-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
17-Oct-2024
ବଲାଙ୍ଗିର: ସ୍ଥାନୀୟ ରଣେଶ୍ୱର ରାମଚଣ୍ଡି ମନ୍ଦିର ହର୍ଡାଟାଲ କେନ୍ଦ୍ର ଠାରେ ଜିଲ୍ଲା କୁଲୁତା ସମାଜର ଶାରଦୀୟ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା କୁଲୁତା ସମାଜର ସଭାପତି ବେଲାରସିଂ ଭୋଇ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ବଲାଙ୍ଗିର ଦେବକୀ ସାହୁ, ଅତିରିକ୍ତ ଜିଲ୍ଲାପାଳ ବରଗଡ ମଧୁଛନ୍ଦା ସାହୁ, ଅଧ୍ୟାପିକା ଗାୟତ୍ରୀ ବିଶ୍ୱାଲ, କୁନ୍ତଲା ଗଡତ୍ୟା, ଜ୍ୟୋସ୍ନାମୟୀ ପଧାନ, ଡା. ଇତିଶ୍ରୀ ପଧାନ ମଂଚାସିନ ଥିଲେ । ଭକ୍ତବନ୍ଧୁ ବିଶ୍ୱାଲ, ରଘୁନାଥ ସାହୁ ଓ କ୍ଷମାନିଧି ଭୋଇ ସଭା ପରିଚାଳନା କରିଥିବା ବେଳେ ମେଧାବୀ ଛାତ୍ର ଛାତ୍ରୀମାନଙ୍କୁ ଉତ୍ସବରେ ସମ୍ମାନିତ କରାଯାଇଥିଲେ । ଏଥିରେ ୩୩ ଗୋଟି ଆଂଚଳିକ କମିଟି ର ସଦସ୍ୟ ସଦସ୍ୟାମାନେ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ପୂଜକ ସୁକୃ ଭୋଇ, ଚିନ୍ତା ପଧାନ ଓ ଅସକଟ ପଧାନ ଙ୍କ ଦ୍ୱାରା ରଣେଶ୍ୱର ରାମଚଣ୍ଡି ଙ୍କ ଠାରେ ପୂଜାର୍ଚ୍ଚନା କରିଥିଲେ । ଯଜ୍ଞ କାର୍ଯ୍ୟରେ ଶାସ୍ତ୍ରୀ ଗୌତମ ବିଶ୍ୱାଲ, ପୁର୍ଣ୍ଣାନନ୍ଦ ଭୋଇ ଓ ଆନନ୍ଦ ଶାସ୍ତ୍ରୀ ସମ୍ପାଦନ କରିଥିଲେ । ଶହସ୍ରାଧିକ ପୁରୁଷ ମହିଳା ଆଂଚଳିକ ସ୍ତରରେ ଯୋଗଦାନ କରି ମହା ହର୍ଷଉଲ୍ଲାସ ରେ ପୂଜାର୍ଚ୍ଚନା କରିଥିଲେ । ଶତୃଘନ ଭୋଇ, ବେଲାରସିଂ ସାହୁ, ଉମେଶ ଚନ୍ଦ୍ର ଗଡତ୍ୟା, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ ପ୍ରମୁଖ ସହଯୋଗ କରିଥିଲେ ।