-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
30-Aug-2025
ନବରଙ୍ଗପୁର (ମିହିର ଶଙ୍କର ପାତ୍ର)
ପାପଡାହାଣ୍ଡି ଠାରେ ଜଣେ ସାମ୍ବାଦିକଙ୍କୁ ଛୁରାମାଡ଼ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଛୁରାମାଡ଼ରେ ସାମ୍ବାଦିକ ସୁମିତ ଗଣ୍ଟ ଗୁରୁତର ହୋଇ ବିଶାଖାପାଟଣା ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି। ସୂଚନା ଅନୁଯାୟୀ ପାପଡାହାଣ୍ଡି ଗ୍ରାମର ନବରଙ୍ଗପୁର ଜିଲା ଅର୍ଗସ ପ୍ରତିନିଧି ସୁମିତ କୁମାର ଗଣ୍ଟ ଗତକାଲି ରାତ୍ରି ୧୧ରେ ନବରଙ୍ଗପୁରରୁ ଫେରି ବଙ୍କା ସାହି ନିକଟରେ ସାଥି ଖବର ଦାତାଙ୍କ ସହ ଛିଡା ହୋଇଥିବା ସମୟରେ ହରେକୃଷ୍ଣ ବେହେରା ନାମକ ଜଣେ ନିଶାଶକ୍ତ ଯୁବକ ଖବର ଦାତା ସୁମିତ ଗଣକୁ କୌଣସି କାରଣରୁ ଛୁରି ଓ ଖଣ୍ଡାରେ ଆକ୍ରମଣ କରିଥିଲେ।ଏଥିରେ ତାଙ୍କ ପେଟ, ପିଠି ଓ ହାତରେ ଆଘାତ ଲାଗିଥିଲା। ଏଥିରେ ଗୁରୁତର ସୁମିତକୁ ଗ୍ରାମବାସୀ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବିଶାଖାପାଟଣା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।