-+91-9937148622 |

prerana_bgr@rediffmail.com |

  Sunday 5th July 2026 |

| | | |

R.N.I. Regd No. ODIODI/2010/46693

Breaking News

ଉଚ୍ଚ ବିଦ୍ୟାଳୟ ମନହିରା ଛାତ୍ର ଛାତ୍ରୀ ମେଧାବୃତ୍ତି ରେ ବ୍ଲକ ଟପର ହେବାସହ 2025-26 ଶିକ୍ଷା ବର୍ଷ ରେ ଏନ ଏମ ଏମ ଏସ ଜାତୀୟ ମେଧାବୃତ୍ତି ପରୀକ୍ଷା ରେ ଯୋଗ୍ୟ ବିବେଚିତ    (05-Jul-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ଶିବିର   (05-Jul-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଆଉଟସୋର୍ସିଂକର୍ମଚାରୀଙ୍କ ଆନ୍ଦୋଳନ   (05-Jul-2026)       ||      ଖୋର୍ଦ୍ଧା ଜିଲ୍ଲାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଜମାର ରେକର୍ଡ ସଂଶୋଧନରେ ଉଲ୍ଲେଖନୀୟ ସଫଳତା♦️ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମସ୍ତ ଜମିଜମାର ସୁରକ୍ଷା ଓ ସଠିକ୍ ରେକର୍ଡ ସଂରକ୍ଷଣ ପାଇଁ ରାଜସ୍ୱ ବିଭାଗ ବଦ୍ଧପରିକର : ରାଜସ୍ୱ ସଚିବ   (05-Jul-2026)       ||      ସରକାରୀ ପଂଚାୟତ ଆଦିବାସୀ ଉଚ୍ଚ ବିଦ୍ୟାଳୟ ମନହୀରା ଠାରେ ବନୋମହୋତ୍ସବ ସପ୍ତାହ ପାଳନ   (04-Jul-2026)       ||      କଟକ ଚାଉଳିଆଗଞ୍ଜ ଥାନା ଅଧିକାରୀ ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ଏବେ ସନ୍ଧେହ ଘରରେ ?   (04-Jul-2026)       ||      କଟକ ଚାଉଳିଆଗଞ୍ଜ ଥାନା ଅଧିକାରୀ ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ଏବେ ସନ୍ଧେହ ଘରରେ ?   (04-Jul-2026)       ||      ପ୍ରତ୍ୟେକ ଯୋଗ୍ୟ ପରିବାରକୁ ପକ୍କା ଘର♦️ ବାରିପଦାରେ ୬୧ ଜଣ ହିତାଧିକାରୀଙ୍କୁ PMAY-U 2.0 କାର୍ଯ୍ୟାଦେଶ ପ୍ରଦାନ   (04-Jul-2026)       ||      କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ କେନ୍ଦ୍ରର ସ୍ୱୀକୃତି : ଭାରତ ସରକାରଙ୍କୁ ବରଗଡ଼ ସାଂସଦଙ୍କ କୃତଜ୍ଞତା   (04-Jul-2026)       ||      ନିର୍ଦ୍ଧାରିତ ଦର ଠାରୁ ଅଧିକ ପାର୍କିଂ ଦେୟ ନେଉଥିବା ଅଭିଯୋଗ ପରେ ବରପାଲି ରେଳ ପାର୍କିଂ ଠିକାଦାର କ୍ଷମା ପ୍ରାର୍ଥନା କଲେ    (04-Jul-2026)       ||      ଖରସ୍ରୋତା ମହାବିଦ୍ୟାଳୟରେ ‘ଭାରତୀୟ ଜ୍ଞାନ ପରମ୍ପରାରେ ପରିବେଶ ବିଜ୍ଞାନ’ ଉପରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର   (04-Jul-2026)       ||      ସୌଭିକଙ୍କ ସପକ୍ଷରେ ବାହାରିଲା ଓଡ଼ିଶା କ୍ରାନ୍ତି ମଞ୍ଚ ନିମକ ହାରାମିକୁ ଉଚିତ ଜବାବ ଦିଆଯିବ ।   (04-Jul-2026)       ||      ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ:ଶପଥ ପାଠ ଓ କୁଇଜ ମାଧ୍ୟମରେ ସଚେତନତା    (03-Jul-2026)       ||      ମାୟାବର୍ହ୍। ଉଚ୍ଚ ବିଦ୍ୟାଳୟ ଠାରେ ବନମହୋତ୍ସବ ସପ୍ତାହ ପାଳିତ ପ୍ରକୃତି ମିତ୍ର ସ୍କୁଲ ଭାବରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଗର୍ବିତ   (03-Jul-2026)       ||      ମାୟାବର୍ହ୍। ଉଚ୍ଚ ବିଦ୍ୟାଳୟ ଠାରେ ବନମହୋତ୍ସବ ସପ୍ତାହ ପାଳିତ ପ୍ରକୃତି ମିତ୍ର ସ୍କୁଲ ଭାବରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଗର୍ବିତ   (03-Jul-2026)       ||      କୁତୁର୍ଲା ପେକ୍ସ ପରିଦର୍ଶନ କଲେ ନରସିଂହ♦️ ଧାନ ବିକ୍ରିର ଶେଷ ଦିନରେ ମଧ୍ୟ ଉଠିପାରୁନାହିଁ ଚାଷୀଙ୍କ ଧାନ♦️୧୮ ଜଣ ଚାଷୀଙ୍କ ଆସିନାହିଁ ଟୋକନ, ଚାଷୀ ହତାଶ   (03-Jul-2026)       ||      ଭାରତ ନିର୍ବାଚନ ଆୟୋଗଙ୍କ ଦ୍ଵାରା ଗଣମାଧ୍ୟମ ଏବଂ ସମ୍ପର୍କିତ ସମ୍ମିଳନୀ♦️ ଓଡ଼ିଶାରୁ ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ୧୩ଜଣ ଡିଆଇପିଆରଓ ଙ୍କ ଯୋଗଦାନ    (03-Jul-2026)       ||      ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା ଏବଂ ୨୫ରେ ବାହୁଡା଼ ଯାତ୍ରା   (03-Jul-2026)       ||      ଓଡ଼ିଶାରେ ଭୋଟର ତାଲିକା ର ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ୧୦ ଜଣ ବରିଷ୍ଠ  ଆଇ ଏ ଏସ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ    (03-Jul-2026)       ||      ଜାପାନୀ ସଂସ୍ଥା ସହ ଐତିହାସିକ ଚୁକ୍ତି, ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ଜାପାନୀ ବ୍ୟବସାୟୀକ ନେତୃବୃନ୍ଦଙ୍କ ସହ ସହଭାଗିତା, ରାଜ୍ୟରେ ହେବ ବ୍ୟାପକ ପୁଞ୍ଜିନିବେଶ   (03-Jul-2026)       ||     

HOME   ରାଜ୍ୟ

ୟୁ.କେ. ଓଡ଼ିଶା ସମାଜର ୪୬ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳନ

29-Aug-2025



ଲଣ୍ଡନ/ନୂଆଦିଲ୍ଲୀ(ପ୍ରେରଣା ଖବର): ଓଡ଼ିଶା ସମାଜ ୟୁନାଇଟେଡ କିଙ୍ଗଡମ (ଓସୁକ)ର ୪୬ ତମ ବାର୍ଷିକ  ଉତ୍ସବ ମହା ସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି।ଏହି ଉପଲକ୍ଷେ ଲଣ୍ଡନର ଵର୍କସାୟାର କାଉଁଟି ଅନ୍ତର୍ଗତ ମେଡେନହେଡ୍ ସ୍ଥିତ ସୁନ୍ଦର, ସୁରମ୍ୟ, ସବୁଜିମା ଘେରା ଉତ୍ସବସ୍ଥଳକୁ ଖୁବ ଭବ୍ୟ ଢଙ୍ଗରେ ସଜାଯାଇଥିବା ଦେଖା ଯାଇଥିଲା। ସମଗ୍ର ପରିବେଷ୍ଟନୀକୁ ଏକ ଛୋଟ ଓଡ଼ିଶାର ସ୍ୱରୂପ ପ୍ରଦାନ କରାଯିବାର ଦୃଶ୍ୟ ବେଶ ମର୍ମସ୍ପର୍ଶୀ ଥିଲା। ଏଠାରେ ଆୟୋଜିତ ଓସୁକର ଦୁଇ ଦିନିଆ ଅଧିବେଶନ କାଳରେ ଓଡ଼ିଆ ସମ୍ପ୍ରଦାୟର ସମ୍ମିଳିତ ନେତୃତ୍ୱର

ଅଭ୍ୟୁଦୟ,ସାମୁହିକ ବିକାଶର ନିଦର୍ଶନ ଏବଂ ସଂଗଠିତ ଅସ୍ମିତାର  ପ୍ରଦର୍ଶନ ଘଟିଥିଲା। ଏହି ଶୀର୍ଷ ବୈଠକରେ ଆଗନ୍ତୁକ ପ୍ରାୟ ଏକ ସହସ୍ର ଓସୁକର ସଦସ୍ୟ, ପଦାଧିକାରୀ ଏବଂ ଶୁଭେଚ୍ଛୁ ମାନେ ସେମାନଙ୍କର ପରିବାର ବର୍ଗଙ୍କ ସହିତ ଏକ ମଞ୍ଚରେ ସମ୍ମିଳିତ ହୋଇ ପରସ୍ପର ମଧ୍ୟରେ ଥିବା ଘନିଷ୍ଠ ବନ୍ଧନ ଏବଂ ନିବିଡ଼ ଭାତୃତ୍ୱ ଭାବକୁ ଉଜାଗର କରିବାର ଭରପୁର ସୁଯୋଗ ଲାଭ କରିଥିଲେ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏବଂ ମା' ସମଲେଇଙ୍କ ପ୍ରତିମା ସମ୍ମୁଖରେ ପାରମ୍ପରିକ ପ୍ରଦୀପ ପ୍ରଜ୍ବଳନ ସହିତ ଅଧିବେସନର ଶୁଭାରମ୍ଭ ହୋଇଥିଲା। ସ୍ୱାଗତ ଭାଷଣ ପ୍ରଦାନ କରି ଓସୁକର  ସଭାପତି ବିଶ୍ୱଜିତ ପ୍ରଧାନ ୟୁକେର ଓଡ଼ିଆ ସମ୍ପ୍ରଦାୟ ଓସୁକର କାର୍ଯ୍ଯକ୍ରମ ଗୁଡ଼ିକ ପ୍ରତି ଯେଭଳି ସ୍ୱତଃ ପ୍ରବୃତ୍ତ ସମର୍ଥନ ପ୍ରଦାନ କରି ଆସୁଛନ୍ତି ତାହା ଅଦ୍ଭୁତପୂର୍ବ ବୋଲି କହିଥିଲେ। ଏଜିଏମ୍ ବୈଠକରେ ଓସୁକର ସମ୍ପାଦକ ସୁକାନ୍ତ ସାହୁ ପ୍ରଦାନ କରିଥିବା ବାର୍ଷିକ ବିବରଣୀ ଏବଂ କୋଷାଧ୍ୟକ୍ଷ କିଶୋର ଦାଶ ଉପସ୍ଥାପିତ କରିଥିବା ଆର୍ଥିକ ହିସାବ ସର୍ବ ସମ୍ମତି କ୍ରମେ ଗୃହିତ ହୋଇଥିଲା। ସମାବେଶକୁ ସମ୍ବୋଧନ କରି ମୁଖ୍ୟ ଅତିଥି ସାଂସଦ ବୀରେନ୍ଦ୍ର ଶର୍ମା, ସମ୍ମାନିତ ଅତିଥି ମେୟର ମ୍ୟାଣ୍ଡି ବ୍ରାର, କାଉନସିଲର ଗୁର୍ଚ୍ଚ ସିଂହ, ଭାରତୀୟ ହାଇ କମିଶନର ପ୍ରତିନିଧି ଅଜୟ ଠାକୁର, ପଦ୍ମଶ୍ରୀ ଅଦ୍ୱେତ  ଗଡ଼ନାୟକ, ସୁଭଦ୍ରା ଆର୍ଟ ଗ୍ୟାଲେରୀର ଅଧ୍ୟକ୍ଷ ସୂର୍ଯ୍ୟ ରଥ ଏବଂ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଲୋକନାଥ ମିଶ୍ର ପ୍ରମୁଖ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ପଶ୍ଚିମ ଜଗତରେ ଜୀବନ୍ତ ଓ ସକ୍ରିୟ ରଖିବା ନେଇ ଓସୁକର ସାଧୁ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଓସୁକର ସଂସ୍ଥାପକ ସଦସ୍ୟା ଡଃ.  ନିଶେବିତା ଦାସଙ୍କୁ ସଂସ୍ଥାକୁ ସମୃଦ୍ଧ କରିବା ପାଇଁ ତାଙ୍କର ଉଲ୍ଲେଖନୀୟ  ଯୋଗଦାନ ଯୋଗୁଁ ଅତିଥିମାନେ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ। ପତ୍ରିକା ବିଭାଗର ସମ୍ପାଦକ ଡଃ. ରାଜୀନ୍ଦର ସିଂଙ୍କର ତତ୍ତ୍ୱାବଧାନରେ ପ୍ରକାଶିତ ଓସୁକର ସ୍ମରଣିକା '*ନବ ଗୁଞ୍ଜର*'କୁ ଅତିଥିମାନେ ଉନ୍ମୋଚନ କରିଥିଲେ।

ବହୁମୁଖୀ ପ୍ରତିଭା ଓ ପାରଦର୍ଶିତା ପାଇଁ ସମ୍ମିଳନୀରେ ପୁରସ୍କୃତ କରାଯାଇଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ରେଖା ସେନାପତି, ସୁସ୍ମିତା ରାଜହଂସ, ସନ୍ଧ୍ୟା ମହାପାତ୍ର, ରେଶମା ମହାପାତ୍ର, ରାଗିଣୀ ମହାନ୍ତି, ଡଃ. ଲିପ୍ସିତା  ପଟ୍ଟନାୟକ, ଡଃ. ସହଦେବ ସ୍ୱାଇଁ, ଡଃ. ଜୟଶ୍ରୀ ନନ୍ଦ, ଡଃ. ଆଦିତ୍ୟ ସିଂହ, ଅନୁଶ୍ରୀ ପଟ୍ଟନାୟକ, ଶିବରଞ୍ଜନ ବିଶ୍ୱାଳ, ସତ୍ୟ ନାରାୟଣ ଦାସ, ଡଃ ଜୟାସ୍ମିତା ମିଶ୍ର, ମିଥିଳା ମହାନ୍ତି, ସଞ୍ଜୀତ କୁମାର ନାୟକ, ସୁବାସ ପ୍ରଧାନ, ଡଃ ଦେବାଶିଷ ପଣ୍ଡା, ଶ୍ରୀକାନ୍ତ ପାଢ଼ୀ, ଡଃ. ସ୍ମୃତି ରଞ୍ଜନ, ଡଃ ପୀତବାସ ମିଶ୍ର, ସଲିଳ ଦାସ, ଡଃ ରମେଶ ରାଉତରାୟ, ନୀଳମାଧବ କର, ଚିନ୍ମୟୀ ନାଥ, ଡଃ. କାଳୀ ମିଶ୍ର, ଡଃ. ଆଦ୍ୟାଶା ଦାସ, ସୁନୟନା ସୁବର୍ଣ୍ଣା ନନ୍ଦ, ଅରୁଣ ଲୁଇସ୍, ଆୟୋନା ଦାସ ଏବଂ ସ୍ରାଗଭି ସେଠୀ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ପ୍ରାଧ୍ୟାପକ ରାଜୁ ଷଡ଼ଙ୍ଗୀଙ୍କ ସ୍ମୃତିରେ ଏହି ପୁରସ୍କାରଗୁଡ଼ିକ ତାଙ୍କର ସୁପୁତ୍ରି ମିଲି ମିଶ୍ରଙ୍କ ସୌଜନ୍ୟରୁ ପ୍ରଦାନ କରାଯାଇଥିଲା। 

ଅଧିବେଶନ ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଲିଉଡ ଓ ଇଂଲଣ୍ଡର ବହୁ ଉଦୀୟମାନ ତଥା ପ୍ରତିଷ୍ଠିତ କଳାକାର  ମାନଙ୍କର ସୃଜନଶୀଳ ଚାତୁର୍ଯ୍ୟ ଦେଖିବାକୁ ମିଳିଥିଲା। ମହୋତ୍ସବର ମୁଖ୍ୟ ଆକର୍ଷଣ ମହାନ ଅଭିନେତା କୁନା ତ୍ରିପାଠୀ, ଓଲିଉଡ ଯୁବ ତାରକା ଦେବାଶିଷ ପାତ୍ର ଏବଂ କମେଡି କିଙ୍ଗ ପାପ୍ପୁ ପମପମଙ୍କର ଦମଦାର ଅଭିନୟ ଥିଲା। ବିଶେଷ କରି କୁନା ତ୍ରିପାଠୀଙ୍କର ଗୁରୁ ଗମ୍ଭୀର ଶିବ ସ୍ତୋତ୍ର ଗାୟନ ଏବଂ ଦେବାଶିଷ ପାତ୍ରଙ୍କ ସହିତ ଡଃ ସୁମିତା ନାୟକଙ୍କର ମଞ୍ଚ ଉପରେ ବୈଦ୍ୟୁତିକ ଗତିରେ ନୃତ୍ୟ ପରିବେଷଣ ଦର୍ଶକମାନଙ୍କୁ ବିମୋହିତ କରିଦେଇଥିଲା। ଅନ୍ୟାନ୍ୟ ଉଲ୍ଲେଖଯୋଗ୍ୟ ସାଂସ୍କୃତିକ ପ୍ରସ୍ତୁତି ମଧ୍ୟରେ ତୁଳିକା ତ୍ରିପାଠୀ ଓ ପ୍ରେମ ସାହୁଙ୍କର ଓଡ଼ିଶୀ ନୃତ୍ୟ, ଶୁଭଶ୍ରୀ ସାହୁଙ୍କର ନେତୃତ୍ବରେ ଉତ୍କଳିକା ଟିମର ସମ୍ବଲପୁରୀ ନୃତ୍ୟ, ଇପସିତା ପଣ୍ଡା, ଡଃ. କପିଳ ମିତ କାଉର ଏବଂ କୁଲଦୀପ ପଟ୍ଟନାୟକଙ୍କର ସଙ୍ଗୀତ ପରିବେଷଣ ଏବଂ ମୌସୁମୀ ମିଶ୍ରଙ୍କର ଭଜନ ଖୁବ୍ ଉଚ୍ଚକୋଟୀର ଥିଲା। ଏହା ବ୍ୟତୀତ ଉତ୍ସବରେ ବିଭିନ୍ନ ଧରଣର କ୍ରୀଡ଼ା ଓ ଚିତ୍ରାଙ୍କନ ପ୍ରତିଯୋଗିତା, କୌଶଳ ବିନିମୟ କର୍ମଶାଳା ଏବଂ ରାମୋଲି କ୍ରିଏସନ଼ ଦ୍ୱାରା ପ୍ରସ୍ତୁତ ଫ୍ୟାଶନ ଶୋ ଆଦି ମଧ୍ୟ ସ୍ଥାନ ପାଇଥିଲା। ଜସ  ଲାଇଭ ଡିଜିଟାଲ ମଞ୍ଚକୁ ଚିତ୍ତାକର୍ଷକ କରିବାର ସମସ୍ତ ସରଞ୍ଜାମ ଯୋଗାଇ ଥିଲେ।ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁଦକ୍ଷ ଉପସ୍ଥାପିକା ଦିଶିତା ରାଉତ ଓ ଶୁଭଶ୍ରୀ ସାହୁ ଖୁବ୍ ସୂଚାରୁ ରୂପେ ସଞ୍ଚାଳନା କରିଥିଲେ। ଅନ୍ତାକ୍ଷରୀ ପ୍ରତିଯୋଗୀତାକୁ ଡଃ. ଲିପି ପ୍ରଧାନ ଏବଂ ଡଃ.ସଙ୍ଗୀତା ଦାସ ପରିଚାଳନା କରିଥିଲେ। 

ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ବିଜୟୀ ହୋଇ  ପଦକ ଜିତିଥିବା ପ୍ରତିଯୋଗୀମାନଙ୍କ ମଧ୍ୟରେ ଭରତ ସ୍ୱାଇଁ, ମୃତ୍ୟୁଞ୍ଜୟ କର, ଶୁଭେନ୍ଦୁ ସେଠୀ, ଅଞ୍ଜନ ମିଶ୍ର, ଦେବବ୍ରତ ତ୍ରିପାଠୀ, କ୍ରିତିକ,ସୁଜାତା ସାମଲ, ପ୍ରିୟା ସାହୁ, ରେଶମା ମହାପାତ୍ର, ଶ୍ୱେତଲାନା ନନ୍ଦ, ଅଞ୍ଜଳି ପାତ୍ର, ସ୍ପର୍ଶ ନାୟକ, ଦିବ୍ୟାଂଶ ସ୍ୱାଇଁ, ଆଦିତି ମିଶ୍ର, ମନୀଷ କିରଣ, ପୃଥ୍ୱୀରାଜ ତ୍ରିପାଠୀ ଓ ଈଶାନ ଦାସ ପ୍ରମୁଖ ଅନ୍ୟତମ ଥିଲେ। 

ଦୁଇ ଦିନ ବ୍ୟାପୀ ଏହି ଅଧିବେଶନରେ ଉତ୍ତମ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ପୋଟଲି ଟିମ ଦ୍ୱାରା ପ୍ରତିନିଧିମାନଙ୍କୁ ଖୁବ୍ ସ୍ୱାଦିଷ୍ଟ ଓଡ଼ିଆ ବ୍ୟଞ୍ଜନ ପରସା ଯାଇଥିଲା। ଏ ମଧ୍ୟରେ ମାଂସ କଷା, ବଡ଼ିଚୁରା , ଆଳୁଚପ, ଘୁଗୁନି, ମାଛ ବେସର, ରସଗୋଲା ଏବଂ ପାନ ଆଦି ଅନ୍ତର୍ଭୁକ୍ତ ଥିଲା। 

ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ରମେଶ ବାରିକ ସୁଜାତା ପ୍ରଧାନ, ସମ୍ବିତ ପ୍ରଧାନ, ରିଚିରିଚା ଦାସ, ରାମକୃଷ୍ଣ ପଟ୍ଟନାୟକ ଏବଂ ପ୍ରଦୀପ୍ତ କୁମାର ସ୍ୱାଇଁ ପ୍ରମୁଖ ସାମିଲ ଥିଲେ। ଓସୁକ ଅଧିବେଶନକୁ ସକ୍ଷମତାର ସହିତ ଆୟୋଜନ ଓ ସଫଳତାର ସହିତ ସମାପନ କରିବାରେ କୋର ଟିମ ସଦସ୍ୟ ଯଥା ସଙ୍ଗଠନ ସମ୍ପାଦକ ଅଶୋକ ଚନ୍ଦ୍ର ପାଣିଗ୍ରାହୀ, ନୀରା ତିୱାରୀ, ପତ୍ରିକା ସମ୍ପାଦକ ଡଃ ରାଜିନ୍ଦର ସିଂ, ସାଂସ୍କୃତିକ ସମ୍ପାଦକ ଅନୁଶ୍ରୀ ପଟ୍ଟନାୟକ, ଅକ୍ଷିତା ବ୍ରହ୍ମା, କୋଷାଧ୍ୟକ୍ଷ କିଶୋର ଦାଶ, ଆଇ ଟି ସମ୍ପାଦକ ବିଶାଳ ମାୟୋ ଏବଂ

ସାଙ୍ଗଠନିକ କମିଟି ସଦସ୍ୟ ବୃନ୍ଦ ଉମାକାନ୍ତ ରାଉତ, ନନ୍ଦିତା ପଟ୍ଟନାୟକ, ତୃପ୍ତି ରଥ, ମୋନା ମହାପାତ୍ର, ସବିତା ତ୍ରିପାଠୀ, ହାର୍ଦ୍ଦିକ ପ୍ରଧାନ, ସ୍ରାଗଭି ସେଠୀ, ଅନୁଷ୍କା ପାଢ଼ୀ, ସୌରୀଶ ବ୍ରହ୍ମା, ଇଶାନ ରାଉତ, ଅନିଷା ପଣ୍ଡା, ଆନ୍ୟା ପଣ୍ଡା, ଶୁଭଶ୍ରୀ ସାହୁ, ପଲ୍ଲୀ ପୁଷ୍ପା ସାମଲ, ଆଦିତ୍ୟ ବେହୁରିଆ, ନୀଲ ଦାଶ ଓ ରାଗିଣୀ ମହାନ୍ତି ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

ଅଧିବେଶନରେ ଶିରୋନାମା ପ୍ରୟୋଜକ ଭାବେ ଏଭୋସ ସ୍ଥାନ ପାଇଥିଲା। ଅନ୍ୟାନ୍ୟ ପ୍ରୟୋଜକ ମାନଙ୍କ ମଧ୍ୟରେ ୱାର୍ଲଡ ଓଡ଼ିଶା ସୋସାଇଟି, ଆର୍ ଆର୍ ଇଭେଣ୍ଟସ୍,ଏସଆର୍ ସିଷ୍ଟମସ୍, ଆସପୋରା, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଏସଆର୍ ଇଭେଣ୍ଟସ୍ , ୟୁକେର ଭାରତୀୟ ଷ୍ଟେଟ ବ୍ୟାଙ୍କ. ବ୍ୟାଙ୍କ ଅଫ ବରୋଦା, ହେମରାଜ ଜୁଏଲ୍ଲର୍ସ, ପୋଟଲିଏବଂ ଆମେଡିୟସ  ପ୍ରମୁଖ  ଅନ୍ତର୍ଭୁକ୍ତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଉଚ୍ଚ ବିଦ୍ୟାଳୟ ମନହିରା ଛାତ୍ର ଛାତ୍ରୀ ମେଧାବୃତ୍ତି ରେ ବ୍ଲକ ଟପର ହେବାସହ 2025-26 ଶିକ୍ଷା ବର୍ଷ ରେ ଏନ ଏମ ଏମ ଏସ ଜାତୀୟ ମେଧାବୃତ୍ତି ପରୀକ୍ଷା ରେ ଯୋଗ୍ୟ ବିବେଚିତ   05-Jul-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ଶିବିର   05-Jul-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଆଉଟସୋର୍ସିଂକର୍ମଚାରୀଙ୍କ ଆନ୍ଦୋଳନ   05-Jul-2026
  ରାଜ୍ୟ  
ଖୋର୍ଦ୍ଧା ଜିଲ୍ଲାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଜମାର ରେକର୍ଡ ସଂଶୋଧନରେ ଉଲ୍ଲେଖନୀୟ ସଫଳତା♦️ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମସ୍ତ ଜମିଜମାର ସୁରକ୍ଷା ଓ ସଠିକ୍ ରେକର୍ଡ ସଂରକ୍ଷଣ ପାଇଁ ରାଜସ୍ୱ ବିଭାଗ ବଦ୍ଧପରିକର : ରାଜସ୍ୱ ସଚିବ   05-Jul-2026
  ଜିଲ୍ଲା  
ସରକାରୀ ପଂଚାୟତ ଆଦିବାସୀ ଉଚ୍ଚ ବିଦ୍ୟାଳୟ ମନହୀରା ଠାରେ ବନୋମହୋତ୍ସବ ସପ୍ତାହ ପାଳନ   04-Jul-2026
  ଜିଲ୍ଲା  
କଟକ ଚାଉଳିଆଗଞ୍ଜ ଥାନା ଅଧିକାରୀ ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ଏବେ ସନ୍ଧେହ ଘରରେ ?   04-Jul-2026
  ଜିଲ୍ଲା  
କଟକ ଚାଉଳିଆଗଞ୍ଜ ଥାନା ଅଧିକାରୀ ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ଏବେ ସନ୍ଧେହ ଘରରେ ?   04-Jul-2026
  ମହାନଗର  
ପ୍ରତ୍ୟେକ ଯୋଗ୍ୟ ପରିବାରକୁ ପକ୍କା ଘର♦️ ବାରିପଦାରେ ୬୧ ଜଣ ହିତାଧିକାରୀଙ୍କୁ PMAY-U 2.0 କାର୍ଯ୍ୟାଦେଶ ପ୍ରଦାନ   04-Jul-2026
  ଜିଲ୍ଲା  
କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ କେନ୍ଦ୍ରର ସ୍ୱୀକୃତି : ଭାରତ ସରକାରଙ୍କୁ ବରଗଡ଼ ସାଂସଦଙ୍କ କୃତଜ୍ଞତା   04-Jul-2026
  ଜିଲ୍ଲା  
ନିର୍ଦ୍ଧାରିତ ଦର ଠାରୁ ଅଧିକ ପାର୍କିଂ ଦେୟ ନେଉଥିବା ଅଭିଯୋଗ ପରେ ବରପାଲି ରେଳ ପାର୍କିଂ ଠିକାଦାର କ୍ଷମା ପ୍ରାର୍ଥନା କଲେ   04-Jul-2026
  ଜିଲ୍ଲା  
ଖରସ୍ରୋତା ମହାବିଦ୍ୟାଳୟରେ ‘ଭାରତୀୟ ଜ୍ଞାନ ପରମ୍ପରାରେ ପରିବେଶ ବିଜ୍ଞାନ’ ଉପରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର   04-Jul-2026
  ଜିଲ୍ଲା  
ସୌଭିକଙ୍କ ସପକ୍ଷରେ ବାହାରିଲା ଓଡ଼ିଶା କ୍ରାନ୍ତି ମଞ୍ଚ ନିମକ ହାରାମିକୁ ଉଚିତ ଜବାବ ଦିଆଯିବ ।   04-Jul-2026

You Might Also Like