-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
30-Oct-2024
ବରଗଡ଼ ଜିଲ୍ଲା ଅନ୍ତର୍ଗତ କଟାପାଲି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜୁନିଅର୍ ରେଡକ୍ରସ କାଉନସିଲରଙ୍କ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ଭାରତୀୟ ରେ଼ଡକ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ଆନୁକୂଲ୍ୟରେ ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଅମ୍ବାଭୋନା, ଭଟଲି ଏବଂ ବରଗଡ଼ ବ୍ଲକର ଜୁନିଅର୍ ରେଡକ୍ରସର ପରାମର୍ଶଦାତା ଶିକ୍ଷକ ଅଂଶଗ୍ରହଣ କରିଥିଲେ।ବିଦ୍ୟାଳୟର ପ୍ରଧାନଶିକ୍ଷକ ପହଣ୍ଡି ବିଜୟ ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବେ ବରଗଡ଼ ବ୍ଲକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବେ ଭଟଲି ବ୍ଲକ ଶିକ୍ଷା ଅଧିକାରୀ ସରୋଜ ଭୁଏ ଯୋଗ ଦେଇଥିଲେ। ଅତିଥିବୃନ୍ଦ ନିଃସ୍ଵାର୍ଥପର ଭାବରେ ଜନ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।ସାଧନ କର୍ମୀ ଭାବରେ ହେମନ୍ତ କୁମାର ସାମଲ,ଧର୍ମରାଜ ପ୍ରଧାନ, ମନୋଜ କୁମାର ସାହୁ,ମନୋହର ଦାଶ, ଶିକ୍ଷୟିତ୍ରୀ ଶୁଭଶ୍ରୀ ଭୋଇ ଯୋଗ ଦେଇ ହେନେରୀ ଡୁନାଣ୍ଟଙ୍କ ଜୀବନୀ ଏବଂ ଜୁନିଅର ରେଡ କ୍ରସର କାଉନସିଲରଙ୍କ ଦାୟିତ୍ବ ବିଷୟରେ ସୂଚନା ପ୍ରଦାନ କରିଥିଲେ। ବରଗଡ଼ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ହେମନ୍ତ କୁମାର ସାମଲ ପ୍ରଶିକ୍ଷଣର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ପ୍ରାଥମିକ ସହାୟତାର ଆବଶ୍ୟକତା ଓ ଦୁର୍ଘଟଣା କ୍ଷେତ୍ରରେ ରିକୋଭରି ଅବସ୍ଥା କିପରି ଆଣିହେବ ସେଥିନିମନ୍ତେ ଅତ୍ୟାବଶ୍ୟକ ଉପାୟଗୁଡିକ ପ୍ରଦର୍ଶନ କରିଥିଲେ।ଜୁନିଅର ରେଡକ୍ରସର ବ୍ଲକ ସଂଯୋଜକ ଏବଂ ସହ ସଂଯୋଜକ ଭାବରେ ଅମ୍ବାଭୋନା ବ୍ଲକରୁ ସଞ୍ଜୟ ଖମାରୀ ଏବଂ ବାସନ୍ତୀ ଜ୍ୟୋସ୍ନାରାଣୀ ସାହୁ ,ଭଟଲି ବ୍ଲକରୁ ଜ୍ୟୋତ୍ସ୍ନା ମହାନନ୍ଦ ଏବଂ ଚନ୍ଦ୍ରମଣି ସାହୁ ,ବରଗଡ଼ ବ୍ଲକରୁ ଶତୃଘ୍ନ ମହାନନ୍ଦ ଏବଂ ଅଶୋକ ସାହୁ ମନୋନୀତ ହୋଇଥିଲେ।