-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ରାଜ୍ୟ

କେସିଙ୍ଗା ବ୍ଲକ୍ ଅଧ୍ୟକ୍ଷଙ୍କ ଅନାସ୍ଥା, ମନୋଜ ପଟ୍ଟନାୟକ ପରବର୍ତ୍ତୀ ଚେୟାରମ୍ୟାନ୍, ଅଛି ୩୪+ ଦରକାର ୩ ସାଂସଦ ଭୋଟ୍ ଦେବେ କି ?

31-Oct-2024



କେସିଙ୍ଗା(ମଳୟ ମିଶ୍ରଙ୍କ ରିପୋର୍ଟ) ଆଗାମୀ କାଲି ନଭେମ୍ବର ୧  ତାରିଖରେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକରେ ଏବର ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବର ଭୋଟ୍ ଗ୍ରହଣର ଦିନ। ଏଥିପାଇଁ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ଓ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକଙ୍କ ସ୍ବାମୀ ସମିତି ସଭ୍ୟ ମନୋଜ ପଟ୍ଟନାୟକଙ୍କ ଗୋଷ୍ଠୀ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି। ଉଭୟ ଗୋଷ୍ଠୀ ରାଜଧାନୀ ଭୁବନେଶ୍ଵରରେ ଡେରା ପକାଇଥିବା ଜଣାପଡିଛି। ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ଯେ, ମୋଟ ୫୫ଟି ଭୋଟ ମଧ୍ୟରୁ ବିଜେଡି ସମର୍ଥିତ ମନୋଜଙ୍କ ହାତରେ ଏବେ ୩୪ ଜଣ ସଭ୍ୟ/ସଭ୍ୟା ରହୁଛନ୍ତି ଓ ତାଙ୍କୁ ଜିତିବା ପାଇଁ ଆଉ ୩ ଜଣଙ୍କର ଦରକାର ଅଛି। ଯଦି କଳାହାଣ୍ଡି ବିଜେପି ସାଂସଦ ରାଣୀ ମାଳବିକା ଦେଓ ତାଙ୍କ ପାଇଁ ଆସି ଭୋଟ୍ ଦିଅନ୍ତି, ତା'ହେଲେ ତାଙ୍କ ବିରୋଧରେ ଆଗତ ଏହି ଅନାସ୍ଥା ପ୍ରସ୍ତାବରେ ବିଜେପି ସମର୍ଥିତ ଅଧ୍ୟକ୍ଷ ଥିବା ଚନ୍ଦନ ସେନାପତି କଟିଯିବେ ଓ ଦେଓଗାଁ ସମିତିସଭ୍ୟ ମନୋଜ ପଟ୍ଟନାୟକ ପରବର୍ତ୍ତୀ ଚେୟାରମ୍ୟାନ୍ ହେବା ପ୍ରାୟ ନିଶ୍ଚିତ । 

ତେବେ ଚନ୍ଦନଙ୍କୁ ବ୍ଲକ୍ ର ଅଧିକାଂଶ ବିଜେପି ସରପଞ୍ଚ ଓ ସମିତିସଭ୍ୟ ସମର୍ଥନ କରୁଛନ୍ତି । 

ଉଲ୍ଲେଖନୀୟ ଯେ, ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଅନାସ୍ଥା ପ୍ରସ୍ତାବରେ ବିଧାୟକ ଓ ସାଂସଦଙ୍କର ଭୋଟ୍ ଦେବାର କ୍ଷମତା ରହିଛି । ଏହି ପଞ୍ଚାୟତ ସମିତିଟି ଭବାନୀପାଟଣା ଓ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଥିବାରୁ ଏଥିରେ ନର୍ଲା ବିଧାୟିକା ମନୋରମା ମହାନ୍ତି(ବିଜେଡି) ଓ ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ(କଂଗ୍ରେସ) ମଧ୍ୟ ଜଣେ ଜଣେ ଭୋଟର୍ ଅଟନ୍ତି । ତେବେ ସେମାନେ କାହାକୁ ସେମାନଙ୍କ ସମର୍ଥନ ଦେବେ, ଏହା ଏବେ ବି ଅସ୍ପଷ୍ଟ ରହିଛି । ନର୍ଲା ବ୍ଲକ୍ ର ଭାରପ୍ରାପ୍ତ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଏହି ଅନାସ୍ଥାର ମଙ୍ଗ ଧରିଥିବା ପ୍ରକାଶ। ଏଇ ୨ ଜଣ ବିଧାୟକ ଓ ସାଂସଦଙ୍କ ସମର୍ଥନ ଯୋଗାଡ କରିବାକୁ ଉଭୟ ଗୋଷ୍ଠୀ  ଭୁବନେଶ୍ବରରେ।  

ପ୍ରକାଶ ଯୋଗ୍ୟ ଯେ, ୨୬ ପଞ୍ଚାୟତ ବିଶିଷ୍ଟ କେସିଙ୍ଗା ବ୍ଲକ୍ ରେ ଗତବର୍ଷଠାରୁ ଅଧ୍ୟକ୍ଷ ଓ ପୂର୍ବତନ ବିଡିଓଙ୍କ ବିରୁଦ୍ଧରେ ବିଭିନ୍ନ ଗୁରୁତର ଦୁର୍ନୀତି ଓ କେଳେଙ୍କାରୀର ଅଭିଯୋଗ ପ୍ରକାଶ ପାଇଛି । ଏହା ସହ ଆନ୍ଦୋଳନ, ଧାରଣା ଓ ବିଶୃଙ୍ଖଳା ଆଦି ଚାଲିଆସୁଛ। ଏଇ ଉଭୟଗୋଷ୍ଠୀ ପରସ୍ପର ବିରୋଧରେ ଆରୋପ/ପ୍ରତ୍ୟାରୋପ କରି ଆସୁଛନ୍ତି। ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ବିରୋଧରେ ମନରେଗା ଓ ବିଭିନ୍ନ ସରକାରୀ ଯୋଜନାରୁ ପ୍ରଚୁର ପିସି ନେଉଥିବା, କଶୁରପଡାର ଏକ ସଂଯୋଗୀକରଣ ରାସ୍ତାକାମର ଫଲ୍ସ ବିଲ୍ ପାଇଁ ଜଣେ ମହିଳା କନିଷ୍ଠ ଯନ୍ତ୍ରୀ ତାଙ୍କୁ ୭ ଲକ୍ଷଟଙ୍କାର ଚେକ୍ ଦେଇଥିବା ସହ ସବୁକାମରେ ତାଙ୍କର ଅନୁଚିତ ଦଖଲ ଇତ୍ୟାଦି ବିଷୟରେ ସମିତି ବୈଠକରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଥିଲା । ଅପରପକ୍ଷରେ ସମିତିସଭ୍ୟ ମନୋଜ ପଟ୍ଟନାୟକ ଓ କେତେକ ସରପଞ୍ଚଙ୍କ ବିରୁଦ୍ଧରେ ଲୋକପ୍ରତିନିଧିମାନେ ସିଧାସଳଖ ଠିକା କରୁଥିବା ଅଭିଯୋଗ ମଧ୍ୟ ପ୍ରକାଶ ପାଇଥିଲା। ଅଳ୍ପଦିନ ତଳେ ସୁବୋଧ ରଣା ଓ ଜଣେ ମହିଳା ସରପଞ୍ଚଙ୍କ ନେତୃତ୍ଵରେ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଅଧ୍ୟକ୍ଷଙ୍କ ଇସାରାରେ ବ୍ଲକ୍ ପ୍ରଶାସନରେ ଚାଲୁଥିବା ଅନିୟମିତତା ଓ କେତେକ ଠିକାଦାରଙ୍କ ବିଲ୍ କରୁ ନଥିବା ବା ଟଙ୍କା କାଟିଦେଉଥିବା ଇତ୍ୟାଦି ଅଭିଯୋଗ କରି ସରପଞ୍ଚ ସଂଘ ଓ ସଭ୍ୟ ଧାରଣା ଦେଇଥିଲେ। ସର୍ବୋପରି ଏହି ବ୍ଲକ୍ ରେ ସରକାରୀ ଯୋଜନାର ଠିକାକାମକୁ ନେଇ ବର୍ଷାଧିକ କାଳ ଧରି ଗୋଷ୍ଠୀବିବାଦ, ରାଜନୈତିକ ଅସ୍ଥିରତା ଲାଗିଆସୁଛି । ବର୍ତ୍ତମାନ ରାଜ୍ୟରେ ନୂତନ ବିଜେପି ସରକାର ଆସିଲାପରେ ବିଜେଡି-ବିଜେପି ମଧ୍ୟରେ ଟକରାଟକରି ଚାଲିଥିବା ପ୍ରକାଶ। ତେଣୁ କୁଆଡେ ୯ କୋଟି ଟଙ୍କା ଖର୍ଚ୍ଚକରି ଚେୟାରମ୍ୟାନ୍ ହୋଇଥିବା ଚନ୍ଦନଙ୍କ ଆର୍ଥିକ ସାମର୍ଥ୍ୟ ଓ ତାଙ୍କ ପରିବାରର ପୁରାତନ ରାଜନୈତିକ ଇତିହାସ ସହିତ ତାଙ୍କର ଶିକ୍ଷାଗତ ଓ

ବ୍ୟକ୍ତିଗତ ଭାବମୂର୍ତ୍ତି ସହିତ ଜଣେ ଉତ୍ସର୍ଗୀକୃତ ସମାଜସେବୀ ତଥା ବନ୍ଧୁବତ୍ସଳ ଦୃଢ ସଂଗଠକ ଭାବରେ ଜନପ୍ରିୟ ଉପାଧ୍ୟକ୍ଷାଙ୍କ ସମିତିସଭ୍ୟ ସ୍ବାମୀ ମନୋଜଙ୍କର ମଧ୍ୟରେ ଚାଲିଥିବା ଏହି ରାଜନୈତିକ ପ୍ରତିଦ୍ୱନ୍ଦିତାରେ କିଏ ବିଜୟୀ ହେବେ, ଏହା ଜାଣିବାକୁ ଆଉ ମାତ୍ର ଗୋଟିଏ ରାତି ବାକି ଅଛି l ଏହି ଅନାସ୍ଥାପ୍ରସ୍ତାବ ପାଇଁ ଏକତୃତୀୟାଂଶ ସମର୍ଥନ ନିମନ୍ତେ ଆଉ ମାତ୍ର ୩ ଟି ସଂଖ୍ୟାର ଆବଶ୍ୟକତା ରହିଥିଲେ ହେଁ, ସାଂସଦ ଗେମ୍ ଚେଞ୍ଜର୍ ହୋଇପାରନ୍ତି ବୋଲି ପୂର୍ବାନୁମାନ କରାଯାଉଥିଲା ବେଳେ ରଜାଘରର ବୋହୂ ବା ରାଣୀମାଆ ସାଧାରଣତଃ ଭୋଟ୍ ଦେବାକୁ ବ୍ଲକ୍ କୁ ଆସନ୍ତିନି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ତଥାପି ଏହି ବ୍ଲକ୍ ର ପରବର୍ତ୍ତୀ ଚେୟାରମ୍ୟାନ୍ ମନୋଜ ପଟ୍ଟନାୟକ ହୋଇପାରନ୍ତି ବୋଲି ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି । ମନୋଜ ପଟ୍ଟନାୟକ ବିଜେଡ଼ି ଆଡକୁ ଢ଼ଳି ଥିବାରୁ ବିଜେପି ସାଂସଦ ତାଙ୍କୁ ଭୋଟ ଦେବେ ନାହିଁ l  ଏହାରି ଭିତରେ ଦେଖାଯାଉ, କାଲି କ'ଣ ହେଉଛି  ?

 


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like