-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ରାଜନୀତି

ସିସିଆଇର କପାକିଣା ପଲିସି ନେଇ ସାଂସଦଙ୍କ ଅସନ୍ତୋଷ

13-Dec-2025



ବଲାଙ୍ଗୀର(ପ୍ରେରଣା ଖବର)- ବଲାଙ୍ଗୀର ଜିଲ୍ଲା ସମେତ ପଶ୍ଚିମଓଡିଶାର କପାଚାଷୀଙ୍କ ସମସ୍ୟାକୁ ନେଇ ପର୍ଲାମେଣ୍ଟରେ ଉଠିଛି ପ୍ରଶ୍ନ ।କେନ୍ଦ୍ରୀୟ ପିଏସୟୁ କଟନ କର୍ପୋରେସନ ଅଫ ଇଣ୍ଡିଆ ଚାଷୀଙ୍କ କପାକୁ କିଣିବାରେ ଯେଉଁ ପଲିସି କରିଛି ତାହା ଚାଷୀଙ୍କୁ ସମସ୍ୟାରେ ପକାଇଛି । ଏହାର ସମାଧାନ କରାଯାଉ ବୋଲି ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ ଲୋକସଭାର ଶୂନ୍ୟକାଳରେ ଦାବି କରିଛନ୍ତି । ସାଂସଦ ଶ୍ରୀମତୀ ସିଂଦେଓ କହିଛନ୍ତି ଯେ,ଓଡିଶାର ବଲାଙ୍ଗୀର ଜିଲ୍ଲା ସମେତ କଳାହାଣ୍ଡି, ନୂଆପଡା, ରାୟଗଡା ଜିଲ୍ଲାରେ ବିପୁଳ ପରିମାଣର ଉନ୍ନତ କପା ଉତ୍ପାଦନ ହେଉଛି । ଏହାକୁ କେନ୍ଦ୍ରୀୟ ସଂସ୍ଥା ସିସିଆଇ କିଣୁଛି ଓ ଜିନିଂମିଲକୁ ଦେଉଛି । କିନ୍ତୁ ସିସିଆଇ କରିଥିବା କପାକିଣା ପଲିସିରେ ବ୍ୟାପକ ତୃଟି ରହିଛି । ବାହାର ରାଜ୍ୟର ବ୍ୟବସାୟୀ ଆସି ଏହି ଜିଲ୍ଲା ଗୁଡିକରୁ କପା ନେଇପାରୁଥିବା ବେଳେ ଓଡିଶାରେ ଅନ୍ୟଜିଲ୍ଲା ରୁ କପା ଆଣିପାରିବେ ନାହିଁ ବୋଲି ସିସିଆଇ ନିୟମ କରିଛି । ବଲାଙ୍ଗୀର ଜିଲ୍ଲା ସମେତ ଅନ୍ୟ କିଛି ଜିଲ୍ଲା ଆକାଂକ୍ଷୀ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାମାନଙ୍କରେ ଶିଲ୍ପଗୁଡିକୁ ପ୍ରୋତ୍ସାହିତ କରିବାର ନିୟମ ରହିଛି । କିନ୍ତୁ ଏହା ନକରି ସିସିଆଇ ଏହି ଜିଲ୍ଲାଗୁଡିକରୁ ଜିନିଂମିଲ ମାନେ କପା ଉଠାଇ ପାରିବେ ନାହିଁ ବୋଲି ପଲିସି କରି ଅଙ୍କୁଶ ଲଗାଇଛି । ଯାହାକି ଜିନିଂମିଲର୍ସଙ୍କୁ ଅଡୁଆରେ ପକାଇଛି । ତେଣୁ ସରକାର ସ୍ୱତନ୍ତ୍ର ଧ୍ୟାନ ଦେଇ ଏହି ସମସ୍ୟାର ସମାଧାନ କରିବାକୁ ସାଂସଦ ସଂଗୀତା କୁମାରୀ ସିଂଦେଓ ଲୋକସଭାରେ ଦାବି କରିଛନ୍ତି । ପ୍ରକାଶ ଯେ, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ୭୨ ହଜାର ହେକ୍ଟର ଲେଖାଏଁ ଜମିରେ କପାଚାଷ ହୋଇଛି । ଠିକ ସେହିପରି ରାୟଗଡାରେ ୪୦ହଜାର ହେକ୍ଟର ଓ ନୂଆପଡାରେ ୨୦ହଜାର ହେକ୍ଟର ଜମିରେ କପାଚାଷ ହୋଇଛି । ସିସିଆଇ ଜରିଆରେ ଚାଷୀ କପା ବିକ୍ରୀ କରୁଛନ୍ତି । ସେହି କପାକୁ ସିସିଆଇ ଠାରୁ ଜିନିଂମିଲ ମାନେ ନେଇ ଜିନିକରି ଫେରାଉଛନ୍ତି । କଳାହାଣ୍ଡି ଜିଲ୍ଲାରେ ମାତ୍ର ୯ଟି ମିଲ ଓ ନୂଆପଡା ଜିଲ୍ଲାରେ ମାତ୍ର ଗୋଟିଏ ଜିନିଂମିଲ ରହିଛି । ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ୧୮ଟି ଜିନିଂମିଲ ରହିଛି। ତେଣୁ କଳାହାଣ୍ଡି, ନୂଆପଡ, ବରଗଡ ଓ ସୋନପୁର ଜିଲ୍ଲାର ଚାଷୀ ମାନଙ୍କର କପାକୁ ଉଠାଇବାକୁ ବଲାଙ୍ଗୀର ଜିନିଂମିଲର୍ସ ଅପେକ୍ଷା କରି ଚାହିଁ ବସିଥାନ୍ତି । କିନ୍ତୁ ଚଳିତବର୍ଷ ସିସିଆଇ କରିଥିବା ନୀୟମ ଯୋଗୁଁ କପାଚାଷୀ ତଥା ଜିନିଂମିଲର୍ସ ଅସୁବିଧାରେ ରହିଛନ୍ତି ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like