଜ୍ଞାନ ମେଳାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ର ଅପୂର୍ବ ସଫଳତା   24-Aug-2026

You Might Also Like