-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
13-Feb-2026
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ବନାଞ୍ଚଳ ସ୍ଥିତ ଗାଇଖାଇ ଇକୋଟୋରିଜିମ ଠାରେ ବନାଞ୍ଚଳ ଅଧିକାରୀ ଶ୍ରୀ ଆନନ୍ଦଚରଣ ବିଶି ଙ୍କ ଅଧ୍ୟକ୍ଷତାରେ ବନାଗ୍ନୀ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭାରେ ସାଲେଭଟା ଅଗ୍ନିଶମ ଅଧିକାରୀ ଶ୍ରୀ ଭରତ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଗ୍ନିଶମ ଅଧିକାରୀ ଶ୍ରୀ ଗୁଲୁ ସାହୁ, ବୁଧୁ ଓରାମ, ଭାଲୁପାଲି ବନ ସୁରକ୍ଷା ସମିତି ର ସଭାପତି ସତ୍ୟ ପଟେଲ, କେସେଇପାଲି ବନସୁରକ୍ଷା ର ସଭାପତି ଦୁଷ୍ମନ୍ତ ପଟେଲ ଯୋଗ ଦେଇଥିଲେ l ବନରକ୍ଷୀ ଶ୍ରୀ ସତ୍ୟାନନ୍ଦ ପଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ ବନପାଳ ଶ୍ରୀ ଚୌଧୁରୀ ଦଳପତି ଧନ୍ୟବାଦ ଅର୍ପଣ କରିଥିଲେ l ଏହି ସଭାରେ ଲୋଇସିଂହା ବନାଞ୍ଚଳ ର ବନପାଳ, ବନରକ୍ଷୀ, ସ୍କୁlର୍ଡ ପିଲାମାନେ ଯୋଗ ଦେଇଥିଲେ l ଜଙ୍ଗଲ କୁ କେମିତି ସୁରକ୍ଷା ପ୍ରଦାନ କରାଯିବା ସହ ଜନସାଧାରଣ ଙ୍କୁ କେମିତି ସଚେତନ କରାଯିବ ସେହି ବିଷୟରେ ସମସ୍ତେ ନିଜ ନିଜ ବକ୍ତବ୍ୟ ରଖିଥିଲେ l ଶେଷରେ ସମସ୍ତେ ଜଙ୍ଗଲ କୁ କେମିତି ନିଆଁ ଦାଉରୁ ରକ୍ଷା କରିବା ସେଥିପାଇଁ ଶପଥପାଠ କରିଥିଲେ l