-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
03-Jan-2021
କୋକସରା (ପ୍ରେରଣା ଖବର): କଳାହାଣ୍ଡି ଜିଲ୍ଲା କୋକସରା ଥାନା ମାଝୀଗୁଡ଼ା ଟେମରା ରାସ୍ତା କାର୍ଯ୍ୟରେ ନିୟୋଜିତ ଥିବା ଟ୍ରାକ୍ଟର (ଓଡି-୦୮-ଏଫ ୩୪୨୧) ଟ୍ରଲିର ହାଇଡ୍ରୋଲିକ୍ରେ ଚାପିହୋଇ ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମାଝୀଗୁଡ଼ା ଅଞ୍ଚଳର ଡିସମ୍ବର ପୁଞ୍ଜି (୨୪ ବର୍ଷ)। ସେ କୋକସରା ଗ୍ରାମର ଜଣେ ଠିକାଦାରଙ୍କ ପାଖରେ ଡ୍ରାଇଭର ଭାବେ କାମ କରୁଥିଲେ। ଟ୍ରଲି ଟେକି ରହିଥିବା ସମୟରେ ସେ ମରାମତି କରୁଥିବା ବେଳେ ଟ୍ରଲିଟି ତାଙ୍କ ଉପରେ ପଡ଼ି ମୁଣ୍ଡକୁ ଚାପି ଦେଇଥିଲା। ଖବରପାଇ କୋକସରା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କ୍ଷତିପୂରଣ ଦାବିକରି ପରିବାର ଲୋକେ ଓ ସମ୍ପର୍କୀୟମାନେ ଶବକୁ କିଛି ସମୟ ଅଟକ ରଖିଥିଲେ। ପରେ ଗାଡ଼ି ମାଲିକ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବାପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ହସ୍ପିଟାଲକୁ ପଠାଇଛି। ଏନେଇ କୋକସରା ଥାନାରେ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି ବୋଲି ଥାନା ଅଧିକାରୀ ବାସୁଦେବ ଛତ୍ରୀଆ ସୂଚନା ଦେଇଛନ୍ତି।