-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
14-Dec-2025
କଣ୍ଟାମାଳ(ଜୟକୁମାର ମହାରଣା): ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଖଲିଆପାଲି ପଞ୍ଚାୟତ ଗଦୁଗୁଦା ସାପ୍ତାହିକ ବଜାରରେ ବ୍ୟବସାୟକୁ କେନ୍ଦ୍ରକରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଆକ୍ରମଣରେ ଜଣେ ଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ମୃତକ ଜଣକ ହେଲେ ବାଉଁଶୁଣି ଥାନା ଟାଳୁପାଲି ଗ୍ରାମର ଦୁର୍ଯ୍ୟୋଧନ ମହାକୁଡ଼ ଓ ଗୁରୁତର ଜଣକ ହେଲେ ରତନ ମହାକୁଡ଼ | ସୂଚନା ଅନୁସାରେ ଗୁଦଗୁଦା ବଜାରରେ ବ୍ୟବସାୟକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ସହ ଗଣ୍ଡ ଗୋଳ ହୋଇଥିଲା I ଏହା ଉଗ୍ର ରୂପ ନେଇ ଅପର ଗୋଷ୍ଠୀର ଆକ୍ରମଣରେ ଦୁଇ ଭାଇ ଦୁର୍ଯଧନ ଓ ରତନ ଗୁରୁତର ଆହତ ହୋଇଥିଲେ । ଖବର ପାଇ ବୌଦ୍ଧ ଏସଡିପିଓ ଲରେନ ରାଉତରାୟ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗୁରୁତରଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ମନମୁଣ୍ଡା ଡାକ୍ତର ଖାନା ପଠାଇଥିଲେ । କିନ୍ତୁ ଦୁର୍ଯଧନକୁ ଡାକ୍ତର ମୃତ ଘୋଷଣା କରିଥିଲେ । ମନମୁଣ୍ଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଛାନଭିନ ଆରମ୍ଭକରିଥିଲା I ଉକ୍ତ ଘଟଣାରେ ସଂପୃକ୍ତ ଥିବା ୮ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୪ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଏବେ ମଧ୍ୟ ୨ ଅଭିଯୁକ୍ତ ଫେରାର ଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବୌଦ୍ଧ ଏସଡିପିଓ । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ଯରେରେ ଜଣେ ନାବାଳକ ଥିବାରୁ ତାଙ୍କୁ ଯୁଭେନାଇଲ କୋର୍ଟ ରେ ହାଜର କରା ରାଯାଇଥିବା ବେଳେ ଆଲୋକ କୁମାର ସାହୁ, ପ୍ରଶାନ୍ତ ଜଗଦଳା ଓ ଜଗନ୍ ସାହୁ ୩ଜଣଙ୍କୁ କୋର୍ଟ ଚାଲାଣ କରିଛି ମନମୁଣ୍ଡା ପୋଲିସ I ଖୁବ୍ ଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବୌଦ୍ଧ ଏସଡ଼ିପି ଓ ଲାରେନ ରାଉତ୍ ରାୟା