-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
21-Jan-2021
ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା) :କୋଭିଡ କଟକଣା ପାଇଁ ପୁରୀ ଏବଂ ଭୁବନେଶ୍ୱର କୁ ରେଳ ଚଳାଚଳ ବନ୍ଦ ଥିଲା | ଗତ ମାର୍ଚ୍ଚ ମାସରୁ "ସେବା" ଏକ୍ସପ୍ରେସ ଟ୍ରେନ ବନ୍ଦ ହେତୁ ଜନସାଧାରଣ ଙ୍କ ଯାତାୟାତ ରେ ବହୁ ଅସୁବିଧା ପରିଲିକ୍ଷିତ ହେଉଥିଲା | ବର୍ତମାନ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ ଉପରୁ ସମସ୍ତ କଟକଣା ଉଠିବା ସହିତ ଭୁବନେଶ୍ୱର ର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଖୋଲି ସାରିଲାଣି | ତେଣୁ ଜନସାଧାରଣ ଙ୍କ ସୁବିଧା ପାଇଁ ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତିକରଣ, ଉଚ୍ଚ ଶିକ୍ଷା, ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ ପୂର୍ବ ତଟ ରେଳ ବିଭାଗ ର ଜେନେରାଲ ମ୍ୟାନେଜର ଙ୍କୁ ଚିଠି ଲେଖିଛନ୍ତି ଯଥା ଶୀଘ୍ର ନୟାଗଡ କୁ ରେଳ ଚଳାଚଳ କରିବା ର ନିଷ୍ପତି ନେବାପାଇଁ | ପ୍ରତେକ ଦିନ ନୟାଗଡ଼ ରୁ ପୁରୀ ଏବଂ ଭୁବନେଶ୍ୱର ଶତାଧିକ ଯାତ୍ରୀ ଯିବା ଆସିବା କରିଥାନ୍ତି ତେଣୁ ତାଙ୍କର ସୁବିଧା କୁ ଦୃଷ୍ଟି ରେ ରଖି ଶ୍ରୀ ସାହୁ ଏହିପରି ନିଷ୍ପତି ନେଇଛନ୍ତି |