-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
18-Aug-2025
ବଲାଙ୍ଗିର(ଦେବାଶିଷ ବହିଦାର)- ବଲାଙ୍ଗୀର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ବଲାଙ୍ଗୀର ସଦର ବ୍ଲକ ଅଧୀନସ୍ଥ ଆର୍ ଆର୍ କଲୋନୀ ଖୁଂଟପାଲି (ବ୍ଲକ- ଡି) ରେ ବସବାସ କରୁଥିବା ଲୋକ ମାନେ ପିଇବା ପାଣି ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାଣି, ବଜୁଳି, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ବଂଚିତ ଗ୍ରାମବାସୀ ଏହି ସମସ୍ୟା ଉପରେ ପ୍ରଶାସନର ଦୃଷ୍ଟିଆକର୍ଷଣ କରିସାରିଛନ୍ତି । ପ୍ରଶାସନ ପକ୍ଷରୁ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ପାଇଁ ଏଠାରେ କୌଣସି ବ୍ୟବସ୍ଥା କରାଯାଉନଥିବାରୁ ଲୋକ ମାନେ ବାଧ୍ୟ ହୋଇ ଫ୍ଲୋରାଇଡ୍ ଯୁକ୍ତ ପାଣି ପିଉଛନ୍ତି । ମାଇଳା ପାଣି ଯୋଗୁଁ ଭାତ ରାନ୍ଧିଲେ ବି ହଳଦିଆ ହୋଇଯାଉଥିବା ମହିଳା ମାନେ ଅଭିଯୋଗ କରିଛନ୍ତି । ଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ପାଇଁ ପ୍ରଶାସନକୁ ଗୁହାରୀ କରି କରି ନିରାଶ ହେବା ପରେ ଅସନ୍ତୋଷ ଗ୍ରାମବାସୀ ଓ ମହିଳା ମାନେ ଆଜି ହାଣ୍ଡି ମାଠିଅ ଧରି ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ବଲାଙ୍ଗୀର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ବିସ୍ଥାପିତ ଗ୍ରାମବାସୀଙ୍କ ତରଫରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଲୋକଙ୍କୁ ଖବଶୀଘ୍ର ପିଏଚ୍ଡି ପାଣି ଯୋଗାଇ ଦେବାର ବନ୍ଦୋବସ୍ତ କରିବାର ପ୍ରତିଶୃତି ଦେବା ପରେ ଗ୍ରମାବାସୀ ଧାରଣାରୁ ଓହରିଥିଲେ ।