-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
16-Sep-2025
ବଲାଙ୍ଗୀର (ପ୍ରେରଣା ଖବର): ଓଡିଶା ମୋଟର ଚାଳକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଏବଂ ମୋଟର ଚାଳକଙ୍କ ସାଙ୍ଗଠନିକ ଦକ୍ଷତା ବୃଦ୍ଧି ଶିବିର ରବିବାର ସ୍ଥାନୀୟ ସୁଦପଡ଼ା କଲ୍ୟାଣ ପଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋୖରାଧ୍ୟକ୍ଷା ଲିକା ସାହୁ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସୂଚନା ଅଧିକାରୀ କର୍ମୀ ହେମନ୍ତ କୁମାର ପଣ୍ଡା ଯୋଗଦାନ କରି ଥିଲେ | ଏହି କାର୍ଯ୍ୟକ୍ରମରେ ଡ୍ରାଇଭର କଲ୍ୟାଣ ବୋର୍ଡ଼ ମେମ୍ବର ଅକ୍ଷୟ କୁମାର ନାୟକ, ସାଧାରଣ ସମ୍ପାଦକ ଅରୁଣ ମହାନ୍ତି, ବଲାଙ୍ଗୀର ସଂଘ ସଭାପତି
ସତ୍ୟାନନ୍ଦ ପ୍ରଧାନ, କୋଷାଧ୍ୟକ୍ଷ ସୁବ୍ରତ କୁମାର ଯୋଶୀ, ଆୟୋଜକ ବିଶ୍ୱନାଥ ମିଶ୍ର, ନନ୍ଦନ ନାଏକ, ପ୍ରମୋଦ ସାହୁ, କୃଷ୍ଣ ଭାଲେତ, ଭୀଷ୍ମ ତାଣ୍ଡି, ପ୍ରମୋଦ ସାହୁ, ଦୁର୍ଗା ପଟେଲ ଓ ଅନ୍ୟ ମାନେ ଉପସ୍ଥିତ ରହି ସଭା ର ସଫଳ ଆୟୋଜନ କରି ଥିଲେ | କାର୍ଯ୍ୟ କାରିଣୀ ବୈଠକ ରେ ଡ୍ରାଇଭର ମାନଙ୍କ ବିଭିନ୍ନ
ସମସ୍ୟା ଓ ଏହାର ସମାଧାନ ଦିଗ ରେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା | ରାଜ୍ୟ ରେ ଡ୍ରାଇଭର କଲ୍ୟାଣ ବୋର୍ଡ଼ ଗଠନ କରାଯାଇଥିବାରୁ ଡ୍ରାଇଭର ମାନେ ଏହାକୁ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ | ଏହି ଶିବିର ଡ୍ରାଇଭର ମାନଙ୍କ ଦକ୍ଷତା ବୃଦ୍ଧି ଓ ସେମାନଙ୍କ ସୁରକ୍ଷା ଦିଗ ରେ ବିଶେଷ ଆଲୋଚନା ହୋଇଥିଲା | ଏଥିରେ ବହୁ ଅଭିଜ୍ଞ ଡ୍ରାଇଭର ଟ୍ରାଫିକ ସମସ୍ୟା, ଡ୍ରାଇଭର ମାନଙ୍କ ଅସୁବିଧା ଓ ଏହାର ନିରାକରଣ ଦିଗ ରେ ନିଆଯିବାକୁ ଥିବା ପଦକ୍ଷେପ ସମ୍ପର୍କ ରେ କହିଥିଲେ | ଏହି ଅବସର ରେ ମୃତ ଡ୍ରାଇଭର ଡାକ୍ତର ଜାଲ ଙ୍କ ସ୍ତ୍ରୀ ଙ୍କୁ ୪ଲକ୍ଷ ଟଙ୍କା ସହାୟତା ରାଶି ଚେକ ପ୍ରଦାନ କରା ଯାଇ ଥିଲା |