-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||      ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା    (11-Sep-2026)       ||      ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||     

HOME   ଜିଲ୍ଲା

ଚାଷୀ ମାନଙ୍କୁ ତାଙ୍କ ହକ ଦେବାରେ ସରକାର ବିଫଳ (କଂଗ୍ରେସ ପ୍ରତିନିଧି ଦଳର ଧାନମଣ୍ଡି ପରିଦର୍ଶନ)

19-Jan-2026



ବିନିକା(ହିମାଂଶୁ ଶେଖର ପୁଟେଲ) ଦୁନିଆକୁ ଆହାର ଯୋଗାଉଥିବା ଚାଷୀକୂଳକୁ ତାଙ୍କ ହକ ଦେବାରେ ବର୍ତ୍ତମାନର ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ଧାନ ମଣ୍ଡି ପରିଦର୍ଶନରେ ଆସିଥିବା କଂଗ୍ରେସ ପ୍ରତିନିଧି ଦଳର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି।ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ଆରମ୍ଭରୁ ଧାନ ବିକ୍ରି ସମସ୍ୟା ନେଇ ଚାଷୀ କୂଳ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲା ।ଖରିଫ ଚାଷ ସରିବାର ୩ମାସ ବିତି ଯାଇଥିଲେ ମଧ୍ୟ ଏବେ ବି ଅନେକ ଚାଷୀଙ୍କର ଟୋକନ ଆସି ନଥିବା ବେଳେ ଯେଉଁ କେତେକ ଚାଷୀଙ୍କ ଟୋକନ ଆସିଛି ସେମାନେ ମଧ୍ୟ ଠିକ ଭାବରେ ନିଜର କଷ୍ଟ ପାର୍ଜିତ ଧାନକୁ ବିକ୍ରୟ କରିବାରେ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି।ଦୀର୍ଘ ୬ମାସ ହେଲା ଆଖିରୁ ନିଦ ହଜାଇ ଚାଷୀ ଭଲ ଅମଳ ପାଇଁ ଜମିରେ ପଡ଼ି ରହି ଖରିଫ ଚାଷ କରିଥିଲା ହେଲେ ଉତ୍ପାଦିତ ଶସ୍ୟର ଉଚିତ ମୁଖ୍ୟ ପାଉ ନ ଥିବାକୁ ଚାଷୀକୁଳ ରେ ଏକ ପ୍ରକାର ହା ହା କାର ସୃଷ୍ଟି ହେଲାଣି ।କେଉଁଠି ଧାନର ମାନ ଆଳରେ ୪ରୁ ୫କେଜି କଟଣି ଛଟଣୀ ହେଉଥିବା ଚାଷୀ ମାନଙ୍କ ତରଫରୁ ଅଭିଯୋଗ ହେଉଛି ।ପୁଣି କେଉଁଠି ବସ୍ତା ଓ ସୁତୁଲି ର ଖର୍ଚ୍ଚ କାଟ କରାଯାଉଛି ।ଫଳରେ ଏନେଇ ସୁବର୍ଣ୍ଣପୁର ଜିଲ୍ଲାର ଚାଷୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନ ଯାନ ବାହନରେ ଧାନ ବସ୍ତା ଲୋଡ଼ିଂ କରି ଚାଷୀ ବିକିବା ପାଇଁ ମଣ୍ଡି କୁ ଧାନ ଆଣୁଛି ହେଲେ ସେହି ଧାନ ତ୍ୱରିତ ଯାଉ ନଥିବାରୁ ଶୀତ କାକରରେ ଚାଷୀ ଧାନକୁ ଜଗି ରହୁଥିବା ଦେଖିବାକୁ ମିଳୁଛି।ପୁଣି ଏହାରି ଉପରେ ପରିବହନ ଖର୍ଚ୍ଚ ମଧ୍ୟ ବଡି ଚାଲିଛି। ଯାହା ଫଳରେ ଏସବୁ ସମସ୍ୟା ନେଇ ଆଜି କଂଗ୍ରେସର ଏକ ପ୍ରତିନିଧି ଦଳ ଚାଷୀଙ୍କ ଠାରୁ ଶୁଣିବାକୁ ପାଇଥିଲେ ।ବଞ୍ଚିବା ପାଇଁ ପେଠରେ ଦାନା ମୁଠିଏ ଭରି ମୁହଁରେ ହସ ଫୁଟାଇ ଆସୁଥିବା  ଚାଷୀଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ଲଢେଇ କରିବା ପାଇଁ କଂଗ୍ରେସ ଚାଷୀ ମାନଙ୍କ ସହ ଅଛି ଏବଂ ରହିଥିବ ବୋଲି ପ୍ରତିନିଧି ଦଳ ପ୍ରକାଶ କରିଛନ୍ତି । ଅସାଧୁ ମଣ୍ଡି କର୍ମଚାରୀ ଓ ମିଲ ମାଲିକଙ୍କ ପ୍ରୀୟାପ୍ରିତି ଶୋଷଣକୁ ଭଙ୍ଗ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା କିଶାନ କଂଗ୍ରେସ ଅଣ୍ଟା ଭିଡ଼ି ଆଜି ଜିଲ୍ଲାର ବିଭିନ୍ନ ମଣ୍ଡି ପରିଦର୍ଶନ କରି ଚାଷୀ ମାନଙ୍କ ଠାରୁ ଧାନ କିଣା ବ୍ୟବସ୍ଥା /ଅବ୍ୟବସ୍ଥା ଉପରେ ତଥ୍ୟ ସଂଗ୍ରହ କରିଛନ୍ତି।ଜିଲ୍ଲା କିଶାନ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ନାୟକ(ଜିଳୁ)ଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ବିନୋଦ ପାତ୍ର,ବରିଷ୍ଟ କଂଗ୍ରେସ ନେତା ନରେନ୍ଦ୍ର ସାହୁ,ବିନିକା ବ୍ଲକ ସଭାପତି ରାଧାମୋହନ ଭୂଏ,ଜିଲ୍ଲା ସମ୍ପାଦକ ସୁବ୍ରତ କୁମାର ପାତ୍ର, ସୋନପୁର ବ୍ଲକ ସଭାପତି ଲକ୍ଷ୍ମଣ ସୁନା,ଯୁବ ନେତା ରାଜା ହରିପାଲ,ଭାଗିରଥି ବଗର୍ତ୍ତି ପ୍ରମୁଖ ପ୍ରତିନିଧି ମଣ୍ଡଳୀ ଜିଲ୍ଲାର ଖର୍ଜୁରା,ବିନିକା ବ୍ଲକର ମହାଦେବପାଲି,ବାଉଁଶୁନି,ବିନିକା ଆଦି ଧାନମଣ୍ଡି କେନ୍ଦ୍ର ପରିଦର୍ଶନ କରିଥିଲେ ।ସବୁ ମଣ୍ଡିରେ ୪ରୁ ୫କେଜି ବାଧ୍ୟତା ମୂଳକ ଭାବେ କଟଣୀ ଛଟଣି କରାଯାଉଥିବା ଚାଷୀମାନେ ଅଭିଯୋଗ କରିଥିଲେ।ଚାଷୀ ମାନଙ୍କ ସମସ୍ୟା ନେଇ କଂଗ୍ରେସ ପ୍ରତିନିଧି ଦଳ ଘଟଣା ସ୍ଥଳରେ ହିଁ ପେକ୍ସ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ।କିନ୍ତୁ କଟଣୀ ଛଟଣିକୁ ସେମାନେ ଖଣ୍ଡନ କରିଥିଲେ।ଡବଲ ଇଞ୍ଜିନ ସରକାର ଧାନ କିଣା ବ୍ୟବସ୍ଥା ଠିକ ଭାବେ ଚାଲିଛି ବୋଲି ବାହାପା ନେଉଛନ୍ତି ।କିନ୍ତୁ ଚାଷୀ ନିଜର କଷ୍ଟ ପାର୍ଜିତ ଧାନ ବିକ୍ରି କରି ନପାରି ସମସ୍ୟା ଭୋଗୁଛି ।ତେଣୁ ସରକାର ଚାଷୀଙ୍କ ପାଖକୁ ଆସି ଘଟଣା ଉପରେ ଅନୁସନ୍ଧାନ କଲେ ପ୍ରକୃତ ତଥ୍ୟ ଜାଣି ପାରନ୍ତେ ବୋଲି କଂଗ୍ରେସ ପ୍ରତିନିଧି ଦଳ ପ୍ରକାଶ କରିଛନ୍ତି।ତେଣୁ ସମସ୍ତ ଚାଷୀଙ୍କ ଧାନ କିପରି ନିର୍ଦ୍ଧାରିତ ସମୟ ମଧ୍ୟରେ ବିକ୍ରି ହେବ ଏବଂ ଚାଷୀ ତାଙ୍କର ହକ ମୂଲ୍ୟ ପାଇବେ ସେଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ କଂଗ୍ରେସ ପ୍ରତିନିଧି ଦଳ ଦାବୀ କରିଛନ୍ତି । ଯଦି ଚାଷୀଙ୍କ ସମସ୍ୟା ସମାଧାନ ନହୁଏ ତେବେ ଆଗାମୀ ଦିନରେ କଂଗ୍ରେସ ଏହା ଉପରେ ପ୍ରତିବାଦର ସ୍ବର ଜୋରଦାର କରିବ ବୋଲି କଂଗ୍ରେସ ପ୍ରତିନିଧି ଦଳ ଚେତାବନୀ ଦେଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ   11-Sep-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   11-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   11-Sep-2026
  ଜିଲ୍ଲା  
୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   11-Sep-2026
  ଜିଲ୍ଲା  
ଏକାଦଶ ଜିଲ୍ଲାପରିଷଦ ବୈଠକ   11-Sep-2026
  ଜିଲ୍ଲା  
ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   11-Sep-2026
  ଜିଲ୍ଲା  
Hjk   11-Sep-2026
  ଜିଲ୍ଲା  
ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   11-Sep-2026
  ଜିଲ୍ଲା  
ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା   11-Sep-2026

You Might Also Like

                                   
  ଜିଲ୍ଲା  

Hjk