-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
27-Dec-2024
ଜମନକିରା ବ୍ଲକ ସମିତି ସଭା କକ୍ଷରେ ଜମନକିରା ବିଡ଼ିଓ ରବୀନ୍ଦ୍ର ସେଠିଙ୍କ ସଭାପତିତ୍ୱରେ ବ୍ଲକସ୍ତରୀୟ ପରାମର୍ଶ ମେଳା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମ ସମ୍ବଲପୁର ଜିଲ୍ଲା କର୍ମ ନିୟୋଜିତ ସଂସ୍ଥା ଅଧିକାରୀ ଶଙ୍କର୍ସଣ ମୁର୍ମୁ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରତିଷ୍ଠାନ ସମ୍ବଲପୁର ଶାଖା ପ୍ରଧ୍ୟ୍ୟପକ ବିଜୟ କୁମାର ସାହୁ, ସମ୍ବଲପୁର ସାହି ଏକ୍ସପର୍ଟ କର୍ମଚାରୀ ବିବେକାନନ୍ଦ ପଣ୍ଡା ସମେତ ସମ୍ବଲପୁର ଜିଲ୍ଲାର ୧୬ ଗୋଟି ଅନୁଷ୍ଠାନ ର କର୍ମଚାରୀ ତଥା ଅଧିକାରୀ ମାନେ ଉପସ୍ଥିତ ରହି ଥିଲେ। ଜମନକିରା ବିଡ଼ିଓ ସରକାର ଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧରେ ଆଲୋଚନା କରି ବେକାରୀ ଯୁବକ ଯୁବତି ଙ୍କ ଦକ୍ଷତା ବିକଶିତ ପାଇଁ ଅନୁଷ୍ଠାନ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ବୈଠକ ରେ ଉପସ୍ଥିତ ଥିବା ଅନୁଷ୍ଠାନ ର ଅଧିକାରୀ ମାନେ ନିଜ ନିଜ ଅନୁଷ୍ଠାନ ରେ ମିଳୁଥିବା ସୁଭିଧା ସମ୍ବନ୍ଧରେ ଆଲୋକପାତ କରିଥିଲେ। ଓଡିଶା ଜୀବିକା ମିଶନ ବିପିଏମ ସରୋଜ ମିଶ୍ର ସଭା ପରିଚାଳନା କରିଥିଲେ ଓ ଏଥିରେ ବ୍ଲକ ଅନ୍ତର୍ଗତ ପ୍ରାୟ ୧୮୧ ଜଣ ବେରୋଜଗାର ଯୁବକ ଯୁବତୀ ମାନଙ୍କ ନାମ ପଞ୍ଜିକରଣ କରାଯାଇଛି।
ଜମନକିରାରୁ ନଗମା ବେଗମଙ୍କ ରିପୋର୍ଟ