-+91-9937148622 |

prerana_bgr@rediffmail.com |

  Monday 24th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୁହୂରାମୁଣ୍ଡା ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (24-Aug-2026)       ||      କଲାହାଣ୍ଡି ଜିଲ୍ଲାରେ ପି, ଡି, ଏସ ଚାଉଳ ବଣ୍ଟନ ପ୍ରକ୍ରିୟା ବ୍ୟତିକ୍ରମ ଅଭିଯୋଗ ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟକଳାପ ଉପରେ ସାଧାରଣରେ ପ୍ରଶ୍ନ?   (24-Aug-2026)       ||      ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (24-Aug-2026)       ||      ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଚିନ୍ଦାଗୁଡ଼ା ଗ୍ରାମ ଠାରେ ଦାଦନ ଶ୍ରମିକ ମୁକ୍ତ ସଚେତନ ଶିବିର ଆୟୋଜିତ,   (24-Aug-2026)       ||      ଆକାଶ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଆନ୍ଥେ (ANTHE) ୨୦୨୬ ର ଭବ୍ୟ ଉନ୍ମୋଚନ   (24-Aug-2026)       ||      ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ - ରାମଧୂନ କ୍ଳବ୍ ଫାଇନାଲ କୁ ପ୍ରବେଶ   (24-Aug-2026)       ||      ରାଜ୍ୟ ସ୍ତରିୟ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଇଁ ଚିତ୍ରାଙ୍କନ ଓ ସଙ୍ଗୀତ ପ୍ରତିଯୋଗିତା   (24-Aug-2026)       ||      *ଶ୍ରାବଣ ଶେଷ ସୋମବାର ଅବସରରେ କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (24-Aug-2026)       ||      ସିଦ୍ଧାର୍ଥ ଡିଗ୍ରୀ କଲେଜରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ଉଦଯାପିତ   (24-Aug-2026)       ||      ବଲାଙ୍ଗିର ସ୍ୱାଭିମାନ ମଂଚ ଗଠନ♦️ ନରସିଂହଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ କଲେ ଆଲୋଚନା♦️ ତୃଣମୁଳ ସ୍ତରର ସମସ୍ୟା ଲୋକଲୋଚନକୁ ଅଣାଯିବ   (24-Aug-2026)       ||      ଅଧ୍ୟକ୍ଷାଙ୍କୁ ମିଳିଲା ନିମନ୍ତ୍ରଣ,ବଲାଙ୍ଗୀର ପୌର ପରିଷଦକୁ ୧ କୋଟି ଟଙ୍କା ପୁରସ୍କାର   (24-Aug-2026)       ||      ତୁରେକେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   (24-Aug-2026)       ||      ବିଭାଗ ଓ ସଂଭାଗ ଜ୍ଞାନ ବିଜ୍ଞାନ ମେଳାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ର ଅପୂର୍ବ ସଫଳତା   (24-Aug-2026)       ||      ଶିଶୁ-ବନ୍ଧୁ ପରିବେଶ ସୃଷ୍ଟି ନେଇ ଅଭିଭାବକ ଓ ଏସଏଚଜି ମହିଳାଙ୍କୁ ତାଲିମ   (24-Aug-2026)       ||      ମାଳଦାରେ ମାଗଣା ସ୍ୱାସ୍ଥ୍ୟ ଶିବିର   (24-Aug-2026)       ||      ଖବର ଆଜିର ତାରିଖ:୨୪/୦୮/୨୬, ସୋମବାର    (24-Aug-2026)       ||      ଏମଏମଡିଆର ବିଲ ଉପରେ ସରକାର ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ନ ଡାକିବାରୁ ତାଙ୍କ ମନୋଭାବ ସ୍ପଷ୍ଟ   (24-Aug-2026)       ||      କୁଦୋପାଲି ରଣଭୂମିରେ ବୀର ଛବିଳ ସାଏ ସ୍ମୃତି କମିଟିର ବୈଠକ   (23-Aug-2026)       ||      ଅସ୍ଥେୟ ଓ ଅପରିଗ୍ରହ ପରି ସଦଗୁଣ ମାନବକୁ ମହା ମାନବରେ ପରିବର୍ତ୍ତିତ କରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର    (23-Aug-2026)       ||      ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ।   (23-Aug-2026)       ||     

HOME   ଜିଲ୍ଲା

ସମରେନ୍ଦ୍ରଙ୍କ ବନ୍ଧୁମିଳନ♦️ ଯୋଗ ଦେଲେ ବଲାଙ୍ଗିର ଓ ଲୋଇସିଂହା ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମୀ ଓ ନେତା

13-Feb-2026



ବଲାଙ୍ଗିର(ପ୍ରେରଣା ଖବର)- ୨୦୧୪ ମସିହା ପୂର୍ବବର୍ତ୍ତୀ ବଲାଙ୍ଗିର ଓ ୨୦୧୪ ରୁ ୨୦୨୪ ଦଶ ବର୍ଷର ବଲାଙ୍ଗିରର ଅବସ୍ଥା କେବଳ ଆମ ଅଂଚଳର ଲୋକ ନୁହନ୍ତି, ସାରା  ରାଜ୍ୟ ଦେଖିଛି । ନରସିଂହ ମିଶ୍ରଙ୍କ ନେତୃତ୍ୱରେ ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ଅଦ୍ଭୁତପୂର୍ବ ବିକାଶ ଜିଲ୍ଲାର ଅନ୍ୟ ନିର୍ବାଚନମଣ୍ଡଳୀ ତଥା ପାଶ୍ୱର୍ବର୍ତ୍ତି ଜିଲ୍ଲା ମାନଙ୍କରେ ମଧ୍ୟ ଚର୍ଚ୍ଚାର ବିଷୟ ଥିଲା । ତେଣୁ ଆମମାନଙ୍କ ପାଇଁ ରାଜନୀତି କରିବା କେବଳ ପଦ ପଦବୀ କିମ୍ବା ନିର୍ବାଚନରେ ଟିକେଟ ହାତେଇବା ନୁହେଁ, ଆମ ରାଜନୀତି ଲୋକଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ଗମନାଗମନ ଓ ଅଂଚଳର ଅର୍ଥନୈତିକ ବିକାଶର ବାଟ ଦେଖାଇବା ପାଇଁ ହୋଇଥାଏ । ମୁଁ ଦୃଢତା ସହ କହିବି ନରସିଂହ ମିଶ୍ର ଓ 

କଂଗ୍ରେସ ଦଳର ରାଜନୀତି ବଲାଙ୍ଗିର ପାଇଁ ଅନେକ ବିକାଶ ଆଣିଛି ବୋଲି ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଗତ ନିର୍ବାଚନର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ ଉପସ୍ଥିତ କଂଗ୍ରେସ କର୍ମୀ ମାନଙ୍କୁ କହିଛନ୍ତି। ଏ ଅବସରରେ ସମରେନ୍ଦ୍ର ଏହା ମଧ୍ୟ କହିଛନ୍ତି ଯେ ଯଦି ରାଜ୍ୟରେ ଆମେ କଂଗ୍ରେସ ସରକାର ଆଣିବାକୁ ଚାହୁଁଛୁ ତେବେ ତୃଣମୂଳ ସ୍ତରରୁ ପଂଚାୟତ ନିର୍ବାଚନରେ ଆମକୁ ଜିତିବାକୁ ପଡିବ। ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ନିଜକୁ ଖାପ ଖୁଆଇ ପ୍ରତ୍ୟେକ ଗାଁ, ପ୍ରତ୍ୟେକ ପଂଚାୟତରେ ଆମେ ଆହୁରି ଶକ୍ତିଶାଳି ହେବାକୁ ପଡିବ। ନିର୍ବାଚନରେ ଟିକେଟ ଯେ ବି ପାଉ ତାକୁ ସମସ୍ତ ପ୍ରକାର ସହଯୋଗର ହାତ ବଢାଇବାକୁ ପଡିବ ବୋଲି ସେ କହିଥିଲେ । ବନ୍ଧୁମିଳନ ଉତ୍ସବରେ ପୂର୍ବତନ ଆଇନମନ୍ତ୍ରୀ

ନରସିଂହ ମିଶ୍ରଙ୍କ ଯୋଗଦାନ ଉପସ୍ଥିତ ସମସ୍ତ କର୍ମୀ ଓ କର୍ମକର୍ତ୍ତାମାନଙ୍କୁ ଅନେକ ଉତ୍ସାହ ପ୍ରଦାନ କରିଥିଲା। ଏ ଅବସରରେ ନରସିଂହ କହିଥିଲେ ସମଗ୍ର କଂଗ୍ରେସ ପରିବାର ଏକଜୁଟ ହୋଇ ଲୋକଙ୍କ ପାଇଁ କାମ କରନ୍ତୁ। ଲୋକଙ୍କ ପାଇଁ କାମ କରିବା ହିଁ ପ୍ରକୃତ ରାଜନୀତି ଅଟେ ଏବଂ ଏହା ମାଧ୍ୟମ ରେ ଆମେ ନିଜ ମଧ୍ୟରେ ଏକତା ବୃଦ୍ଧି କରିବା ସହ କଂଗ୍ରେସ ଦଳକୁ ଆହୁରି ଶକ୍ତିଶାଳି କରିପାରିବା ବୋଲି ଶ୍ରୀ ମିଶ୍ର କହିଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଦେଓଗାଁ ବ୍ଲକ, ବଲାଙ୍ଗିର ସଦର ବ୍ଲକ, ପୁଇଁନ୍ତଲା, ଲୋଇସିଂହା ଓ ଆଗଲପୁର ବ୍ଲକରୁ ସମସ୍ତ ପଂଚାୟତର ପ୍ରତିନିଧି ଓ କଂଗ୍ରେସ କର୍ମୀମାନେ ଉପସ୍ଥିତ ହୋଇ ଆଗାମୀ ଦିନର କାର୍ଯ୍ୟକ୍ରମକୁ ନେଇ ମତାମତ ପ୍ରଦାନ କରିଥିଲେ। ଏ ଅବସରରେ ଦେଓଗାଁ ବ୍ଲକ ସଭାପତି ରାମଜୀ ଚୈାଧୁରୀ, ବଲାଙ୍ଗିର ନଗର ସଭାପତି ବୁଲୁ ଦାନି, ଜିଲ୍ଲା କଂଗ୍ରେସ ସଂପାଦକ ଟିକିରି ନାଗ, ଜ୍ୟୋତିଷ ମୁଗ୍ରୀ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଆଜିର ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ବରିଷ୍ଠ କଂଗ୍ରେସ ନେତା ଉମାଶଙ୍କର ପଣ୍ଡା ପରିଚାଳନା କରିଥିବା ବେଳେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହେରା, ଅଶୋକ ନନ୍ଦ, ବରିଷ୍ଠ କଂଗ୍ରେସ ନେତା ପୁରନ୍ଦର ଦାଶ, ରାଜକିଶୋର ବାବୁ, ଲୋଇସିଂହା ବିଧାନସଭା ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ କୁମ୍ଭାର ପ୍ରମୁଖ ମଂଚାସୀନ ଥିଲେ।  କାର୍ଯ୍ୟକ୍ରମରେ ୫୦୦ରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀ ବିଭିନ୍ନ ଅଂଚଳରୁ ଆସି ନିଜ ମତାମତ ପ୍ରଦାନ କରିଥିଲେ 


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୁହୂରାମୁଣ୍ଡା ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   24-Aug-2026
କଲାହାଣ୍ଡି ଜିଲ୍ଲାରେ ପି, ଡି, ଏସ ଚାଉଳ ବଣ୍ଟନ ପ୍ରକ୍ରିୟା ବ୍ୟତିକ୍ରମ ଅଭିଯୋଗ ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟକଳାପ ଉପରେ ସାଧାରଣରେ ପ୍ରଶ୍ନ?   24-Aug-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   24-Aug-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଚିନ୍ଦାଗୁଡ଼ା ଗ୍ରାମ ଠାରେ ଦାଦନ ଶ୍ରମିକ ମୁକ୍ତ ସଚେତନ ଶିବିର ଆୟୋଜିତ,   24-Aug-2026
  ରାଜ୍ୟ  
ଆକାଶ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଆନ୍ଥେ (ANTHE) ୨୦୨୬ ର ଭବ୍ୟ ଉନ୍ମୋଚନ   24-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ - ରାମଧୂନ କ୍ଳବ୍ ଫାଇନାଲ କୁ ପ୍ରବେଶ   24-Aug-2026
  ଜିଲ୍ଲା  
ରାଜ୍ୟ ସ୍ତରିୟ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଇଁ ଚିତ୍ରାଙ୍କନ ଓ ସଙ୍ଗୀତ ପ୍ରତିଯୋଗିତା   24-Aug-2026
  ଜିଲ୍ଲା  
*ଶ୍ରାବଣ ଶେଷ ସୋମବାର ଅବସରରେ କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   24-Aug-2026
  ଜିଲ୍ଲା  
ସିଦ୍ଧାର୍ଥ ଡିଗ୍ରୀ କଲେଜରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ଉଦଯାପିତ   24-Aug-2026
  ଜିଲ୍ଲା  
ବଲାଙ୍ଗିର ସ୍ୱାଭିମାନ ମଂଚ ଗଠନ♦️ ନରସିଂହଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ କଲେ ଆଲୋଚନା♦️ ତୃଣମୁଳ ସ୍ତରର ସମସ୍ୟା ଲୋକଲୋଚନକୁ ଅଣାଯିବ   24-Aug-2026
  ଜିଲ୍ଲା  
ଅଧ୍ୟକ୍ଷାଙ୍କୁ ମିଳିଲା ନିମନ୍ତ୍ରଣ,ବଲାଙ୍ଗୀର ପୌର ପରିଷଦକୁ ୧ କୋଟି ଟଙ୍କା ପୁରସ୍କାର   24-Aug-2026
  ଜିଲ୍ଲା  
ତୁରେକେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   24-Aug-2026

You Might Also Like