-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
13-Feb-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ସୋନପୁର ବ୍ଲକ୍ ହରଡଖୋଲ କ୍ଲଷ୍ଟର ର ମାଝୀମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଓ କ୍ରୀଡ଼ା ଉତ୍ସବ ଆୟୋଜିତ ହୋଇଯାଇଛି l ଏହି ଅବସରରେ ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ଦରୁଆନ ଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯକ୍ରମ ରେ ଶ୍ରୀ ମୋହନ କର୍ମୀ ସରପଞ୍ଚ ହରଡଖୋଲ ମୁଖ୍ୟ ଅତିଥି ରୂପେ, ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ବିଜୟ ବାଘ୍ , ୱାଡ ମେମ୍ବର କୁନି କୁମ୍ଭାର ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ l ଶ୍ରୀମତୀ ଗୀତାଞ୍ଜଳି ଦରୁଆନ ଅତିଥି ପରିଚୟ ପ୍ରଦାନ ଏବଂ ସ୍ବାଗତ ସମ୍ଭାଷଣ ରଖିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ମଞ୍ଚ ପରିଚାଳନା କରିଥିଲେ l ସମସ୍ତ ଅତିଥି ନିଜର ଭାଷଣ ମାଧ୍ୟମ ରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ମଣିଷ ଗଢି ତୋଳିବାକୁ ଦିଗ୍ ଦର୍ଶନ ପ୍ରଦାନ କରିଥିଲେ l ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଅନୁଷ୍ଟିତ ଉତ୍ସବ ରେ ଅଙ୍ଗନୱାଡ଼ି କର୍ମୀ ମଧ୍ୟ ସହଯୋଗ କରିଥିଲେ l ସମସ୍ତଙ୍କର ମିଳିତ ସହଯୋଗ ରେ ଉତ୍ସବ ସଫଳ ହୋଇଛି l