-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
17-Oct-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ପାଇକମାଲ ରେ ଥିବା ଜିନ୍ଦଲ ସପିଙ୍ଗ ମଲରେ ଲଟେରୀ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସପିଙ୍ଗ ମଲର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ରୁ ୧୬ ଅକ୍ଟୋବର ପର୍ଯ୍ୟନ୍ତ ଜଉ ଗ୍ରାହକ ୨୦୦୦ ଟଙ୍କାର କ୍ରୟ କରିବେ ତାଙ୍କୁ ଏକ ଲଟେରୀ କୁପନ୍ ଜିନ୍ଦଲ ସପ୍ପିଂ ମଲ ପକ୍ଷରୁ ପ୍ରଦାନ କରାଯାଇଲା । ଆଜି ଲଟେରୀ ର ଉଠାଣ ତାରିଖ ଧାର୍ଯ୍ୟ କରାଯାଇଥିଲା । ନିୟମ ଅନୁଯାୟୀ ଚାରି ଜନ ବିଶିଷ୍ଟ ବ୍ୟକ୍ତି ଙ୍କ ସହ ଜଣେ ଓକିଲ ଙ୍କ ଉପସ୍ଥିତିରେ ଲଟେରୀ ୧୦୦ ଖଣ୍ଡ ସାନ୍ତନା ମୂଳକ ପୁରସ୍କାର ରହିଥିବା ବେଳେ ପ୍ରଥମ ପୁରସ୍କାର ଇଲେଟ୍ରି ସ୍କୁଟି ,ଦ୍ୱିତୀୟ ପୁରସ୍କାର ଫ୍ରିଜ୍ ଓ ତୃତୀୟ ପୁରସ୍କାର ୱେଶିଂ ମେସିନ ରହିଥିଲା । ଓକିଲ ରାମ ରତନ ପୁରୋହିତ ଓ ବିଶିଷ୍ଟ ବ୍ୟକ୍ତି ଭାବେ ବଡ଼ ଶତପଥୀ , ଶ୍ୟାମଲାଲ ପ୍ରଧାନ ,ନନ୍ଦ କିଶୋର ଶ୍ରୀବାସ୍ତବ, ଅଶୋକ ଜିନ୍ଦଲ ପ୍ରମୁଖଙ୍କ ଉପସ୍ଥିତି ରେ ଲଟେରୀ ଉଠାଣ କରାଯାଇଥିଲା । ପ୍ରଥମ ପୁରସ୍କାର ବିଜେତା ହେଲେ ଶୁଭମ ସାହୁ , କେନାବୁଦା , ଦ୍ୱିତୀୟ ପୁରସ୍କାର ବିଜେତା ହେଲେ ପ୍ରଭୁଲାଲ ଭୋଇ ,ବଇଦପାଲି ଓ ତୃତୀୟ ପୁରସ୍କାର ବିଜେତା ହେଲେ ସଞ୍ଜୀବ ପ୍ରଧାନ ,ଝାରବନ୍ଧ । ଶେଷରେ ଜିନ୍ଦଲ ସପ୍ପିଂ ମଲର ମାଲିକ ଅମନ ଜିନ୍ଦଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।