-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
18-Aug-2025
ବଲାଙ୍ଗିର(ଦେବାଶିଷ ବହିଦାର)- ଗତ ଅଗଷ୍ଟ ୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡା ଠାରେ ଅନୁଷ୍ଠିତ ପ୍ରଥମ ପଶ୍ଚିମ ଓଡ଼ିଶା ଏୟାର ୱିପନ ଓପନ୍ ସୁଟିଂ ଚମ୍ପିୟାନସିପ୍-୨୦୨୫ରେ ବଲାଙ୍ଗୀର ପ୍ରତିଯୋଗୀ ମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । କୋଚ୍ ମାନସ ରଂଜନ ବାବୁଙ୍କ ନେତୃତ୍ୱରେ ବଲାଙ୍ଗୀର ଆର୍ ଏନ୍ ସିଂଦେଓ ସୁଟିଂ କ୍ଲବର ୧୮ ଜଣ ପ୍ରତିଯୋଗୀ ଏହି ଚମ୍ପିୟାନସିପ୍ ରେ ଭାଗ ନେଇଥିଲେ । ଏୟାର ୱିପନ ଓପନ୍ ସୁଟିଂ ଚମ୍ପିୟ।।ନସିପ୍ ର ମହିଳା ବର୍ଗର ଜୁନିୟର ବିଭାଗରେ ଲୁବନା ବେଗମ୍ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଥିବା ବେଳେ ନିହାରିକା ବାଗ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ହାସଲ କରିଛନ୍ତି । ପୁରୁଷ ବର୍ଗର ଜୁନିୟର୍ ବିଭାଗରେ ଦିବ୍ୟ ରଂଜନ ଚୌଧୁରୀ ଦ୍ୱୀତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଛନ୍ତି । ଠିକ ସେହିପରି ପୁରୁଷ ବର୍ଗର ସିନିୟର ବିଭାଗରେ ସୁଜିତ ପ୍ରଥମ ସ୍ଥାନ ଅଧିକାର କରି ରୌପ୍ୟ ପଦକ ଓ ଓମ୍ ପ୍ରକାଶ ଧରୁଆ ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ ହାଲ କରି ବଲାଙ୍ଗୀର ପାଇଁ ଗୌରବ ଆଣିଦେଇଛନ୍ତି । ଏୟାର ୱିପନ ଓପନ୍ ସୁଟିଂ ଚମ୍ପିୟାନସିପ୍ ରେ ବଲାଙ୍ଗୀର ପ୍ରତିଯୋଗୀ ମାନଙ୍କ ସଫଳତା ପାଇଁ ସେମାନାଙ୍କୁ ଡିଷ୍ଟିକ୍ଟ ରାଇଫଲ୍ ଏସୋସିଏସନ ର ସମ୍ପାଦକ ନିହାର ରଂଜନ ସ୍ଵାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି l