-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||     

HOME   ରାଜ୍ୟ

ଶ୍ରୀ ଜଗନ୍ନାଥ ସୋସାଇଟି ୟୁକେ ଫିନେଷ୍ଟ ଗ୍ରୁପ ସହିତ ସମ୍ପର୍କ ଛିନ୍ନ କଲା

17-Oct-2024



ଲଣ୍ଡନ :  ଶ୍ରୀ ଜଗନ୍ନାଥ ସୋସାଇଟି ୟୁକେ (ଏସଜେଏସୟୁକେ) ଫିନେଷ୍ଟ ଗ୍ରୁପ ସହିତ ଏହାର ସମ୍ପର୍କ ଛିନ୍ନ କରିଥିବା ଜଣାଯାଇଛି। ୟୁରୋପ ମହାଦେଶର ସାଂସ୍କୁତିକ ପ୍ରାଣକେନ୍ଦ୍ର ଲଣ୍ଡନଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ଉଦ୍ଦେଶ୍ଯରେ ଶ୍ରୀ ଜଗନ୍ନାଥ ସୋସାଇଟି ୟୁକେ, ଏକ ଦାତବ୍ୟ ଅନୁଷ୍ଠାନ ଭାବରେ  ଗ୍ରେଟ ବ୍ରିଟେନ୍ ସରକାରଙ୍କଠାରେ ପଂଜିକୃତ ହୋଇଛି ।

  ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଗତ ୨୦୨୩ ମସିହା ଜାନୁୟାରୀ ମାସରେ ଫିନେଷ୍ଟ ଗ୍ରୁପ ପକ୍ଷରୁ ଲଣ୍ଡନଠାରେ କଥିତ ଜଗନ୍ନାଥ ମନ୍ଦିର ୨୦୨୪ ମସିହା ସୁଦ୍ଧା ପ୍ରତିଷ୍ଠା କରିବା ପାଇଁ ୨୫ ମିଲିୟନ ପାଉଣ୍ଡ ( ପ୍ରାୟ ୨୫୦ କୋଟି ଟଙ୍କା ) ର ଅନୁଦାନ ରାଶି ପ୍ରଦାନ କରାଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। 

ଫିନେଷ୍ଟ ଗ୍ରୁପର ପ୍ରତିଷ୍ଠାତା ବିଶ୍ୱନାଥ ପଟନାୟକ ୨୦୨୩ ମସିହା ମଇ ମାସରେ ଲଣ୍ଡନଠାରେ ଏକ ସଭାରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଉପସ୍ଥିତିରେ ସର୍ବସାଧାରଣରେ ଏହି ମର୍ମରେ ଘୋଷଣା କରି ପୂର୍ବ ପ୍ରତିଶ୍ରୁତିକୁ ଦୋହରାଇ ଥିଲେ ।ଏହି ଧରଣର ବାରମ୍ବାର ଘୋଷଣା ଓ ପ୍ରତିଶ୍ରୁତି ସତ୍ତ୍ୱେ, ଫିନେଷ୍ଟ ଗ୍ରୁପ, ବର୍ତ୍ତମାନ ସୁଦ୍ଧା ଏସଜେଏସୟୁକେକୁ କୌଣସି ପାଣ୍ଠି ହସ୍ତାନ୍ତର କରିନାହାନ୍ତି। ଫଳ ସ୍ଵରୂପ ମନ୍ଦିର ପାଇଁ ଭୂମି ଅଧିଗ୍ରହଣ ଓ ମନ୍ଦିର ନିର୍ମାଣ ନେଇ ଅହେତୁକ ବିଳମ୍ବ ଦେଖାଦେଇଛି । ସମୟ କ୍ରମେ ମନ୍ଦିର ପ୍ରକଳ୍ପର  କାର୍ଯ୍ୟାନ୍ୱୟନ ପାଇଁ ବିଶେଷ ଆବଶ୍ୟକତା ଥିବାରୁ ଏସଜେଏସୟୁକେ, ନିକଟରେ ଅନୁଷ୍ଠିତ ଏହାର ବୋର୍ଡ଼ ମିଟିଂରେ ଫିନେଷ୍ଟ ଗ୍ରୁପ ସହିତ ସମ୍ପର୍କରେ ପୂର୍ଣ୍ଣଛେଦ ପକେଇବାକୁ ଆନୁଷ୍ଠାନିକ ଭାବରେ ନିଷ୍ପତ୍ତି ଗ୍ରହଣ କରିଛି । ସୋସାଇଟି ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ ଫିନେଷ୍ଟ ଗ୍ରୁପ ଓ ଏହାର ପ୍ରତିନିଧିମାନେ ଏସଜେଏସୟୁକେ ସହିତ ସହଭାଗୀତା କିମ୍ବା ଲଣ୍ଡନ ଠାରେ ପ୍ରସ୍ତାବିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରକଳ୍ପ

ସମ୍ପର୍କରେ ସାର୍ବଜନୀନ ଭାବରେ କୌଣସି ଟିପ୍ପଣୀ ଦେବାକୁ କ୍ଷାନ୍ତ ରହିବାକୁ ନିବେଦନ କରାଯାଇଛି। ଏହି ସାମୟିକ ବାଧା ସତ୍ତ୍ୱେ ଏସଜେଏସୟୁକେ, ବିଶ୍ଵର ସାଂସ୍କୁତିକ ରାଜଧାନୀ ଲଣ୍ଡନର ହୃଦପ୍ରଦେଶରେ ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ ନେଇ ଏହାର   ପ୍ରତିବଦ୍ଧତାକୁ ସାକାର କରିବା ନେଇ ପ୍ରତିଜ୍ଞାବଦ୍ଧ ଥିବା ଏହି ବିବୃତ୍ତିରେ ଦର୍ଶାଯାଇଛି ।

ଉପରୋକ୍ତ ମହତ ଉଦ୍ଦେଶ୍ୟ ସାଧନ ପାଇଁ 
ସାରା ବିଶ୍ୱର ଓଡ଼ିଶା ପ୍ରେମୀ ଜନସାଧାରଣ ଓ ଶ୍ରୀ ଜଗନ୍ନାଥଙ୍କର ଭକ୍ତଗଣ ମୁକ୍ତ ହସ୍ତରେ ଦାନ କରିବାକୁ ଏସଜେଏସୟୁକେ ତରଫରୁ ଅନୁରୋଧ କରାଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅଶେଷ ଆଶୀର୍ବାଦ କ୍ରମେ ଲଣ୍ଡନଠାରେ ବିଶ୍ଵ ଓଡ଼ିଆ ସମ୍ପ୍ରଦାୟର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପେଣ୍ଠସ୍ଥଳୀ ଭାବରେ ଶ୍ରୀଜଗନ୍ନାଥ ମନ୍ଦିର ପରିସର ନିଶ୍ଚିତ ରୂପେ କାର୍ଯ୍ୟ କରିବ ବୋଲି ଏସଜେଏସୟୁକେର ଟ୍ରଷ୍ଟିଗଣ ଦୃଢ଼ ଆଶା ପୋଷଣ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026

You Might Also Like