-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||     

HOME   ରାଜ୍ୟ

ଭୀମଡୁଙ୍ଗୁରି ପର୍ଯ୍ୟଟନ ସ୍ଥଳୀରେ ନରସିଂହ, ଡଙ୍ଗାଚାଳନା, ଭୀମ କଣ୍ଟାର ଉନ୍ନତିକରଣ ଓ ପାର୍କର ଅବ୍ୟବସ୍ଥାକୁ ନେଇ ଲୋକେ କଲେ ଅଭିଯୋଗ, ଭୀମ ଡୁଙ୍ଗୁରିର ବିନାଶ ପାଇଁ ଚକ୍ରାନ୍ତ କରୁଛନ୍ତି କୁଚକ୍ରି- ନରସିଂହ

02-Nov-2024



ବଲାଙ୍ଗିର(ପ୍ରେରଣା ଖବର): ବହୁ ସଂଘର୍ଷ ପରେ ଭୀମ ଡୁଙ୍ଗୁରିକୁ ଏକ ପର୍ଯ୍ୟଟନ ସ୍ଥଳି ମାନ୍ୟତା ମିଳିଥିଲା । ଏଠାରେ ଥିବା ବିରଳ ଗୁମ୍ଫା, ପ୍ରାକୃତିକ ସୌନ୍ଦର୍ଯ୍ୟ, ମନ ମୋହି ନଥୂବା ଜଳ ରାଶିର ଉନ୍ନତିକରଣ ପାଇଁ ପର୍ଯ୍ୟଟନ ଓ ବନ ବିଭାଗ ପକ୍ଷରୁ ଅନେକ ଅନୁଦାନ ଅଣାଯାଇ ଏହାର ଉନ୍ନତିକରଣ କରାଯାଇଛି । କିନ୍ତୁ ବର୍ତ୍ତମାନ ଦେଖା ଯାଉଛିଯେ, କିଛି ବ୍ଲକ ସ୍ଥରୀୟ କୁଚକ୍ରୀ ରାଜନେତାମାନେ ଚକ୍ରାନ୍ତ କରି ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଶିଶୁ ଉଦ୍ୟାନ ଓ ଜଳ କ୍ରୀଡା ପାଇଁ ପର୍ଯ୍ୟଟକଙ୍କ ମନ ମୋହୁଥିବା ନୌଚାଳନାରେ ଅଯଥା ହସ୍ତକ୍ଷେପ କରି ସେସବୁକୁ ନଷ୍ଟ କରିବାକୁ ଯାଉଛନ୍ତି । ଲୋକଙ୍କ ଅଭିଯୋଗ ଏହି କୁଚକ୍ରୀ ରାଜନେତାମାନେ ନିଜର ସ୍ୱାର୍ଥ ଓ ରାଜନୈତିକ ଉଦ୍ଦେଶ୍ୟ ରଖି ବହୁ କଷ୍ଟରେ ଲୋକଙ୍କ ପାଇଁ ତିଆରି ହୋଇଥିବା ଏହି ସୁବିଧା ସବୁକୁ ଚକ୍ରାନ୍ତ କରି ଭିମ ଡୁଙ୍ଗୁରି ପର୍ଯ୍ୟଟନ ସ୍ଥଳିର ବିନାଶ ରଚୁଛନ୍ତି ବୋଲି ଆଜି ପୁର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ଭୀମ ପାହାଡରେ ଅନୁଷ୍ଟିତ କାଯ୍ୟକ୍ରମରେ ଯୋଗଦେଇ ନିଜ ବକ୍ତବ୍ୟରେ କ୍ଷୋଭ ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ. ଏଠାରେ କିଛୀ ସ୍ୱାର୍ଥବାଦି ନେତା ବିଭାଗୀୟ କର୍ମଚାରୀମାନଙ୍କ ସହିତ ମିଶି ନୌଚାଳନାରୁ ଆଦାୟ ହେଉଥିବା ଅର୍ଥରାଶିରୁ ହେରଫେର କରୁଥିବା ସ୍ପଷ୍ଟ ଅବିଯୋଗ ହେଉଛି । ଭୀମକଣ୍ଟା ଜଳରାଶୀର ଉନ୍ନତିକରଣ ଓ ଜଳ ଧାରଣ କ୍ଷମତା ବଢାଇବା ପାଇଁ

ଆସିଥିବା ଅନୁଦାନର ସଠିକ ବିନିଯୋଗ ହୋଇ ନଥିବା ମଧ୍ୟ ଲୋକେ ଅଭୀଯୋଗ କରୁଛନ୍ତି । ଦେଓଗାଁ ବ୍ଲକର ଏହି ଅଞ୍ଚଳ ଦେଓଗାଁ ପୁଲିସ ଥାନା ଠାରୁ ବହୁ ଦୁରରେ ଥିବାରୁ ଏଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ଭାଳିବା ପାଇଁ ଏକ ପୁଲିସ ଫାଣ୍ଡିର ଆବଶ୍ୟକତା ରହିଛି । ବ୍ଲକ ଉପାଧକ୍ଷ୍ୟା ସୁର୍ଯ୍ୟକାନ୍ତି ଛତ୍ରିଆଙ୍କ ନତେୃତ୍ୱରେ ଶତାଧିକ ଲୋକଙ୍କର ସମ୍ମିଳିତ ଦସ୍ତଖତ ଥିବା ଫାଣ୍ଡି ପାଇଁ ଏକ ଦାବିପତ୍ର ପୁର୍ବତନ ଆଇନ ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଏହି କ୍ଷେତ୍ରରେ ଶ୍ରୀ ମିଶ୍ର ଏ ଅଂଚଳରେ ଲୋକଙ୍କ ପାଇଁ ନିଶ୍ଚିତ ଭାବେ ଏକ ପୁଲିସ ଫାଣ୍ଡିର ବ୍ୟବସ୍ଥା କରାଇବେ ବୋଲି ପ୍ରତିଶୃତି ଦେଇଛନ୍ତି ।  ଠିକ ସେହିପରି ସଦର ବ୍ଲକ ସ୍ଥିତ ସକମା ପଞ୍ଚାୟତର କୁଟୁରପାଲି ଠାରେ ଏକ ଜଗନ୍ନାଥ ମଣ୍ଡପ ଏବଂ ଏକ ଗାଁ ତୋରଣର ଉଦଘାଟନ ଶ୍ରୀ ମିଶ୍ରଙ୍କ କର କମଳରେ ହୋଇ ଯାଇଛି । କୁଟୁରାପାଲି ଲୋକଙ୍କ ପାଇଁ ଗାଁରୁ ପୋଖରୀ ପର୍ଯ୍ୟନ୍ତ ଏକ ରାସ୍ତା ତଥା  ପୋଖରୀ କାମ କରିବାର ବ୍ୟବସ୍ଥା ଶିଘ୍ର କରାଯାଉ ବୋଲି ସରପଞ୍ଚ  ଉଗ୍ରସେନ ବରାଳଙ୍କୁ ଶ୍ରୀ ମିଶ୍ର କହିଛନ୍ତି ।  ଏହି କାର୍ଯ୍ୟକ୍ରମମାନଙ୍କରେ ରୋହିଣୀ ପ୍ରଧାନ, ଲିପୁନ ପ୍ରଧାନ, ମୁକୁନ୍ଦ ଚନ୍ଦନ, ମଛିନ୍ଧ୍ର ମହାକୁର, ପଦ୍ମନ ବରାଡ, ଦେଓଗାଁ ବ୍ଲକ ଉପାଧକ୍ଷ୍ୟା ସୁର୍ଯ୍ୟକାନ୍ତି ଛତ୍ରିଆ, ମୟ ପଧାନି, ପପ୍ପୁ ପାତ୍ର, କାନ୍ତେ ପ୍ରଧାନ, ବାଳକ ପଧାନ, ପ୍ରଦୀପ ପଣ୍ଡା, ମନବୋଧ ହରପାଲ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026

You Might Also Like