-+91-9937148622 |

prerana_bgr@rediffmail.com |

  Monday 24th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଖବର ଆଜିର ତାରିଖ:୨୪/୦୮/୨୬, ସୋମବାର    (24-Aug-2026)       ||      ଏମଏମଡିଆର ବିଲ ଉପରେ ସରକାର ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ନ ଡାକିବାରୁ ତାଙ୍କ ମନୋଭାବ ସ୍ପଷ୍ଟ   (24-Aug-2026)       ||      କୁଦୋପାଲି ରଣଭୂମିରେ ବୀର ଛବିଳ ସାଏ ସ୍ମୃତି କମିଟିର ବୈଠକ   (23-Aug-2026)       ||      ଅସ୍ଥେୟ ଓ ଅପରିଗ୍ରହ ପରି ସଦଗୁଣ ମାନବକୁ ମହା ମାନବରେ ପରିବର୍ତ୍ତିତ କରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର    (23-Aug-2026)       ||      ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ।   (23-Aug-2026)       ||      ସେବା ଭାରତୀ, ଓଡ଼ିଶା ପଶ୍ଚିମ ଦ୍ଵାରା ସୁପୋଷଣ ଜାଗରଣ ଅଭିଯାନ   (23-Aug-2026)       ||      ପ୍ରଥମ ଅଲ୍ ଓଡ଼ିଶା ଇକ୍ୱିପ୍ଡ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍–୨୦୨୬ ସମ୍ପନ୍ନ   (23-Aug-2026)       ||      ସ୍ଵୟଂସେବକ ସଂଘ ବୁଢାରଜା ନଗରରେ ଯୁବ ସମ୍ମିଳନୀ    (23-Aug-2026)       ||      କୋଲହାପୁର ଏବଂ ଲଦାଖ ରେ ନୂଆ ହାଇକୋର୍ଟ ବେଞ୍ଚ ସ୍ଥାପନ କଲେ ସରକାର, ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କୁ ଆଉ କେତେଦିନ ? — ଇଂ ରୋହିତ ପୂଜାରୀ    (23-Aug-2026)       ||      ଶହେ ଟଙ୍କା ନଦେବାରୁ ଯୁବକକୁ ବ୍ଲେଡରେ ମରଣାତ୍ମକ ଆକ୍ରମଣ   (23-Aug-2026)       ||      ମୋବାଇଲ୍ ମେଳା ୨.୦: ଟେକ୍ନୋଲୋଜି ଆଧାରିତ ପୁନରୁଦ୍ଧାର - ₹୪୫ ଲକ୍ଷ ଏବଂ ୧୧୫ ମୋବାଇଲ୍ ଫୋନ୍ ନାଗରିକଙ୍କୁ ଫେରସ୍ତ   (23-Aug-2026)       ||      *ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ ଉଦଘାଟିତ - ୨-୦ ଗୋଲ ରେ ରିଜର୍ଭ ପୋଲିସ ଦଳ ଵିଜୟୀ*-   (23-Aug-2026)       ||      ଦଣ୍ଡପାଟ ଯୁବ ସେବା ସଂଗଠନର ନୂତନ କର୍ମକର୍ତ୍ତା ଚୟନ ।   (23-Aug-2026)       ||      ବନ୍ୟା ବିପନ୍ନ ୪ ଜିଲ୍ଲା ପାଇଁ ଅଣ୍ଟା ଭିଡିଲା ଭାରତ ମସଲା ବାଣ୍ଟିଲା ୧୦,୦୦୦ ଶୁଖିଲା ଖାଦ୍ୟ ପ୍ୟାକେଟ୍   (23-Aug-2026)       ||      *ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସୋନପୁର ଶାଖା ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ*-   (23-Aug-2026)       ||      ଲଘୁଚାପ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ   (23-Aug-2026)       ||      *ତେଲେଣ୍ଡା ଶ୍ରୀ ରଣେଶ୍ଵର ଶୈବ ପୀଠ ଓ ମାଁ ରାମଚଣ୍ଡୀ ଙ୍କ ଠାରେ ଗଙ୍ଗା ମହା ଜଳଶାୟୀ ଅନୁଷ୍ଠିତ*-   (23-Aug-2026)       ||      ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ରାଜସ୍ବ ସେବା ପ୍ରଦାନରେ ସଂସ୍କାର ଉପରେ ଗୁରୁତ୍ବ   (22-Aug-2026)       ||      ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ    (22-Aug-2026)       ||      ମହିଳା ଓ ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଆଇନଗତ ଅଧିକାର, ସୁରକ୍ଷା ଓ ଆତ୍ମନିର୍ଭରତା ସମ୍ପର୍କରେ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ    (22-Aug-2026)       ||     

HOME   ଅପରାଧ

ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା

03-Jan-2021



ମାହାଙ୍ଗା (ପ୍ରେରଣା ଖବର): ମାହାଙ୍ଗା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ ଓ ତାଙ୍କର ଜଣେ ସହଯୋଗୀଙ୍କୁ ଆଜି ନିର୍ମମ ଭାବେ ହତ୍ୟା କରାଯାଇଛି। ଆକ୍ରମଣରେ ତାଙ୍କର ଜଣେ ସହଯୋଗୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ପୂର୍ବ ରାଜନୈତିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ହତ୍ୟାକାଣ୍ଡ ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ବହୁ ସଂଖ୍ୟାରେ କୁଳମଣିଙ୍କ ସମର୍ଥକ ଓ ବିଜେପି ନେତା ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଛନ୍ତି। ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ମୁତୟନ କରାଯାଇଛି। ଆଜି ରାତି ପ୍ରାୟ ସାଢ଼େ ୭ଟାରେ ବିଜେପି ନେତା କୁଳମଣି ବରାଳ (୬୫) ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ (୮୦) ମାହାଙ୍ଗା ଥାନା ଯଁକୋଟି ଗ୍ରାମ ରାସ୍ତା ଦେଇ ବାଇକ୍‌ରେ ନୃତ୍ତାଙ୍ଗ ଗ୍ରାମସ୍ଥିତ ନିଜ ଘରକୁ ଫେରୁଥିଲେ। ଯଁକୋଟି ବ୍ରାହ୍ମଣସାହି ନିକଟରେ ୬ରୁ ଅଧିକ ଦୁର୍ବୃତ୍ତ ଅତର୍କିତ ଭାବେ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। କୁଳମଣି ଓ ଦିବ୍ୟସିଂହ ବାଇକ୍‌ରୁ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ଉଭୟଙ୍କ ମୁଣ୍ଡ ଓ ମୁହଁକୁ ହାଣି ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ମାହାଙ୍ଗା ଡାକ୍ତରଖାନାକୁ ନେଇଥିଲା। ଏ ସମ୍ପର୍କରେ ଖବର ପ୍ରଚାରିତ ହେବା ପରେ କୁଳମଣିଙ୍କ ସମର୍ଥକମାନେ ଡାକ୍ତରଖାନାରେ ପହଞ୍ଚି ଥିଲେ। ଉଭୟଙ୍କୁ ଡାକ୍ତର କଟକ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ତେବେ କୁଳମଣିଙ୍କ ମୃତ୍ୟୁ ହୋଇ ସାରିଥିବା ଦର୍ଶାଇ ସମର୍ଥକମାନେ ତାଙ୍କୁ ଛାଡ଼ି ନ ଥିବା ସୂଚନା ମିଳିଛି। ଫଳରେ ଆମ୍ବୁଲାନ୍ସରେ ଦିବ୍ୟସିଂହଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ତେବେ ଏସ୍‌ସିବିରେ ପହଞ୍ଚିବା ବେଳକୁ ତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା। ଏଣେ କୁଳମଣିଙ୍କ ମୃତ୍ୟୁ ଘଟିଥିବା ଖବର ଜଣାପଡ଼ିବା ପରେ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା, ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନ, ଜିଲ୍ଲା ମହିଳା ବିଜେପି ସଭାନେତ୍ରୀ ଯାଜ୍ଞସେନୀ ଜେନା, ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର କୁମାର ସାହୁ ପ୍ରମୁଖ ମାହାଙ୍ଗା ଡାକ୍ତରଖାନାରେ ପହଞ୍ଚିଛନ୍ତି। ବହୁ ସଂଖ୍ୟାରେ କୁଳମଣିଙ୍କ ସମର୍ଥକ ଡାକ୍ତରଖାନାରେ ପହଞ୍ଚିବାରୁ ଉତ୍ତେଜନା ଲାଗି ରହିଛି। ପୁଲିସ ଓ ପ୍ରଶାସନର ବରିଷ୍ଠ ଅଧିକାରୀ ଡାକ୍ତରଖାନାରେ ଉପସ୍ଥିତ ରହିଛନ୍ତି। ଉତ୍ତେଜନା ଲାଗି ରହିଥିବାରୁ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଦୁଇ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ୨୦୧୮, ଡିସେମ୍ବର ୧୩ ତାରିଖରେ ପାଖାପାଖି ସେହି ଅଞ୍ଚଳରେ ନୁର୍ତ୍ତାଙ୍ଗର ବିକାଶ ଯେନାଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ସେହି ଘଟଣାରେ ସ୍ଥାନୀୟ ସରପଂଚଙ୍କ ଶ୍ବଶୁରଙ୍କ ସମେତ ୨ ଜଣଙ୍କୁ ଗିରଫ କରାଯାଇଥିଲା। ସେହି ହତ୍ୟାକାଣ୍ଡ ବି ରାଜନୈତିକ ଶତ୍ରୁତାରୁ ଘଟିଥିଲା। ମାତ୍ର ଦୁଇ ବର୍ଷ ବ୍ୟବଧାନରେ ରାଜନୈତିକ ଶତ୍ରୁତାରୁ ଗୋଟିଏ ଅଞ୍ଚଳରେ ଦୁଇ ଦୁଇଟି ରାଜନୈତିକ ହତ୍ୟାକାଣ୍ଡକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଖବର ଆଜିର ତାରିଖ:୨୪/୦୮/୨୬, ସୋମବାର    24-Aug-2026
  ଜିଲ୍ଲା  
ଏମଏମଡିଆର ବିଲ ଉପରେ ସରକାର ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ନ ଡାକିବାରୁ ତାଙ୍କ ମନୋଭାବ ସ୍ପଷ୍ଟ   24-Aug-2026
  ଜିଲ୍ଲା  
କୁଦୋପାଲି ରଣଭୂମିରେ ବୀର ଛବିଳ ସାଏ ସ୍ମୃତି କମିଟିର ବୈଠକ   23-Aug-2026
  ଜିଲ୍ଲା  
ଅସ୍ଥେୟ ଓ ଅପରିଗ୍ରହ ପରି ସଦଗୁଣ ମାନବକୁ ମହା ମାନବରେ ପରିବର୍ତ୍ତିତ କରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର   23-Aug-2026
  ଜିଲ୍ଲା  
ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ।   23-Aug-2026
  ଜିଲ୍ଲା  
ସେବା ଭାରତୀ, ଓଡ଼ିଶା ପଶ୍ଚିମ ଦ୍ଵାରା ସୁପୋଷଣ ଜାଗରଣ ଅଭିଯାନ   23-Aug-2026
  ଜିଲ୍ଲା  
ପ୍ରଥମ ଅଲ୍ ଓଡ଼ିଶା ଇକ୍ୱିପ୍ଡ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍–୨୦୨୬ ସମ୍ପନ୍ନ   23-Aug-2026
  ଜିଲ୍ଲା  
ସ୍ଵୟଂସେବକ ସଂଘ ବୁଢାରଜା ନଗରରେ ଯୁବ ସମ୍ମିଳନୀ   23-Aug-2026
  ଜିଲ୍ଲା  
କୋଲହାପୁର ଏବଂ ଲଦାଖ ରେ ନୂଆ ହାଇକୋର୍ଟ ବେଞ୍ଚ ସ୍ଥାପନ କଲେ ସରକାର, ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କୁ ଆଉ କେତେଦିନ ? — ଇଂ ରୋହିତ ପୂଜାରୀ   23-Aug-2026
  ଜିଲ୍ଲା  
ଶହେ ଟଙ୍କା ନଦେବାରୁ ଯୁବକକୁ ବ୍ଲେଡରେ ମରଣାତ୍ମକ ଆକ୍ରମଣ   23-Aug-2026
  ଜିଲ୍ଲା  
ମୋବାଇଲ୍ ମେଳା ୨.୦: ଟେକ୍ନୋଲୋଜି ଆଧାରିତ ପୁନରୁଦ୍ଧାର - ₹୪୫ ଲକ୍ଷ ଏବଂ ୧୧୫ ମୋବାଇଲ୍ ଫୋନ୍ ନାଗରିକଙ୍କୁ ଫେରସ୍ତ   23-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ ଉଦଘାଟିତ - ୨-୦ ଗୋଲ ରେ ରିଜର୍ଭ ପୋଲିସ ଦଳ ଵିଜୟୀ*-   23-Aug-2026

You Might Also Like