-+91-9937148622 |
prerana_bgr@rediffmail.com |
Friday 14th August 2026 |
R.N.I. Regd No. ODIODI/2010/46693
Breaking News
11-Jan-2021
ନୂଆଦିଲ୍ଲୀ (ପ୍ରେରଣା ଖବର): ଦୁଇ ଲକ୍ଷ ଟଙ୍କାରୁ କମ୍ ମୂଲ୍ୟର ଗହଣା କିମ୍ବା ମୂଲ୍ୟବାନ ପଥର କିଣିଲେ ଏଣିକି KYC ଭାବରେ ଆଧାର କି ପାନ କାର୍ଡ ଦେବାକୁ ପଡ଼ିବ ନାହିଁ। ଏହି ମୂଲ୍ୟରୁ ଅଧିକ ଦାମ୍ରେ ଗହଣା କିଣିଲେ କେୱାଇସି ଦେବାକୁ ପଡ଼ିବ। ଏନେଇ ପିଏମ୍ଏଲ୍ ଆକ୍ଟ ୨୦୦୨ ଆଧିନରେ ଡିପାର୍ଟମେଣ୍ଟ ଅଫ୍ ରେଭିନ୍ୟୁ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଫାଇନାନ୍ସିଆଲ ଆକ୍ସନ ଟାକ୍ସ ଫୋର୍ସ(FATF) ପାଇଁ ଦେବାକୁ ପଡ଼ୁଥିବା କେୱାସି ୨ ଲକ୍ଷରୁ କମ୍ ମୂଲ୍ୟର ଗହଣା କ୍ରୟ ପାଇଁ ଆବଶ୍ୟକ ପଡ଼ିବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ୨୦୨୦ ଡିସେମ୍ବର ୨୮ ତାରିଖରେ ଫାନ୍ସିଆଲ୍ ଆକ୍ସନ୍ ଟାକ୍ସ ଫୋର୍ସ କେୱାସି ଦେବା ବାଧ୍ୟତାମୂଳକ କରିଥିଲା।
ଅନ୍ୟପକ୍ଷରେ ୧୦ ଲକ୍ଷର ଟଙ୍କାରୁ ଅଧିକ ମୂଲ୍ୟର ଗହଣା କିମ୍ବା ମୂଲ୍ୟବାନ ପଥର କିଣିଲେ ଡିଲରମାନଙ୍କୁ KYC ସହିତ କଷ୍ଟମର ଡ୍ୟୁ ଦେବାକୁ ପଡ଼ିବ। କାରଣ ଏହା FATF ପାଇଁ ଆବଶ୍ୟକ। ଫଳରେ ଏହାଦ୍ୱାରା ଆର୍ଥିକ ହେର୍ଫେର୍ ସହିତ ଆତଙ୍କବାଦୀଙ୍କୁ ଅର୍ଥଯୋଗାଣ ସମ୍ପର୍କରେ ସୂଚନା ମିଳିପାରିବ।
FATF ହେଉଛି ଏକ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ଆନ୍ତଃ-ସରକାରୀ ସଂସ୍ଥା। ଯାହା ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଏବଂ ଅର୍ଥ ହେରଫେର ଭଳି ବେଆଇନ କାର୍ଯ୍ୟକଳାପକୁ ରୋକିବା ଉପରେ କାର୍ଯ୍ୟ କରିଥାଏ। ୨୦୧୦ ମସିହାରୁ ଭାରତ FATF ର ସଦସ୍ୟ ରହିଆସିଛି। ଦୁଇ ଲକ୍ଷରୁ କମ୍ ମୂଲ୍ୟରେ ଗହଣା କିମ୍ବା କୌଣସି ମୂଲ୍ୟବାନ ଫଥର କିଣିଲେ କେୱାଇସି ଆବଶ୍ୟକ ବୋଲି ପୂର୍ବରୁ ଖବର ପ୍ରକାଶ ପାଇଥିଲା। ଏହି ଖବର ଅଯଥା ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଥିବାରୁ ବିଭାଗ ପକ୍ଷରୁ ଏ ନେଇ ସ୍ପଷ୍ଟୀକରଣ ଦିଆଯାଇଛି। ସୂଚନା ଥାଉକି ଭାରତରେ ଆୟକର ବିଭାଗ ଆକ୍ଟ ୧୯୬୧ର ଧାରା ୨୬୯ST ଅନୁସାରେ ୨ ଲକ୍ଷରୁ ଅଧିକ ଟଙ୍କାର ଟ୍ରାଞ୍ଜାକ୍ସନକୁ ଅନୁମତି ଦିଆଯାଇ ନାହିଁ। ଏହି ନିୟମ ଅନୁସାରେ, ଡିଲରମାନେ ୨ ଲକ୍ଷରୁ ଅଧିକ ଟଙ୍କା ଗ୍ରାହକଙ୍କ ପାଖରୁ ଗ୍ରହଣ କରିପାରିବେ ନାହିଁ।