-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
13-Feb-2026
ବଲାଙ୍ଗିର(ପ୍ରେରଣା ଖବର): ଗତକାଲି ଫେବୃୟାରୀ ୧୨ ତାରିଖ ସ୍ଵାମୀ ଦୟାନନ୍ଦ ସରସ୍ଵତୀଙ୍କ ୨୦୨ ତମ ଜନ୍ମ ଦିବସ ଅବସରରେ 'ସମାଜରେ ସାମାଜିକ ସମରସତା କହିକି ଜରୁରୀ' ବିଷୟ ଉପରେ ଏକ ଆଲୋଚନା ସଭା ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ସଭାପତି ଗୋପବନ୍ଧୁ ଶତପଥୀ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଂସ୍କୃତି ଭାବନ ଠାରେ ସନ୍ଧ୍ୟା ୫ଘଣ୍ଟା ସମୟରେ ଅନୁଷ୍ଠିତ ହୋଇ ଥିଲା। ମୁଖ୍ୟ ଅତିଥିଭାବେ ବଲାଙ୍ଗିର ଆର୍ଯ୍ୟ ସମାଜ ପୂର୍ବତନ ସଭାପତି ରାମଚନ୍ଦ୍ର ବିଶ୍ଵାଳ ଯୋଗ ଦେଇ ଦୟାନନ୍ଦ ସରସ୍ଵତୀଙ୍କ ଜୀବନୀ ଓ ତାଙ୍କର ପ୍ରତିଷ୍ଟିତ ଆର୍ଯ୍ୟ ସମାଜ ସମରସତା ଜାତିଭେଦ ଦୂର କରି ସମସ୍ତଙ୍କ ଭିତରେ ଭେଦଭାବ ଦୂର ସମାଜ ପାଇଁ କେତେ ପ୍ରଯୁଜ୍ୟ ତାହା କହିଥିଲେ l ସମ୍ମାନିତ ବକ୍ତା ଭାବରେ ରାଷ୍ଟୀୟ ସ୍ଵୟଂସେବକ ସେବକ ସଂଘ ବିଭାଗ ପ୍ରଚାରକ ଆଶିଷ ମଣ୍ଡଳ ସାମାଜିକ ସମରସତା ଉପରେ ବକ୍ତବ୍ୟ ଦେଇ ସଂଘର ସତ ବାର୍ଷିକ ବର୍ଷରେ ଆର୍ଯ୍ୟ ସମାଜ ଆମର ସାଂସ୍କୃତିକୁ ବଞ୍ଚାଇ ରଖିବା କୁ ମୂଳମନ୍ତ୍ର ନେଇ କାମ କରିବା ଦିଗରେ ଗୁରୁତ୍ଵ ଦେଇ ଥିଲେ l ଅନ୍ୟମାନଙ୍କ ଭିତରେ ଗ୍ରାହକ ପଞ୍ଚାୟତ ରାଜ୍ଯ ସଭାପତି କିଶୋର ମୋହନ ମିଶ୍ର, ମାଣିକ ଲାଲ ବର୍ମା, ଦୟାନିଧି କାରଣ, ଉମାଶଙ୍କର ସାହୁ, ଗୋବିନ୍ଦ ସେଠ ପ୍ରମୁଖ ସାମାଜିକ ସମରସତା ଉପରେ ନିଜ ମନ୍ତବ୍ୟ ଦେଇଥିଲେ। ଶେଷରେ ଉପସଭାପତି ମହେଶ୍ଵର ସାହୁ ଧନ୍ୟବାଦ ଦେଇ ଥିଲେ l ପ୍ରଥମରେ ପୂଜା ଅର୍ଚନା ଏକାତ୍ମତା ମନ୍ତ୍ର କାର୍ଯ୍ୟକ୍ରମ ଶେଷରେ ଶାନ୍ତିପାଠ ପରେ ସମାପନ ହୋଇଥିଲା।