-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
19-Jan-2026
ବଲାଙ୍ଗୀର ତେଲିଗୋଠପଡା ନିବାସୀ ଧର୍ମପରାୟଣ ନରୋତ୍ତମ ମଟାରୀ(୯୨)ଙ୍କ ସୋମବାର ପୂର୍ବାହ୍ନରେ ପରଲୋକ ହୋଇଛି। ସେ କିଛିଦିନ ହେଲା ବାର୍ଦ୍ଧକ୍ୟ ଜନିତ କାରଣରୁ ଅସୁସ୍ଥ ଥିଲେ। ଜଣେ ମିଷ୍ଟଭାଷୀ, ମେଳାପୀ, ସମାଜକର୍ମୀ ଭାବେ ପରିଚିତ ଥିଲେ। ତାଙ୍କ ତିନି ପୁଅ ସନ୍ତୋଷ ମଟାରୀ, ଅଶୋକ ମଟାରୀ ଓ ସୁରୁଲାଲ ମଟାରୀ, ଦୁଇ ଝିଅ, ବୋହୂ, ନାତିନାତୁଣୀ ଶେଷ ସମୟରେ ପାଖରେ ରହିଥିଲେ।
ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର, ବହୁ ମାନ୍ୟଗଣ୍ୟ ବ୍ୟକ୍ତି, କ୍ରୀଡାବିତ, ବିଭିନ୍ନ ସଙ୍ଗଠନ ପ୍ରତିନିଧି ତାଙ୍କ ତେଲିଗୋଠପଡା ବାସଭବନକୁ ଯାଇ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବଲାଙ୍ଗୀର ବିଭୂତିପଡା ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି।