-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
13-Feb-2026
ବଲାଙ୍ଗୀର (ପ୍ରେରଣା ଖବର): ବଲାଙ୍ଗୀର ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟର ସହାୟକ ପ୍ରଫେସର ଡ. ଚଣ୍ଡୀ ପ୍ରସାଦ ଖମାରୀ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଆଇନ ବିଷୟରେ ପି ଏଚ୍ ଡି(Ph.D.) ଉପାଧି ହାସଲ କରିଛନ୍ତି। ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା।
ଉକ୍ତ ସଭାରେ ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର, ଡ. ପ୍ରହଲ୍ଲାଦ ସତପଥୀ, ମନୋରଞ୍ଜନ ସାହୁ, ସିରିଶ ଚନ୍ଦ୍ର ହୋତା, ବୃନ୍ଦାବନ ତାଳି, ଆଜିମ ଖାନ, ଟଙ୍କଧର ଗଡତିଆ, କଲେଜର ଅଧ୍ୟକ୍ଷ ସଞ୍ଜିବ ପ୍ରଧାନ, ସାର୍ଥକ କୁମାର ରଥ, ସୁଶୀଲ ଦୀପ, କୃଷ୍ଣ ଚନ୍ଦ୍ର ପଟେଲ ସହ ଅନ୍ୟାନ୍ୟ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଡ଼. ଖମାରୀଙ୍କୁ ଫୁଲମାଳା ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ ଏବଂ ତାଙ୍କର ଉତ୍କୃଷ୍ଟ ସାଧନାକୁ ସ୍ୱାଗତ ଜଣାଇଥିଲେ।