-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
20-Nov-2024
ବଲାଙ୍ଗୀର (ଚିତ୍ରସେନ ବେହେରା): ବଲାଙ୍ଗିର ଜ଼ିଲ୍ଲା ପରିଷଦ ସଭା କକ୍ଷ ରେ ଜ଼ିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇଶଲୱାର୍ , ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ଼ ମୁକେଶ ମହାଳିଙ୍ଗ,ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତ କୁମାରୀ ସିଂଦେଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଟିଟିଲାଗଡ଼ ବିଧାୟକ ନବୀନ ଜୈନ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଆରକ୍ଷୀ ଅଧିକ୍ଷକ, ଜ଼ିଲ୍ଲା ଯୋଗାଣ ଅଧିକାରୀ, ଡ଼ି.ଆର.ସି ଏସ ଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଚାଷୀ ନେତା ମାନେ ଉପସ୍ଥିତ ଥିଲେ. ବଲାଙ୍ଗିର ଜ଼ିଲ୍ଲାରେ ଡିସେମ୍ବର ୨ ତାରିଖରୁ ଧାନ କିଣିବା ପାଇଁ ବୈଠକ ରେ ସ୍ଥିର କରାଯାଇଥିବା ସୂଚନା ମିଳିଛି l