-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
18-Oct-2025
ଡୁଙ୍ଗୁରିପାଲି, ତା ୧୮/୧୦-(ପ୍ରେରଣା ଖବର):ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ସମସ୍ତେ କିପରି "ବାଣ ଫୁଟାଇବା ପରିବର୍ତ୍ତେ ସବୁଜ ଦୀପାବଳୀ ପାଳନ କରିବା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ରାସାୟନିକ ବାଣ ପରିବର୍ତ୍ତେ ହାତ ତିଆରି ଦୀପ ଜାଳି ଦୀପ ପର୍ବ ପାଳନ କରିପାରିବା ବିଷୟରେ ବୁଝାଇଥିଲେ। ଶିକ୍ଷକ ସମ୍ପଦ ଖମାରୀ ଓ ରାଜୁ ମେହେର ମାଟିରୁ ଦୀପ ତିଆରି କରିବା ପ୍ରକ୍ରିୟାକୁ ଶିଖେଇଥିଲେ। ପରେ ଛାତ୍ରଛାତ୍ରୀମାନେ ଉତ୍କଣ୍ଠାର ସହିତ ନିଜ ହାତରେ ଦୀପ ତିଆରି କରିଥିଲେ । ଏହି ଅବସରରେ ପଣ୍ଡକିଟାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ତପସ୍ଵିନୀ ଦାସ ଯୋଗଦାନ କରି ମାଟି ଦୀପ ଜାଳି ଦୀପାବଳୀ ପାଳନ ଦ୍ଵାରା ପରିବେଶ ପ୍ରଦୂଷଣ ରୋକା ଯାଇପାରେ ବୋଲି ମତବ୍ୟକ୍ତ କରିଥିଲେ। ଶେଷରେ ଶିକ୍ଷକ ମନୋଜ କୁମାର ପୂଜାରୀ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀ ସବୁଜ ଦୀପାବଳୀ ପାଳନ କରିବା ପାଇଁ ଶପଥ ପାଠ କରିଥିଲେ।
କାର୍ଯ୍ୟକ୍ରମରେ, ସଞ୍ଜୀବ ପୂଜାରୀ,ଲିପି ପ୍ରଧାନ, ବିଭୀଷଣ ଖମାରୀ, ମୀନକେତନ ଦାସ, ସୁରଜ୍ ଖମାରୀ , ସମୀର କାଠର, ସୌଭାଗିନି ସାହୁ, ସୂର୍ଯ୍ୟକାନ୍ତୀ କାଣ୍ଡ ପ୍ରଭୁତି ସହଯୋଗ କରିଥିଲେ ।