-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||     

HOME   ରାଜ୍ୟ

ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା

22-Jan-2021



ଭୁବନେଶ୍ୱର,(ପ୍ରେରଣା ଖବର) : ଚମକିବ କୋଣାର୍କ ସୂର୍ଯ୍ୟ ମନ୍ଦିର ।  ବଦଳିବ ସୂର୍ଯ୍ୟ ମନ୍ଦିରର ଚାରିପାଖର ଚେହେରା । ଏଠାରେ ଆଖି ଝଲସିଲା ଭଳି ବିକାଶ ହେବ । ଉପଲବ୍ଧ ହେବ ସମସ୍ତ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ । ଜାତୀୟ ଓ ଆନ୍ତର୍ଜାତିକ ପର୍ଯ୍ୟଟକଙ୍କ ପାଇଁ ଏଠାରେ ଭିତ୍ତିଭୂମିକୁ ସୁଦୃଢ଼ କରାଯିବ । ଏ ନବକଳେବର ପାଇଁ ଅଣ୍ଟା ଭିଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବାକୁ କାମ ଆରମ୍ଭ ପରେ କୋଣାର୍କ ଐତିହ୍ୟ ଅଞ୍ଚଳର ବିକାଶ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଚିଠା ଯୋଜନା ପ୍ରସ୍ତୁତ ହୋଇଛି । ଆନ୍ତର୍ଜାତିକ ମାନର ଭିତ୍ତିଭୂମି କରିବାକୁ ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

     କୋଣାର୍କ ମନ୍ଦିରର ସଂରକ୍ଷଣ ତଥା ଅଧିକ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ପାଗ ଭିଡିଛନ୍ତି । ଏହାସହ ‘୫ ଟି’ରେ ଐତିହ୍ୟ ପ୍ରକଳ୍ପ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଚିଠା ଯୋଜନା ଅନୁସାରେ, କୋଣାର୍କର ପ୍ରବେଶସ୍ଥଳରେ ପର୍ଯ୍ୟଟକମାନଙ୍କୁ ସ୍ୱାଗତ କରିବାକୁ ସୁଦୃଶ୍ୟ ଏଣ୍ଟ୍ରିପ୍ଲାଜା ନିର୍ମାଣ କରାଯିବ । ସାଢ଼େ ୩ କିମିର ବାହ୍ୟ ରିଂ ରୋଡକୁ ଛଅ ଥାକିଆ କରାଯିବ । ମନ୍ଦିର ସମ୍ମୁଖରେ ଥିବା ୩୦ ଏକର ଜମି ସମ୍ପୂର୍ଣ୍ଣ ଖୋଲା ରହିବ । ଏଠାରେ ଲ୍ୟାଣ୍ଡସ୍କେପିଂ କରାଯିବ । ମନ୍ଦିରକୁ ଯାଇଥିବା ସବୁ ରାସ୍ତାର ବିକାଶ କରାଯିବ । ଯାତ୍ରୀମାନଙ୍କୁ ନେବା ଆଣିବା କରିବାକୁ ଭୁବନେଶ୍ୱରରୁ କୋଣାର୍କ ଯାଏ ପଏଣ୍ଟର ବିକାଶ ହେବ । ଏଠାରେ ବସୁଥିବା ଫେରିବାଲାମାନଙ୍କୁ ପୁନଃ ଥଇଥାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

  ସେହିପରି ଗାଡ଼ି ପାର୍କିଂ ପାଇଁ ମଲଟି ମୋଡାଲ ହବ୍ ନିର୍ମାଣ ହେବ । କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚର ପୁନର୍ବିନ୍ୟାସ ହେବ । ଐତିହ୍ୟ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ସହ ପଥଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର ରାସ୍ତା ମଧ୍ୟ ନିର୍ମାଣ କରାଯିବ । ଏହି ପ୍ରାଚୀନ ଐତିହ୍ୟ ସହ ସମନ୍ୱିତ କରି ପାରିପାଶ୍ୱିର୍କ ବିକାଶ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏ ଯୋଜନାରେ ସ୍ଥାନୀୟ ଲୋକଙ୍କ ଆଶା ଓ ଆକାଂକ୍ଷାର ପ୍ରତିଫଳନ, ଐତିହ୍ୟ ସଂରକ୍ଷଣ ଓ ବିକାଶରେ ବିଶ୍ୱସ୍ତରୀୟ ଦୃଷ୍ଟିଭଙ୍ଗୀର ପ୍ରତିଫଳନ ଦେଖିବାକୁ ମିଳିବ ବୋଲି ଜଣାପଡିଛି ।
କୋଣାର୍କ ଐତିହ୍ୟ ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀ ନେଇଥିବା ବୈଠକରେ ୫ଟି ସଚିବ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ପୂର୍ତ୍ତ ସଚିବ କ୍ରିଷନ କୁମାର ପ୍ରକଳ୍ପର ଉପସ୍ଥାପନା ରଖିଥିଲେ । ଏତତ୍ ବ୍ୟତୀତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରମୁଖ ବୈଠକରେ ଉପସ୍ଥିତ ରହିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   28-Sep-2026

You Might Also Like