-+91-9937148622 |

prerana_bgr@rediffmail.com |

  Monday 17th August 2026 |

| | | |

R.N.I. Regd No. ODIODI/2010/46693

Breaking News

ମହନୀ ଉତ୍ସବ ପାଇଁ ସମ୍ବଲପୁରୀ ଲୋକନୃତ୍ୟ ପ୍ରତିଯୋଗିତା    (17-Aug-2026)       ||      ଗଣ୍ତାବାହାଲିଠାରେ ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ   (17-Aug-2026)       ||      ନାରୀସେବା ସଙ୍ଘ ପକ୍ଷରୁ ଦେଶର ୮୦ ତମ ସ୍ବାଧିନତା ଦିବସ ପାଳିତ    (17-Aug-2026)       ||      ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ   (17-Aug-2026)       ||      ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ପ୍ରେସମିଟ   (17-Aug-2026)       ||      ସମ୍ବଲପୁରରେ ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ସମ୍ବଲପୁରର ସର୍ବାଙ୍ଗୀଣ ବିକାଶ ସରକାରଙ୍କ ପ୍ରାଥମିକତା: ମାନ୍ୟବର ମନ୍ତ୍ରୀ   (17-Aug-2026)       ||      ସ୍ୱାଧୀନତା ଦିବସରେ ମେଘପାଳ ସରପଞ୍ଚଙ୍କ ମହନୀୟ କାର୍ଯ୍ୟ    (17-Aug-2026)       ||      କଂସର ଓ ଦୁଧିଆମାଳରେ ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ନେଇ ତାଲିମ ଶିବିର   (17-Aug-2026)       ||      ସ୍ୱାଧୀନତା ଦିବସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ   (17-Aug-2026)       ||      ଏମ୍‌ସିଏଲ୍ ପାଳନ କଲା ସଦ୍‌ଭାବନା ଓ ଦେଶପ୍ରେମର ସହ ୮୦ତମ ସ୍ବାଧୀନତା ଦିବସ    (16-Aug-2026)       ||      କଦମପଡା ଶିଶୁ ମନ୍ଦିରରେ “ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ   (16-Aug-2026)       ||      ସୋହେଲାରେ ମହାସମାରୋହରେ ପାଳିତ ହେଲା ଗୁରୁ ଭଗବାନ ସାହୁଙ୍କ ୯୬ତମ ଜୟନ୍ତୀ    (16-Aug-2026)       ||      ରେଳ ଉପଭୋକ୍ତ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (16-Aug-2026)       ||      ବଲାଙ୍ଗିର ଗୁଡିଆ ସମାଜର ସିଦ୍ଧିବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ   (16-Aug-2026)       ||      *ସ୍ବାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ*-   (16-Aug-2026)       ||      ତ୍ରିରଙ୍ଗା ପତାକା ତଳେ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦେଶପ୍ରେମର ମହକ, ଛାତ୍ରଛାତ୍ରୀଙ୍କ ମନରେ ଜାଗିଲା ଦେଶଭକ୍ତି   (16-Aug-2026)       ||      ଭୀମଭୋଇ ହସ୍‌ପିଟାଲ ପରିଦର୍ଶନ ରୋଗୀଙ୍କୁ ଭେଟି ସମସ୍ୟା ପଚାରିଲେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର   (16-Aug-2026)       ||      ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ   (16-Aug-2026)       ||      ସ୍ୱାଧୀନତା ଦିବସରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଳକ ତରଫରୁ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ   (16-Aug-2026)       ||      ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ   (16-Aug-2026)       ||     

HOME   ରାଜ୍ୟ

ଲୋୟର ସୁକତେଲକୁ ପ୍ରଶାସନର ଅକ୍ସିଜେନ! ଗାଁ ଦାଣ୍ଡରେ ବସି ଆଲୋଚନା କଲେ ଜିଲ୍ଲାପାଳ

09-Jan-2021



ଏକକାଳୀନ କ୍ଷତିପୂରଣ ଦେବାକୁ ପ୍ରସ୍ତୁତ ପ୍ରଶାସନ,
ରାସ୍ତା କାମ କରାଇଦେବାକୁ ରାଜି ବିସ୍ଥାପିତ,
ପ୍ୟାକେଜ ମଂଜୁର ପରେ ଡ୍ୟାମ କାମ ହେବ: ଜିଲ୍ଲାପାଳ

ବଲାଙ୍ଗୀର (ପ୍ରେରଣା ଖବର): ବଲାଙ୍ଗୀରର ଜୀବନ ରେଖା ଲୋୟର ସୁକତେଲ। ବାରବାର ବାଧାବିଘ୍ନ ପରେ କାମ ଆରମ୍ଭ ହୋଇଥିଲା। ଲୋକେ ବୁଝିଥିଲେ। ସହଯୋଗ ବି କରୁଥିଲେ। ତେଣୁ ପାଖାପାଖି ୭୦ ପ୍ରତିଶତ କାମ ସରିଯାଇଛି। ହେଲେ ନିର୍ବାଚନ ପୂର୍ବରୁ ନେତାଙ୍କ ଅସମ୍ଭବ ପ୍ରତିଶ୍ରୁତିରେ ଚିହିଁକି ଗଲେ ଲୋକେ। ୨୦୧୩ ଆଇନ ଅନୁସାରେ କ୍ଷତିପୂରଣ ଦେବାକୁ ଆରମ୍ଭ ହେଲା ଆନ୍ଦୋଳନ। ବନ୍ଦ ହୋଇଗଲା କାମ। ପାଖାପାଖି ଅଢ଼େଇ ବର୍ଷ ହେବ ଆଇସିୟୁରେ ଲୋୟର ସୁକତେଲ। ଭୁବନେଶ୍ୱରରୁ ଉଚ୍ଚସ୍ତରୀୟ କମିଟି ଆସିବା ସତ୍ୱେ ହୋଇପାରୁନି କାମ। ହେଲେ ଏବେ ପୁଣି ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ। ଆଜି ପୂରା ଟିମ୍‌ ସହ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲେ ଜିଲ୍ଲାପାଳ। ଗାଁ ଦାଣ୍ଡରେ ବସି ଆଲୋଚନା କରିଥିଲେ। ବିସ୍ଥାପିତଙ୍କୁ ସିଧାସଳଖ ଜିଲ୍ଲାପାଳ କହିଥିଲେ, ତାଙ୍କ ପୂର୍ବରୁ କଣ ହୋଇଥିଲା ଅଲଗା କଥା। ସେ ଥିବା ସମୟରେ ସମସ୍ତେ ଟଙ୍କା ପାଇବେ, ଗାଁ ଛାଡ଼ିବେ। ଏକକାଳୀନ କ୍ଷତିପୂରଣ ଦାବି ରହିଛି, ତାହା ବି ଦେବାର ବ୍ୟବସ୍ଥା କରାଯିବ। ୨୦୧୩ ଆଇନ ଓ ଆସଗ୍ରେସିଆ ଭିତରେ କେତେ ଫରକ ତାହାକୁ ବି ଲୋକଙ୍କୁ ବୁଝାଇଥିଲେ। ଜିଲ୍ଲାପାଳଙ୍କ ବୁଝାଇବା ପରେ ବିସ୍ଥାପିତମାନେ ବି କିଛି କଥାକୁ ଶୁଣିଥିଲେ। ପ୍ରକଳ୍ପ ଯାଏ ଏବେ ରାସ୍ତା କାମ ଚାଲିବ। କ୍ଷତିପୂରଣ ଦେବା ପରେ ପ୍ରକଳ୍ପ କାମ ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିବା ପରେ ବିସ୍ଥାପିତ ରାସ୍ତା କାମ କରାଇଦେବାକୁ ହଁ କରିଛନ୍ତି। ଆଜି ପୂରା ଭିଜିଟକୁ ଦେଖିଲେ ଲାଗୁଛି ପୁଣି ଥରେ କାମ କରିବା ପାଇଁ ଲୋୟର ସୁକତେଲ ପ୍ରକଳ୍ପକୁ ଅକ୍ସିଜେନ ଦେଉଛି ଜିଲ୍ଲା ପ୍ରଶାସନ। ସକାଳୁ ଲୋୟର ସୁକତେଲ ବୁଡ଼ି ଅଂଚଳକୁ ଜିଲ୍ଲାପାଳ ଚଞ୍ଚଳ ରାଣା, ଏସପି କୁଶଲକର ନୀତିନ ଡାଗୁଡୁ, ଏସଡିପିଓ, ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ପିଡି ଆରଆର ଓ ଲୋୟର ସୁକତେଲ କାର୍ଯ୍ୟାଳୟର ଅନ୍ୟ ଅଧିକାରୀ ଯାଇଥିଲେ। ପ୍ରଥମେ ପରଧିଆପାଲି ଗାଁରେ ବୈଠକ କରିଥିଲେ। ପରେ କଏଣ୍ଡାପାଲି ଓ ଖୁଣ୍ଟପାଲି ଗାଁକୁ ଯାଇଥିଲେ। ପ୍ରତ୍ୟେକ ଗାଁରେ ହୋଇଥିଲା ଆଲୋଚନା ବୈଠକ। ବିସ୍ଥାପିତ ସମସ୍ୟା ଓ ଦାବି କହିଥିଲେ। ଜିଲ୍ଲାପାଳ ସବୁ ବୁଝିଥିଲେ। ଗାଁ ଲୋକ ତଥା ବିସ୍ଥାପିତମାନଙ୍କୁ ଜିଲ୍ଲାପାଳ ୨୦୧୩ ଆଇନରେ ଯେତେ କ୍ଷତିପୂରଣ ମିଳିବା କଥା ତାକୁ କେମିତି ଆସଗ୍ରେସିଆ ରାଶି ଆକାରରେ ସମତୁଳ କରାଯାଇପାରିବ ସେ ଦିଗରେ ସେ ଉଦ୍ୟମ କରିବେ ବୋଲି କହିଛନ୍ତି। ଏହାସହ ଲୋକଙ୍କ ଦାବି ମୁତାବକ ଏକକାଳୀନ କ୍ଷତିପୂରଣ ବି ଦିଆଯିବାର ବ୍ୟବସ୍ଥା କରାଯାଉଥିବା ସେ କହିଥିଲେ। ପ୍ରକଳ୍ପ ନିର୍ଦେଶକ ଆରଆର ଏହାରି ଭିତରେ ଯୋଗଦେଇଥିବା ସେ କହିଥିଲେ। ଗାଁଗୁଡ଼ିକରେ କ୍ୟାମ୍ପ କରାଯାଇ ଲୋକଙ୍କ ସମସ୍ୟା ସମାଧାନ କରାଯିବ। ଯାହା ସମସ୍ୟା ରହିଛି ତାକୁ ସମାଧାନ କରାଯିବ। ବିସ୍ଥାପିତମାନେ ଜିଲ୍ଲାପାଳଙ୍କ କଥା ଶୁଣିବା ପରେ ଆସଗ୍ରେସିଆ ରାଶିର ପ୍ୟାକେଜକୁ ନେଇ ହଁ କରିଛନ୍ତି। କିନ୍ତୁ କ୍ଷତିପୂରଣ ପ୍ରଥମେ ଦିଆଯାଉ ଓ ପ୍ରକଳ୍ପ କାମ ଆରମ୍ଭ କରାଯାଉ ବୋଲି ବିସ୍ଥାପିତମାନେ କହିଥିଲେ। ଜିଲ୍ଲାପାଳ ବର୍ତ୍ତମାନ ରାସ୍ତା ନିର୍ମାଣ କାମ ହେବ। ସରକାରଙ୍କଠାରୁ ପ୍ୟାକେଜ ସଂପର୍କରେ ସୂଚନା ଆସିଲେ କ୍ଷତିପୂରଣ ଦିଆଯିବ ଓ କାମ କରାଯିବ ବୋଲି କହିଥିଲେ। ମୋଟାମୋଟି ଆଜି ପ୍ରଶାସନ ଯେଉଁ ଗସ୍ତ କରିଥିଲା ତାହା କିଛିଟା ସଫଳ ହୋଇଛି। କିନ୍ତୁ ବିଗତ ଦିନଗୁଡ଼ିକରେ ପ୍ରଶାସନ ବହୁବାର ଆଲୋଚନା କରିଥିଲା। କିନ୍ତୁ ବିସ୍ଥାପିତ ଜିଦରେ ଅଟଳ ଥିଲେ। ପୂର୍ବରୁ ବି ପ୍ରଶାସନ ଏତେ ସଠିକ ଆକାରରେ ପ୍ରତିଶ୍ରୁତି ଦେଇନଥିଲା। ଆଜି କିନ୍ତୁ ପ୍ରଶାସନ ବିସ୍ଥାପିତଙ୍କୁ ଦେଇଥିବା ପ୍ରତିଶ୍ରୁତିରେ ବି କାମ ଆରମ୍ଭ ହେବା ଭଳି ବାସ୍ନା ରହିଥିଲା। ପୂର୍ବରୁ ଯେତେ ଥର ବି କାମ ଆରମ୍ଭ କରିବାକୁ ପ୍ରଶାସନ ଯାଇଛି କେବଳ ଷ୍ଟଣ୍ଟ ସୋ ଭଳି ହୋଇଥିଲା। ଏଥର ଗସ୍ତ ପ୍ରଶାସନର ସଫଳ ଆଗାମୀ ଦିନରେ ହେବ ନା ନାହିଁ ତାହା ସମୟ ହିଁ କହିବ। ପ୍ରକାଶ ଯେ, ବହୁ ବାଦବିବାଦ ପରେ ୨୦୧୩ ମସିହାରୁ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ଗତ ୨୦୧୮ ମସିହା ଜୁଲାଇ ମାସରୁ କାମ ବନ୍ଦ ହୋଇପଡ଼ିରହିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ମହନୀ ଉତ୍ସବ ପାଇଁ ସମ୍ବଲପୁରୀ ଲୋକନୃତ୍ୟ ପ୍ରତିଯୋଗିତା   17-Aug-2026
  ଜିଲ୍ଲା  
ଗଣ୍ତାବାହାଲିଠାରେ ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ   17-Aug-2026
  ଜିଲ୍ଲା  
ନାରୀସେବା ସଙ୍ଘ ପକ୍ଷରୁ ଦେଶର ୮୦ ତମ ସ୍ବାଧିନତା ଦିବସ ପାଳିତ   17-Aug-2026
  ଜିଲ୍ଲା  
ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ   17-Aug-2026
  ଜିଲ୍ଲା  
ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ପ୍ରେସମିଟ   17-Aug-2026
  ଜିଲ୍ଲା  
ସମ୍ବଲପୁରରେ ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ସମ୍ବଲପୁରର ସର୍ବାଙ୍ଗୀଣ ବିକାଶ ସରକାରଙ୍କ ପ୍ରାଥମିକତା: ମାନ୍ୟବର ମନ୍ତ୍ରୀ   17-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସରେ ମେଘପାଳ ସରପଞ୍ଚଙ୍କ ମହନୀୟ କାର୍ଯ୍ୟ   17-Aug-2026
  ରାଜ୍ୟ  
କଂସର ଓ ଦୁଧିଆମାଳରେ ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ନେଇ ତାଲିମ ଶିବିର   17-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ   17-Aug-2026
  ଜିଲ୍ଲା  
ଏମ୍‌ସିଏଲ୍ ପାଳନ କଲା ସଦ୍‌ଭାବନା ଓ ଦେଶପ୍ରେମର ସହ ୮୦ତମ ସ୍ବାଧୀନତା ଦିବସ   16-Aug-2026
  ଜିଲ୍ଲା  
କଦମପଡା ଶିଶୁ ମନ୍ଦିରରେ “ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ   16-Aug-2026
  ଜିଲ୍ଲା  
ସୋହେଲାରେ ମହାସମାରୋହରେ ପାଳିତ ହେଲା ଗୁରୁ ଭଗବାନ ସାହୁଙ୍କ ୯୬ତମ ଜୟନ୍ତୀ   16-Aug-2026

You Might Also Like