-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
16-Sep-2025
ବଲାଙ୍ଗୀର (ପ୍ରେରଣା ଖବର): କୃଷ୍ଣଚୂଡା ଇକୋକ୍ଲବ,ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡାଠାରେ ବିଶ୍ୱ ଓଜୋନ ଦିବସ ପାଳିତ ହୋଇଯାଇଅଛି । ଏ ବର୍ଷର ମୂଖ୍ୟ ବିଷୟ 'ବିଶ୍ୱସ୍ତରୀୟ କାର୍ଯ୍ୟ ପାଇଁ ବିଜ୍ଞାନ' ବିଷୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଇକୋ କ୍ଲବ ମୁଖ୍ୟ ସାଧନ କର୍ମୀ ଆନନ୍ଦ ବଡ଼ପଣ୍ଡlଙ୍କ ଅଧ୍ୟକ୍ଷତାରେ ଶିକ୍ଷୟତ୍ରୀ ଅପର୍ଣ୍ଣା ପଟେଲ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ ତଥା ଛାତ୍ରଛାତ୍ରୀ ମାନଙ୍କୁ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ ଉପରେ ଅବଗତ କରି
ଥିଲେ । ଏହି ଅବସରରେ ଓଜୋନ ସ୍ତରର ସୁରକ୍ଷା ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ହେlଇଥିଲା l ସଭାରେ ଶିକ୍ଷକ ଶିକ୍ଷକ ନିଲାମ୍ବର ନନ୍ଦ, ଶିକ୍ଷୟତ୍ରୀ ମଞ୍ଜରୀ ସୁନା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ପବିତ୍ର ମୋହନ ପଧାନ ,ହରିବୋଲ ପଧାନ ସାହାଯ୍ୟ କରିଥିଲେ । ଶେଷରେ ଖେଳ ଶିକ୍ଷୟତ୍ରୀ ଶ୍ରୀମସୂତା ମଲ୍ଲିକ ଧନ୍ୟବାଦ ଦେଇଥିଲେ ।