-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ରାଜ୍ୟ

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପରାମର୍ଶ ଅନୁସାରେ ଓଡ଼ିଶାରେ ପ୍ରତି ୧ହଜାର ଲୋକରେ ଜଣେ ଡାକ୍ତର ରହିବା ଆବଶ୍ୟକ: ବାଚଷ୍ପତି ସୁରମା ପାଢୀ ସମସ୍ତଙ୍କ ଲାଗି ସ୍ୱାସ୍ଥ୍ୟ ଆମର ସଙ୍କଳ୍ପ: ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ

22-Sep-2025



ଭୁବନେଶ୍ୱର(ପ୍ରେରଣା ଖବର): ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପରାମର୍ଶ ଅନୁସାରେ ଆମ ରାଜ୍ୟରେ ପ୍ରତି ୧ହଜାର ଲୋକମାନଙ୍କ ପାଇଁ ଜଣେ ଡାକ୍ତର ରହିବାର ଆବଶ୍ୟକତା ରହିଛି । ଏହାଛଡ଼ା ରାଜ୍ୟରେ ବର୍ତ୍ତମାନ ଥିବା ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଅଧିକ ସୁଦୃଢ କରିବା ସହିତ ତାଲିମପ୍ରାପ୍ତ ପାରାମେଡ଼ିକ୍ ମାନବ ସମ୍ବଳ ତିଆରି କରି ଆମର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସମସ୍ତଙ୍କ ପାଇଁ ଉପଲବ୍‌ଧ କରାଇବାର ଆବଶ୍ୟକ ବୋଲି ବାଚଷ୍ପତି ସୁରମା ପାଢୀ ମତବ୍ୟକ୍ତ କରିଛନ୍ତି।
ରବିବାର ଦିନ ‘ଇଣ୍ଡସ୍ ଭ୍ୟାଲି ଟାଇମ୍ସ’ ଇଂରାଜୀ ଖବର କାଗଜ ଦ୍ୱାରା ଆୟୋଜିତ ‘ଭିଜନ ଓଡ଼ିଶା ହେଲ୍‌ଥ କନକ୍ଲେଭ’ରେ ଯୋଗଦେଇ ଶ୍ରୀମତୀ ପାଢୀ କହିଲେ ଯେ ରୋଗ ପର ଚିିକିତ୍ସା ଉପରେ ଯେତିକି ଗୁରୁତ୍ୱ ଦିଆଯାଉଛି, ରୋଗ ପ୍ରତିରୋଧ ଓ ନିରୋଗ ରହିବା ଇତ୍ୟାଦି ବିଷୟ ଉପର ମଧ୍ୟ ସମପରିମାଣରେ ଦୃଷ୍ଟି ଦିଆଯାଇପାରିଲେ ସାଧାରଣ ଜନତା ବେଶ୍ ଉପକୃତ ହୋଇପାରିବେ ।
ଏହି କନକ୍ଲେଭ୍‌ରେ ଆଭାସୀ ମାଧ୍ୟମରେ ଯୋଗ ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍କର ମୁକେଶ ମହାଲିଙ୍ଗ କହିଲେ ଯେ ‘ହେଲ୍ଥ୍ ଫର୍ ଅଲ୍‌’ ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ । ଆଗକୁ ପ୍ରତ୍ୟେକ ଜିଲ୍ଲାରେ ମେଡ଼ିକାଲ କଲେଜ୍ ପ୍ରତିଷ୍ଠା କରି ଜିଲ୍ଲାସ୍ତରେ ରାଜ୍ୟ ସରକାର ସାଧାରଣ ଜନତାଙ୍କୁ ଘର ନିକଟରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାକୁ ଯାଉଛନ୍ତି । ଏବେ ନିକଟରେ ସରକାର ୯୮ ଜଣ ଆସିଷ୍ଟାଣ୍ଡ ପ୍ରଫେସରଙ୍କୁ ନିଯୁକ୍ତି କରିବା ସହିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଖାଲିଥିବା ଡାକ୍ତରୀ ପଦବୀ ପୂରଣ ପାଇଁ ନିୟମିତ ଭାବେ ନିଯୁକ୍ତି ପ୍ରକିୟା ଜାରି ରଖିଛନ୍ତି । ନିକଟରେ ୧୮୪୦ ଡାକ୍ତର ଓ ୫୦୦୦ ପାରାମେଡିକ୍ ଷ୍ଟାଫ୍ ନିଯୁକ୍ତି ନେଇ ଘୋଷଣା କରିଛନ୍ତି । ଏ ନେଇ ପ୍ରକ୍ରିୟା ଜାରି ରହିଛି । ଏହା ପ୍ରକ୍ରିୟା ସମ୍ପାଦିତ ହେଲାପରେ ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ବ୍ୟାପକ ଉନ୍ନତି ଆସିବ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି ।
ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ତାଙ୍କ ବ୍ୟକ୍ତବ୍ୟରେ ରାଜ୍ୟର ଗ୍ରାମାଞ୍ଚଳରେ ମୌଳିକ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମୋହନ ମାଝି ସରକାର ନେଇଥିବା ଅନେକ ଯୋଜନାଗୁଡ଼ିକ ଉପରେ ଆଲୋକପାତ କରିବା ସହିତ ଆୟୁଷ୍ମାନ ଯୋଜନାର ଉପକାରିତା ଉପରେ ଆଲୋଚନା କରିଥିଲେ ।
ଓଡ଼ିଶାର ପୂର୍ବତନ ଅର୍ଥ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡାଇ ତାଙ୍କ ମନ୍ତ୍ରିତ୍ୱକାଳରେ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୁମି କିପରି ଉନ୍ନତି ହୋଇଥିଲା ସେ ସମ୍ପର୍କରେ ଅବଗତ କରିବା ସହିତ ରାଜ୍ୟରେ ଖାଲିଥିବା ଡାକ୍ତରୀ ଓ ଅନ୍ୟାନ ପଦବୀ ଗୁଡିକ ପୂରଣ ଉପରେ ଗୁରତ୍ୱ ପ୍ରଦାନ କରିଥିଲେ । ବିଜୁ ଜନତା ଦଳ ବିଧାୟକ ରୂପେଶ ପାଣିଗ୍ରାହୀ ଓ କଂଗ୍ରେସ୍ ବିଧାୟକ ପବିତ୍ର କୁମାର ସାଉଁଟା ସେମାନ ନିଜନିଜ ଅଚଂଳର ସ୍ୱାସ୍ଥ୍ୟସେବା ଓ ସମସ୍ୟା ଉପରେ ଆଲୋଚନା କରିବା ସହିତ ସରକାରଙ୍କୁ ଗରିବ ଜନସାଧାରଣଙ୍କୁ ଉପଯୁକ୍ତ ଚିିକିତ୍ସା ଠିକ୍ ସମୟରେ ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ସମ୍ବାଦିକ ଅକ୍ଷୟ କୁମାର ସାହୁ ଏହି କନ୍‌କ୍ଲେଭର ବିଷୟବସ୍ତୁ ଉପରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ ଏହି କନ୍‌କ୍ଲେଭ୍‌ରେ ସଭାପତିତ୍ୱ କରିଥିଲେ ।
ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶଙ୍କୁ ଜୀବନବ୍ୟାପୀ ସାଧନା ନିମନ୍ତେ ସମ୍ମାନିତ ହୋଇଥିଲେ । ଏହାଛଡ଼ା ଓଟିଭିର ସମ୍ବାଦିକ ସୌମ୍ୟରଂଜନ ସାହୁ, ନ୍ୟୁଜ୍ ୧୮ ଓଡ଼ିଆର ସାମ୍ବାଦିକ ଅଜେଶ୍ କୁମାର ମଲ୍ଲିକ୍‌, ସାମଜସେବୀ ଘାସିରାମ ଅଗ୍ରୱାଲ, ବିକାଶମୂଳକ କାର୍ଯ୍ୟ ଲାଗି ତ୍ରିପତି ରାଜଗୁରୁ ଓ ନାଟ୍ୟକାର ଡକ୍ଟର ଅରୁଣ କୁମାର ନାୟକଙ୍କୁ ସେମାନଙ୍କ କୃତିତ୍ୱ ଲାଗି ସମ୍ମାନିତ କରାଯାଇଥିଲା ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like